ETV Bharat / international

ଇଣ୍ଟରନେଟରେ ଆସିଲା ବୋରିସଙ୍କ ପୁଅର ପ୍ରଥମ ଫଟୋ - ବୋରିଶ ଜନଶନ ଓ ପ୍ରେମିକ କ୍ୟାରି ସିମୋଣ୍ଡ

ଇଣ୍ଟରନେଟରେ ଆରମ୍ଭ ହୋଇଛି ନୂଆ ଟ୍ରେଣ୍ଡ । ଆଉ ଏହି ଟ୍ରେଣ୍ଡ କେହି ସେଲିବ୍ରିଟି ନୁହେଁ ବରଂ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିଶ ଜନଶନଙ୍କ ନବଜାତକ ଆରମ୍ଭ କରିଛନ୍ତି । ଶନିବାର ବୋରିସ ଓ ତାଙ୍କ ପ୍ରେମିକା ନିଜ ପୁଅର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

boris johnson, son of boris johnson, boris johnson and fiance carie simond, british pm's son, ବୋରିଶ ଜନଶନ, ବୋରିଶ ଜନଶନଙ୍କ ପୁଅ, ବୋରିଶ ଜନଶନ ଓ ପ୍ରେମିକ କ୍ୟାରି ସିମୋଣ୍ଡ, ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ପୁଅ
ଇଣ୍ଟରନେଟରେ ଆସିଲା ବୋରିଶଙ୍କ ପୁଅର ପ୍ରଥମ ଫଟୋ
author img

By

Published : May 4, 2020, 7:24 AM IST

ଲଣ୍ଡନ: ଇଣ୍ଟରନେଟରେ ଆରମ୍ଭ ହୋଇଛି ନୂଆ ଟ୍ରେଣ୍ଡ । ଆଉ ଏହି ଟ୍ରେଣ୍ଡ କେହି ସେଲିବ୍ରିଟି ନୁହେଁ ବରଂ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନଶନଙ୍କ ନବଜାତକ ଆରମ୍ଭ କରିଛନ୍ତି । ଶନିବାର ବୋରିସ ଓ ତାଙ୍କ ପ୍ରେମିକା ନିଜ ପୁଅର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଯାହା ଏବେ ସୋସିଆଲ ମିଡିଆରେ ସାଉଁଣ୍ଟୁଛି ଲୋକଙ୍କ ଦୃଷ୍ଟି ଓ ଭଲ ପାଇବା । ଶନିବାର ଇନଷ୍ଟାଗ୍ରାମରେ ବୋରିସ ଓ କ୍ୟାରି ସିମୋଣ୍ଡ ଏହି ଫଟୋ ଶେୟାର କରିଥିଲେ ।

ଏହି ଫଟୋରେ ଏକ ଗହମ ରଙ୍ଗର ଚାଦରରେ ପୁଅ ୱିଲଫ୍ରେଡ ଲରି ନିକୋଲାସ ଜନଶନଙ୍କୁ ସିମୋଣ୍ଡ ନିଜ କୋଳରେ ଧରିଥିବା ଦେଖାଯାଇଛି । ତେବେ ଏହି ପୋଷ୍ଟରେ ସିମୋଣ୍ଡ ପୁଅର ନାମରେ ନିକୋଲାସ ରଖିଥିବା ପଛର କାହାଣୀ କହିଥିଲେ । ଉଭୟ ବୋରିସ ଓ ସିମୋଣ୍ଡ ଏହି ନାମକୁ ଦୁଇ ଡାକ୍ତରଙ୍କ ସମ୍ମାନାର୍ଥେ ଦେଇଥିବା ପ୍ରକାଶ କରିଛନ୍ତି । ଡ଼ଃ ନିକ ପ୍ରିସ ଓ ଡ଼ଃ ନିକ ହାର୍ଟ ନାମକ ଦୁଇ ଡାକ୍ତରଙ୍କ ପ୍ରୟାସ ଯୋଗୁଁ ବୋରିସ କୋରୋନା ସଂକ୍ରମଣରୁ ସୁରକ୍ଷିତ ଭାବେ ସୁସ୍ଥ ହୋଇ ବାହାରିବାରେ ସକ୍ଷମ ହୋଇଥିଲେ ।

ତେଣୁ ଏହି ଦୁଇ ଡାକ୍ତରଙ୍କ ପାଇଁ ନିଜ ପୁଅର ନାମରେ ନିକୋଲାସ ଯୋଡିଥିବା ଉଭୟେ ପ୍ରକାଶ କରିଛନ୍ତି । ଏହି ଖବର ପାଇ ଉଭୟ ଡାକ୍ତର ମଧ୍ୟ ବୋରିଶ ଓ ସିମୋଣ୍ଡଙ୍କୁ ଧନ୍ୟବାଦ ଜଣାଇବା ସହ ସଭିଙ୍କ ଭଲ ସ୍ବାସ୍ଥ୍ୟ ଓ ସୁଖଦ ପରିବାର ପାଇଁ ଶୁଭେଚ୍ଛା ଜଣାଇଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.