ETV Bharat / international

ICUରୁ ବାହାରିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ

author img

By

Published : Apr 10, 2020, 9:19 AM IST

କୋରୋନା ପଜେଟିଭ୍ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିଛି | ଫଳରେ ସେ ଏବେ ଆଇସିୟୁରୁ ବାହାରିଛନ୍ତି । ଯାହାର ସୂଚନା ଡାଉନିଙ୍ଗ୍ ଷ୍ଟ୍ରିଟ ଏକ ବିବୃତ୍ତିରେ ଦିଆଯାଇଛି ।

boris johnson
ଆଇସିୟୁରୁ ବାହାରିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ

ଇଂଲଣ୍ଡ: କୋରୋନା ପଜେଟିଭ୍ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିଛି | ଫଳରେ ସେ ଏବେ ଆଇସିୟୁରୁ ବାହାରିଛନ୍ତି । ଯାହାର ସୂଚନା ଡାଉନିଙ୍ଗ୍ ଷ୍ଟ୍ରିଟ ଏକ ବିବୃତ୍ତିରେ ଦିଆଯାଇଛି ।

ଗତ ଗୁରୁବାର ଡାଉନିଙ୍ଗ ଷ୍ଟ୍ରିଟର ମୁଖପାତ୍ର କହିଛନ୍ତି, ପ୍ରଧାନମନ୍ତ୍ରୀ ବୋରିସ ଜନସନ ସ୍ଥିତିରେ ଉନ୍ନତି ଦେଖି ତାଙ୍କୁ ଆଇସିୟୁରୁ ବାହାର କରାଯାଇଛି । ଏଥିସହ ତାଙ୍କ ଚିକିତ୍ସା ପାଇଁ ୱାର୍ଡକୁ ସ୍ଥାନାନ୍ତର କରାଯାଇଛି।

ଅନ୍ୟପକ୍ଷେ ଏହି ଖବର ଜାଣିବା ପରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଖୁସି ବ୍ୟକ୍ତ କରିଛନ୍ତି। ଟ୍ରମ୍ପ ଟ୍ୱିଟ୍ କରି କହିଛନ୍ତି, ‘ବଡ ଖବର: ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଆଇସିୟୁରୁ ​​ବାହାରିଛନ୍ତି। ଶୀଘ୍ର ସୁସ୍ଥ ହୁଅ ବୋରିସ୍ !!! ’ପ୍ରକାଶ ଥାଉକି, 55 ବର୍ଷୀୟ ବୋରିସ୍ ଜନସନଙ୍କୁ ଗତ ରବିବାର ଲଣ୍ଡନର ସେଣ୍ଟ ଥୋମାସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କୋରୋନା ଭାଇରସ ସଂକ୍ରମିତ ହେବା ପରେ ତାଙ୍କ ଅବସ୍ଥା ଖରାପ ହେବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.