ETV Bharat / international

କୋରୋନା ଭାଇରସ୍: ହସ୍ପିଟାଲରୁ ଡିସଚାର୍ଜ ହେଲେ ବୋରିସ୍ ଜନସନ

author img

By

Published : Apr 12, 2020, 11:44 PM IST

ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ କୋରୋନା ସଂକ୍ରମଣରୁ ଆରୋଗ୍ୟ ଲାଭ କରି ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି। ସେ ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଛନ୍ତି। କୋରୋନା ସଂକ୍ରମଣରେ ଆକ୍ରାନ୍ତ ହେବା ପରେ ଲଣ୍ଡନର ସେଣ୍ଟ ଥୋମାସ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଅଧିକ ପଢନ୍ତୁ...

UK
କୋରୋନା ଭାଇରସ୍: ହସ୍ପିଟାଲରୁ ଡିସଚାର୍ଜ ହେଲେ ବୋରିସ୍ ଜନସନ

ଲଣ୍ଡନ: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ କୋରୋନା ସଂକ୍ରମଣରୁ ଆରୋଗ୍ୟ ଲାଭ କରି ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି। ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଛନ୍ତି। କୋରୋନା ସଂକ୍ରମଣରେ ଆକ୍ରାନ୍ତ ହେବା ପରେ ଲଣ୍ଡନର ସେଣ୍ଟ ଥୋମାସ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।

ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କୁ ରବିବାର ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି । ଜନସନ ଜାତୀୟ ସ୍ୱାସ୍ଥ୍ୟ ସେବା (NHS)ର ଡାକ୍ତର ଏବଂ ସ୍ବାସ୍ଥ୍ୟ କର୍ମୀଙ୍କୁ ଧନ୍ୟବାଦ ଜଣାଇ କହିଥିଲେ ଯେ, ଦୁଇ ସପ୍ତାହ ପୂର୍ବରୁ କୋଭିଡ -19ର ପରୀକ୍ଷା ରିପୋର୍ଟ ପଜିଟିଭ ଆସିବା ପରେ ପରେ, ତାଙ୍କ ଜୀବନ ରକ୍ଷା କରିଥିବାରୁ କୃତଜ୍ଞତା ।

ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନ ଏବଂ କାର୍ଯ୍ୟାଳୟ ଡାଉନଙ୍ଗ ଷ୍ଟ୍ରିଟର ମୁଖପାତ୍ର କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି । ମାତ୍ର ତାଙ୍କ ଡାକ୍ତରୀ ଦଳର ପରାମର୍ଶ ଅନୁଯାୟୀ ପ୍ରଧାନମନ୍ତ୍ରୀ ତୁରନ୍ତ କାର୍ଯ୍ୟକୁ ଫେରିବେ ନାହିଁ । ବ୍ରିଟେନର ବୈଦେଶିକ ମନ୍ତ୍ରୀ ଡୋମିନିକ୍ ରାବ ସମ୍ପୂର୍ଣ୍ଣ ସୁସ୍ଥ ନହେବା ପର୍ଯ୍ୟନ୍ତ ତାଙ୍କ ତରଫରୁ ତାଙ୍କ କାର୍ଯ୍ୟ ଉପରେ ନଜର ରଖିବେ।

ପିଏମଙ୍କ କାର୍ଯ୍ୟକୁ ଫେରିବା ପାଇଁ ତାଙ୍କ ଯୋଜନା ବିଷୟରେ ପଚରାଯିବାରୁ ଭାରତୀୟ ମୂଳ ତଥା ବ୍ରିଟେନର ଗୃହମନ୍ତ୍ରୀ ପ୍ରୀତି ପଟେଲ ଶନିବାର କହିଛନ୍ତି ଯେ ସମ୍ପୂର୍ଣ୍ଣ ସୁସ୍ଥ ହେବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ କିଛି ସମୟ ଦରକାର ।

ଜନ୍ ହପକିନ୍ସ ବିଶ୍ବବିଦ୍ୟାଳୟର ପରିସଂଖ୍ୟାନ ଅନୁଯାୟୀ ଦେଶର ପ୍ରାୟ 80 ହଜାର କୋରୋନା ସଂକ୍ରମିତ ହୋଇଛନ୍ତି । ବ୍ରିଟେନରେ ସଂକ୍ରମିତଙ୍କ ସଂଖ୍ୟା 9,875 ରେ ପହଞ୍ଚିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.