ETV Bharat / international

ମଣିଷ ଦେହରେ ଓକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ଭ୍ୟାକସିନ ପରୀକ୍ଷଣ ଆରମ୍ଭ - covid 19

ଗୁରୁବାରଠାରୁ ବିଶ୍ବବିଦ୍ୟାଳୟ ପକ୍ଷରୁ 510 ଲୋକଙ୍କ ଉପରେ ଏହା ପରୀକ୍ଷା ଆରମ୍ଭ ହୋଇଛି । ଏନେଇ ୟୁକେ ସ୍ବାସ୍ଥ୍ୟ ସଚିବ ମ୍ୟାଚ ହ୍ୟାଙ୍କକ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

ଓକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ଭ୍ୟାକସିନ ପରୀକ୍ଷଣ ଆରମ୍ଭ

author img

By

Published : Apr 24, 2020, 6:33 AM IST

ଲଣ୍ଡନ: କୋରୋନା ମୁକାବିଲା ପାଇଁ ସମସ୍ତ ଦେଶ ଏକାଠି ହୋଇଛନ୍ତି । କେବଳ ସରକାର ନୁହନ୍ତି ଅନେକ ସଂସ୍ଥା, ଗବେଷକ, ବୈଜ୍ଞାନିକ, ଘରୋଇ କମ୍ପାନୀ ନିଜ ନିଜ ଉଦ୍ୟମରେ ଭ୍ୟାକସିନ ତିଆରି ଆରମ୍ଭ କରିଛନ୍ତି । ଏହି ଅବସରରେ ବ୍ରିଟେନର ଓକ୍ସଫୋର୍ଡ ୟୁନିଭର୍ସିଟି ଏକ ଭ୍ୟାକସିନ ପ୍ରସ୍ତୁତ କରି ଏହାର ପରୀକ୍ଷା ଆରମ୍ଭ କରିଛି ।

ଗୁରୁବାରଠାରୁ ବିଶ୍ବବିଦ୍ୟାଳୟ ପକ୍ଷରୁ 510 ଲୋକଙ୍କ ଉପରେ ଏହା ପରୀକ୍ଷା ଆରମ୍ଭ ହୋଇଛି । ଏନେଇ ୟୁକେ ସ୍ବାସ୍ଥ୍ୟ ସଚିବ ମ୍ୟାଚ ହ୍ୟାଙ୍କକ ସୂଚନା ଦେଇଛନ୍ତି । 18ରୁ 55 ବୟସ ଭିତରେ 510 ସ୍ବାସ୍ଥ୍ୟକର ସ୍ବେଚ୍ଛାସେବୀଙ୍କ ଉପରେ ଏହି ପରୀକ୍ଷା ହୋଇଛି । ଆଗାମୀ କିଛି ସପ୍ତାହ ଧରି ଏହି ଟେଷ୍ଟ ଜାରି ରହିବ । ଏହା ମଣିଷ ଉପରେ ଭ୍ୟାକସିନ ପରୀକ୍ଷା ହେବାରେ ବିଶ୍ବର ଚତୁର୍ଥ ଘଟଣା । ପୂର୍ବରୁ ଆମେରିକା ଏହି ଟେଷ୍ଟ କରିସାରିଛି ।

ତେବେ କୋରୋନା ସ୍ଥିତି ଭୟଙ୍କର ରୂପ ନେଇଥିବାବେଳେ ଏହାକୁ ପ୍ରତିହତ କରିବାକୁ ଆମେ କୌଣସି ବି ସ୍ତରକୁ ଯିବାକୁ ପ୍ରସ୍ତୁତ ବୋଲି ହ୍ୟାଙ୍କକ କହିଛନ୍ତି । ଓକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ପକ୍ଷରୁ ଅନେକ ବୈଜ୍ଞାନିକ ଏହା ଉପରେ ରିସର୍ଚ୍ଚ କରିବା ପରେ ଏହି ଭ୍ୟାକସିନ ବାହାର କରିଛନ୍ତି । ଏହାକୁ ଆଗକୁ ଅଧିକ ମାତ୍ରାରେ ପରୀକ୍ଷା କରାଯିବ ବୋଲି ସୂଚନା ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.