ETV Bharat / international

ଫେସବୁକର ଜିଫି ଅଧିଗ୍ରହଣର ତଦନ୍ତ କରିବ ୟୁକେ ୱାଚଡଗ୍‌ - ଫେସବୁକ ଲାଟେଷ୍ଟ ନ୍ୟୁଜ୍‌

ନିକଟରେ 400ମିଲୟନ ଡଲାର ବିନିଯୋଗରେ ଜିଆଇଏଫ-ଶେୟାରିଂ ସର୍ଭିସ ବା ଜିଫି ଅଧିଗ୍ରହଣ କରିଛି ଫେସବୁକ । ଏହାକୁ ନିଜ ଅଧିକୃତ ଇନଷ୍ଟାଗ୍ରାମରେ ବ୍ୟବହାର ପାଇଁ କମ୍ପାନୀ ସ୍ପଷ୍ଟ କରିଥିଲା । ହେଲେ ଏହି ଅର୍ଥ ବିନିଯୋଗ ପଛର ସତ୍ୟତା ଜାଣିବା ପାଇଁ ସନ୍ଦେହ ପ୍ରକାଶ କରିଛି ୟୁକେ ଆଣ୍ଟିଟ୍ରଷ୍ଟ ୱାଚଡଗ୍‌ ।

uk watchdog, facebook's giphy acquisition, investigation on facebook's giphy acquisition, facebook latest news, latest technology news, ୟୁକେ ୱାଚଡଗ୍‌, ଫେସବୁକର ଜିଫି ଅଧିଗ୍ରହଣ, ଫେସବୁକର ଜିଫି ଅଧିଗ୍ରହଣର ତଦନ୍ତ, ଫେସବୁକ ଲାଟେଷ୍ଟ ନ୍ୟୁଜ୍‌, ଲାଟେଷ୍ଟ ଟେକ୍ନୋଲୋଜି ନ୍ୟୁଜ୍‌
ଫେସବୁକର ଜିଫି ଅଧିଗ୍ରହଣର ତଦନ୍ତ କରିବ ୟୁକେ ୱାଚଡଗ୍‌
author img

By

Published : Jun 13, 2020, 7:20 AM IST

ଲଣ୍ଡନ: ନିକଟରେ 400ମିଲୟନ ଡଲାର ବିନିଯୋଗରେ ଜିଆଇଏଫ-ଶେୟାରିଂ ସର୍ଭିସ ବା ଜିଫି ଅଧିଗ୍ରହଣ କରିଛି ଫେସବୁକ । ଏହାକୁ ନିଜ ଅଧିକୃତ ଇନଷ୍ଟାଗ୍ରାମରେ ବ୍ୟବହାର ପାଇଁ କମ୍ପାନୀ ସ୍ପଷ୍ଟ କରିଥିଲା । ହେଲେ ଏହି ଅର୍ଥ ବିନିଯୋଗ ପଛର ସତ୍ୟତା ଜାଣିବା ପାଇଁ ସନ୍ଦେହ ପ୍ରକାଶ କରିଛି ୟୁକେ ଆଣ୍ଟିଟ୍ରଷ୍ଟ ୱାଚଡଗ୍‌ । ତେଣୁ ଫେସବୁକର ଏହି ଜିଫି ଅଧିଗ୍ରହଣକୁ ନେଇ ୟୁକେ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିବ ବୋଲି ଶୁକ୍ରବାର ସୂଚନା ଦେଇଥିଲା ।

ଫେସବୁକ ଅଧିକୃତ ଏହି ଜିଫି ସର୍ଭିସ ନା ଯେ କେବଳ ଇନଷ୍ଟାଗ୍ରାମରେ ବ୍ୟବହାର ହେଉଛି ବରଂ ଏହା ଫେସବୁକର ମୁଖ୍ୟ ପେଜରେ ମଧ୍ୟ ବ୍ୟବହାର ହେଉଛି । ହେଲେ ଫେସବୁକ ଏହା ପଛରେ ବିନିଯୋଗ କରିଥିବା ଅର୍ଥରାଶିକୁ ନେଇ ତଦନ୍ତ କରିବା ପାଇଁ ସୂଚନା ଦେଇଛି ୟୁକେ କମ୍ପିଟିସନ ଆଣ୍ଡ ମାର୍କେଟ୍ସ ଅଥରିଟି (ସିଏମଏ) । ଏହି ତଦନ୍ତ ଦ୍ବାରା ଫେସବୁକର ଅର୍ଥ ବିନିଯୋଗ ଟେକ୍ନୋଲୋଜି ବଜାରରେ କିପରି ପ୍ରଭାବ ପକାଇବ ତାହା ଜଣା ପଡିବ ବୋଲି ସିଏମଏ ସ୍ପଷ୍ଟ କରିଛି ।

ସେପଟେ ଫେସବୁକ ପ୍ରଡକ୍ଟ ଉପଅଧ୍ୟକ୍ଷ ବିଶାଲ ଶାହ ଏଥିରେ ପ୍ରତିକ୍ରିୟା ଦେଇ କହିଛନ୍ତି କି ଇନଷ୍ଟାଗ୍ରାମ ଓ ଜିଫିକୁ ଏକତ୍ର କରି ୟୁଜର୍ସଙ୍କୁ ନିଜ ପସନ୍ଦର ଷ୍ଟିକର ଓ ଜିଫି ବ୍ୟବହାରରେ ଏକ ନୂଆ ଅନୂଭବ ଯୋଗାଇବାକୁ ଚେଷ୍ଟା କରାଯାଇଛି । ଉଭୟ ସର୍ଭିସ କ୍ରିଏଟର ଓ ଆର୍ଟିଷ୍ଟ କମ୍ୟୁନିଟିକୁ ଏକ ବଡ ସହଯୋଗ ବୋଲି କୁହାଯାଇପାରେ । ତେବେ ଜିଫି ସର୍ଭିସ ଦ୍ବାରା ବିଭିନ୍ନ ଇଣ୍ଟିଗ୍ରେଟେଡ ଆପଂରେ ଆନିମେଟେଡ ଜିଆଇଏଫକୁ ଖୋଜାଯାଇପାରେ । ଏହାକୁ 2015 ମସିହାରେ ଫେସବୁକ ପ୍ରଥମେ ଅଧିଗ୍ରହଣ କରିବାକୁ ଚେଷ୍ଟା କରିଥିଲା । ହେଲେ ଏଥିରେ ସଫଳ ହୋଇନଥିଲା ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.