ନୂଆଦିଲ୍ଲୀ: ଋଷ ଓ ୟୁ୍କ୍ରେନ ଯୁଦ୍ଧ ପୂର୍ବରୁ ବାବାଙ୍କ ଭବିଷ୍ୟବାଣୀ । ସତ ହେଲା ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ । ତେବେ ୟୁରୋପ ମହାଦେଶ ଅନ୍ତର୍ଗତ ବୁଲଗେରିଆର ଏହି ଭବଷ୍ୟବକ୍ତାଙ୍କ କଥା ଆଜି ସତ ହୋଇଛି ।
ସେ ପୂର୍ବରୁ ୯/୧୧ ମୁମ୍ବାଇ ଆତଙ୍କୀ ହାମଲା ଏବଂ ବ୍ରେକ୍ସିଟ ସଙ୍କଟକୁ ନେଇ ଭବିଷ୍ୟବାଣୀ କରିଥିଲେ । ସେତେବେଳେ ଏହା ସତ ହୋଇଥିବା ବେଳେ ବାବା ମଧ୍ୟ ଚର୍ଚ୍ଚାରେ ରହିଥିଲେ । ପୁଣି ବାବାଙ୍କ କଥା ସତ ହୋଇଥିବା ବେଳେ ବାବାଙ୍କ ଭବିଷ୍ୟବାଣୀକୁ ନେଇ ଏବେ ସବୁଠି ଚର୍ଚ୍ଚା ।
ଅପରପଟେ ବାବାଙ୍କ ଆଜକୁ ୨୬ ବର୍ଷ ତଳେ ଦେହାନ୍ତ ହୋଇଯାଇଛି । ମାତ୍ର ବାବା କହି ଯାଇଥିବା କଥା ଆଜି ଅକ୍ଷର ଅକ୍ଷରେ ସତ ହେଉଛି । ସେହିପରି ଋଷ ପକ୍ଷରୁ ୟୁ୍କ୍ରେନକୁ ଆକ୍ରମଣ କରିବା ନେଇ ବାବା ଭେଙ୍ଗା ପୂର୍ବରୁ କହିଥିଲେ । ମାତ୍ର କୌଣଷି ରାଷ୍ଟ୍ର ଋଷର ପଦକ୍ଷେପକୁ ରୋକିବାକୁ ସମ୍ଭବ ହେବ ନାହିଁ । ଫଳରେ ଏହାର ପ୍ରତିଫଳ ଆଜି ସାରା ବିଶ୍ବ ଦେଖୁଛି । ତେବେ ଏହି ଦୃଷ୍ଟିହୀନ ଭେଙ୍ଗା ବାବା ୧୯୧୧ ମସିହାରେ ଜନ୍ମ ଗ୍ରହଣ କରିଥିଲେ ।
ମାତ୍ର ୧୨ ବୟସରେ ଏକ ବଡ ଧରଣ ଝଡରେ ସେ ନିଜର ଦୃଷ୍ଟି ଶକ୍ତି ହରାଇଥିଲେ । ତେବେ ଏଇଠୁ ଆରମ୍ଭ ହୋଇଥିଲା ତାଙ୍କ ଭବିଷ୍ୟ ଦେଖିବା ଓ ଭବିଷ୍ୟବାଣୀ କରିବା ଜୀବନ । ସେହିଭଳି ବାବା ଭେଙ୍ଗା ଛାଡି ଯାଇଥିବା ଭବିଷ୍ୟବାଣୀ ପୋଥି, ଆଗାମୀ ୫ ହଜାର ୭୯ ବର୍ଷ ପର୍ଯ୍ୟନ୍ତ ସଠିକ ହୋଇପାରେ ବୋଲି ବାବା କହିଛନ୍ତି ।
ସେହିପରି ଆଇଏସଆଇଏସ (ISIS) ସଂଗଠନର ଉତ୍ଥାନ ସହ ଆମେରିକାର ୪୪ତମ ରାଷ୍ଟ୍ରପତି ଭାବେ ଜଣେ ଆଫ୍ରିକାନ-ଆମେରିକାନ ନାଗରିକ ହେବ ବୋଲି ସେ ଭବିଷ୍ୟଣବାଣୀ କରିଛନ୍ତି । ତେବେ ସେ ଯାହା ହେଉ ନା କାହିଁକି ବାବା ଭେଙ୍ଗା ଭବିଷ୍ୟବାଣୀ ଏବେ ସାରା ବିଶ୍ବକୁ ଚକିତ କରିଛି । ଏଥିସହ ବାବା କରିଥିବା ଆଗମୀ ଭବିଷ୍ୟ ପାଇଁ କରିଥିବା ଭବିଷ୍ୟବାଣୀଙ୍କୁ ନେଇ ଲୋକେ ଏବେ ଠାରୁ ଶଙ୍କାରେ ରହିଛନ୍ତି ।
ତେବେ ବାବା ପୁଟିନଙ୍କୁ ନେଇ ବଡ ଭବିଷ୍ୟବାଣୀ କରିଥିବା କେତେକ ମିଡିଆ ରିପୋର୍ଟ ମୁତାବକ, ବାବା ଭେଙ୍ଗା ଋଷକୁ ନେଇ ଯେଉଁ ଭବିଷ୍ୟବାଣୀ କରିଥିଲେ ତାହା ଏବେ ଧିରେ ଧିରେ ସତ ହେବାରେ ଲାଗିଛି । ସେ କହିଥିଲେ, ଋଷ ବିଶ୍ୱକୁ ରାଜ କରିବ । ୟୁରୋପିୟ ଦେଶ ଏକ ପ୍ରକାର ଦୁନିଆ ନକ୍ସାରୁ ହଜିଯିବେ । ଋଷକୁ କେହି ଅଟକାଇ ପାରିବେ ନାହିଁ ଏବଂ ଭ୍ଲାଦିମିର୍ ପୁଟିନ୍ ସର୍ବଶକ୍ତିଶାଳୀ ଭାବେ ଉଦ୍ଭା ହେବେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ