ETV Bharat / international

Ukraine-Russia War: ଯୁଦ୍ଧ ଜାରି ରହିଲେ ୩୫% ଯାଏଁ ଖସିବ ୟୁକ୍ରେନ ଅର୍ଥନୀତି - ୟୁକ୍ରେନ ଅର୍ଥନୀତି ସଙ୍କଟ

ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠିର ଆକଳନ । ଯୁଦ୍ଧ ଜାରି ରହିଲେ ୩୫% ଯାଏଁ ଖସିବ ୟୁକ୍ରେନ ଅର୍ଥନୀତି । ଅଧିକ ପଢନ୍ତୁ

Ukraine-Russia War: ଯୁଦ୍ଧ ଜାରି ରହିଲେ ୩୫% ଯାଏଁ ଖସିବ ୟୁକ୍ରେନ ଅର୍ଥନୀତି

author img

By

Published : Mar 15, 2022, 8:38 AM IST

ୱାସିଂଟନ: ଥମିବାର ନାଁ ନେଉନି ଋଷିଆ-ୟୁକ୍ରେନ ମହାସମର । ଯୁଦ୍ଧ ଯୋଗୁଁ ୟୁକ୍ରେନର ଅର୍ଥନୀତି ଗୁରୁତର ପ୍ରଭାବିତ ହୋଇଛି । ଯଦି ଯୁଦ୍ଧ ଶୀଘ୍ର ବନ୍ଦ ହୁଏ, ତାହାହେଲେ ୨୦୨୨ରେ ୟୁକ୍ରେନ ଅର୍ଥନୀତି ୧୦ ପ୍ରତିଶତ ହ୍ରାସ ପାଇବ । କିନ୍ତୁ ଆଗକୁ ମଧ୍ୟ ଯଦି ଏପରି ଭାବେ ଯୁଦ୍ଧ ଜାରି ରହିବ ତେବେ ୟୁକ୍ରେନ ଅର୍ଥନୀତି ୩୫% ଯାଏଁ ଖସିବ । ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି(International Monetary Fund) ଏକ ରିପୋର୍ଟରେ ଏହା କହିଛି ।

ୟୁକ୍ରେନକୁ ଜରୁରୀକାଳୀନ ଆର୍ଥିକ ସହାୟତା ପାଇଁ ଆଇଏମଏଫ(IMF) ୧.୪ ବିଲିୟନ ଡଲାର ମଞ୍ଜୁର କରିବା ପୂର୍ବରୁ ଏହି ରିପୋର୍ଟ ପ୍ରସ୍ତୁତ କରିଥିଲା । ଏଥିରେ କୁହାଯାଇଛି ଯେ, ଯୁଦ୍ଧ ସମୟରେ ସିରିଆ, ଇରାକ, ଲେବାନନ ଏବଂ ଅନ୍ୟାନ୍ୟ ଦେଶର ଯୁଦ୍ଧକାଳୀନ ମୋଟ ଘରୋଇ ଉତ୍ପାଦ(gross domestic product) ତଥ୍ୟକୁ ଆଧାର କଲେ ଯୁଦ୍ଧଗ୍ରସ୍ତ ୟୁକ୍ରେନର ଅର୍ଥନୀତି ୨୫ ପ୍ରତିଶତରୁ ୩୫ ପ୍ରତିଶତ ଖସିପାରେ ।

ଯଦି ଯୁଦ୍ଧରେ ଶୀଘ୍ର ପୂର୍ଣ୍ଣଚ୍ଛେଦ ପଡେ, ତାହାହେଲେ ୨୦୨୨ରେ ୟୁକ୍ରେନ ଜିଡିପି(GDP) ଅତିକମ୍‌ରେ ୧୦ ପ୍ରତିଶତ ହ୍ରାସ ପାଇବ । ହେଲେ ଯଦି ଯୁଦ୍ଧ ଜାରି ରହେ, ତେବେ ବର୍ଷ ଶେଷସୁଦ୍ଧା ଦେଶର ମୋଟ ଘରୋଇ ଉତ୍ପାଦ ୨୫ ପ୍ରତିଶତରୁ ୩୫ ପ୍ରତିଶତ ଯାଏଁ ହ୍ରାସ ପାଇପାରେ । ଏଥିସହ ଚଳିତ ବର୍ଷ ୟୁକ୍ରେନର ସାର୍ବଜନିକ ଋଣ ଜିଡିପିର ୬୦ ପ୍ରତିଶତ ଯାଏଁ ବଢିବ ବୋଲି ଅନୁମାନ କରାଯାଉଛି । ଯଦି ୨୦୨୧ ବର୍ଷ କଥା କହିବା, ଗତବର୍ଷ ରେକର୍ଡ ପରିମାଣ ଶସ୍ୟ ଉତ୍ପାଦନ ଏବଂ ଉପଭୋଗ ବୃଦ୍ଧି ଯୋଗୁଁ ରାଷ୍ଟ୍ରର ଅର୍ଥନୀତି ୩.୨ ପ୍ରତିଶତ ବୃଦ୍ଧି ପାଇଥିଲା ।

ଉଲ୍ଲେଖଯୋଗ୍ୟ, ଫେବୃୟାରୀ ୨୪ରେ ଋଷିଆ ୟୁକ୍ରେନରେ ସାମରିକ ଅପରେସନ ଆରମ୍ଭ କରିଥିଲା । ଋଷ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଥିଲା ଯେ, ଏହି ସ୍ବତନ୍ତ୍ର ଅପରେସନରେ ୟୁକ୍ରେନର ସାମିରକ ଭିତ୍ତିଭୂମି ଗୁଡିକ ଟାର୍ଗେଟ କରାଯିବ । ସାଧାରଣ ନାଗରିକ ବିପଦମୁକ୍ତ ରହିବେ । ହେଲେ ଦୀର୍ଘ ଦିନର ଏହି ଲଢେଇ ମଧ୍ୟରେ ୟୁକ୍ରେନର ଶତାଧିକ ନାଗରିକଙ୍କ ମୃତ୍ୟୁ ଘଟି ସାରିଥିବା ବେଳେ ବିଭିନ୍ନ ପ୍ରତିଷ୍ଠାନଗୁଡିକ ମାଟିରେ ମିଶି ଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.