ଲଣ୍ଡନ: ସାରା ବିଶ୍ବରେ କୋରୋନା ବିରୋଧରେ ଜାରି ରହିଛି ଯୁଦ୍ଧ । ଗଡି ଚାଲିଛି ଲକ୍ଷ ଲକ୍ଷ ମୁଣ୍ଡ । ବଢିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା । ହେଲେ ହାର ମାନିନାହାନ୍ତି ବିଶ୍ବବାସୀ । ଏମିତିରେ କୋରୋନା ଯୁଦ୍ଧକୁ ନେଇ ମୁହଁ ଖୋଲିଛନ୍ତି ବ୍ରିଟେନର ଅବସରପ୍ରାପ୍ତ ରାଜା ଫିଲିପ । ସେ ସାରା ବିଶ୍ବରେ କୋରୋନା ସହ ଲଢୁଥିବା ଯୋଦ୍ଧାଙ୍କୁ ଜଣାଇଛନ୍ତି ଅନ୍ତରରୁ ଧନ୍ୟବାଦ ।
ଏଥିସହିତ ସେ ସାରା ବିଶ୍ବରେ କୋରୋନା ସହ ଲଢୁଥିବା ଆକ୍ରାନ୍ତଙ୍କ ଶୀଘ୍ର ସୁସ୍ଥତା ମଧ୍ୟ କାମନା କରିଛନ୍ତି । 2017 ମସିହାରେ ରାଜା ଫିଲିପ ସାର୍ବଜନୀନ ସ୍ଥାନରୁ ଅବସର ନେଇଥିଲେ । ଏହାପରେ ସେ ସାର୍ବଜନୀନ ସ୍ଥାନରେ ଖୁବ କ୍ବଚିତ ହିଁ ଦେଖା ଦେଇଛନ୍ତି । ତେବେ କୋରୋନା ଯୁଦ୍ଧରେ ବିଶ୍ବର ପରିସ୍ଥିତି ଦେଖି ସେ ନିଜକୁ ଅଟକାଇ ପାରିନାହାନ୍ତି । ଏନେଇ ସେ ସମସ୍ତ ବୀର ଯୋଦ୍ଧାଙ୍କୁ ଅନ୍ତରରୁ ଧନ୍ୟବାଦ ଜଣାଛନ୍ତି ।
ପ୍ରତିଟି ବ୍ୟକ୍ତି ଯିଏ ଲୋକଙ୍କୁ ସୁରକ୍ଷା ପ୍ରଦାନ କରୁଛି, ଯିଏ ସ୍ବାସ୍ଥ୍ୟ କଥା ଚିନ୍ତା କରୁଛି, ଯିଏ ଭୋକିଲା ପେଟକୁ ଦାନା ଯୋଗାଡୁଛି । ପ୍ରତ୍ୟେକଙ୍କୁ ଧନ୍ୟବାଦ ଜଣାଇଛନ୍ତି ରାଜା ଫିଲିପ । ତେବେ ମହାମାରୀ ସମୟରେ 98 ବର୍ଷୀୟ ରାଜା, ରାଣୀଙ୍କ ସହ ୱିଣ୍ଡସୋର ରାଜପ୍ରାସାଦରେ ରହୁଛନ୍ତି ।