ETV Bharat / international

ଔପଚାରିକ ଭାବେ ଦ୍ବିତୀୟ ପତ୍ନୀଙ୍କୁ ଛାଡପତ୍ର ଦେଲେ ବୋରିସ ଜନସନ - ବୋରିଶ ଜନଶନଙ୍କ ଛାଡପତ୍ର

ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିଶ ଜନଶନ ବୁଧବାର ଔପଚାରିକ ଭାବେ ନିଜ ଦ୍ବିତୀୟ ପତ୍ନୀ ମାରିନା ହ୍ବିଲରଙ୍କୁ ଛାଡପତ୍ର ଦେଇଛନ୍ତି । ମାରିନାଙ୍କୁ ବୋରିଶ 1993ରେ ବିବାହ କରିଥିବା ବେଳେ ଏବେ ତାଙ୍କର ପ୍ରେମିକା ଥିବା କ୍ୟାରି ସିମୋଣ୍ଡ ଗତ ମାସରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ ।

uk pm's divorce from 2nd wife, um pm boris jphnson, boris johnson's divorce, boris-marina divorce, ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କ ଦ୍ବିତୀୟ ପତ୍ନୀଙ୍କ ସହ ଛାଡପତ୍ର, ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିଶ ଜନଶନ, ବୋରିଶ ଜନଶନଙ୍କ ଛାଡପତ୍ର, ବୋରିଶ-ମାରିନା ଛାଡପତ୍ର
ଔପଚାରିକ ଭାବେ ଦ୍ବିତୀୟ ପତ୍ନୀଙ୍କୁ ଛାଡପତ୍ର ଦେଲେ ବୋରିଶ ଜନସନ
author img

By

Published : May 7, 2020, 6:44 PM IST

ଲଣ୍ଡନ: ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ ବୁଧବାର ଔପଚାରିକ ଭାବେ ନିଜ ଦ୍ବିତୀୟ ପତ୍ନୀ ମାରିନା ହ୍ବିଲରଙ୍କୁ ଛାଡପତ୍ର ଦେଇଛନ୍ତି । ମାରିନାଙ୍କୁ ବୋରିସ 1993ରେ ବିବାହ କରିଥିବା ବେଳେ ଏବେ ତାଙ୍କର ପ୍ରେମିକା ଥିବା କ୍ୟାରି ସିମୋଣ୍ଡ ଗତ ମାସରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ । ଫେବୃଆରୀ ମାସରୁ ମାରିନା ଏହାର ଶୁଣାଣି ପାଇଁ ଅପିଲ କରିଥିଲେ । ଯାହାର ରାୟ ବୋରିସଙ୍କ ନବଜାତକ ୱିଲଫ୍ରେଡ ଲରି ନିକୋଲାସ ଜନସନର ଏପ୍ରିଲ 29ରେ ଜନ୍ମ ପୂର୍ବରୁ ସଂରକ୍ଷିତ ହୋଇଥିଲା ।

ଉଭୟ ବୋରିସ ଓ ମାରିନାଙ୍କ ମଧ୍ୟରେ ଆର୍ଥିକ ବା ସମ୍ପତ୍ତିଗତ ଅସୁବିଧା ଲାଗି ରହିଥିବା ବେଳେ ଛାଡପତ୍ର ସମୟରେ ଉଭୟଙ୍କ ମଧ୍ୟରେ ବୁଝାମଣା ପାଇଁ 4 ମିଲିୟନ ଡଲାର ନେଣଦେଣ ହୋଇପାରେ । ସେପଟେ ସୂଚନା ଅନୁଯାୟୀ 2018ରେ ଦ୍ବିତୀୟ ପତ୍ନୀଙ୍କଠାରୁ ବୋରିଶଙ୍କ ଛାଡପତ୍ର ପୂର୍ବରୁ 4ଜଣ ସନ୍ତାନ ସନ୍ତତି ରହିଥିଲେ । ସେମାନେ ହେଲେ ଲାରା ଲେଟିସ (26), ମିଲୋ ମ୍ୟାରିଡ (24), କ୍ୟାସିଆ ପିଚେସ (22) ଓ ଥିଓଡୋର ଆପୋଲୋ(20) । ଏହା ବ୍ୟତୀତ ବୋରିସଙ୍କର 2009 ମସିହାରେ ସଂସ୍କୃତି ବିଭାଗ ଉପଦେଷ୍ଟା ଷ୍ଟେଫେନିଙ୍କଠାରୁ ପଞ୍ଚମ ଶିଶୁ ଜନ୍ମ ନେଇଥିଲା ।

ଷ୍ଟେଫେନିଙ୍କ ସହ ପ୍ରେମ ସମ୍ପର୍କ ନେଇ ଚର୍ଚ୍ଚା ଉଠିଥିବା ବେଳେ ବୋରିସ ବିବାହିତ ଥିଲେ । ତେବେ ଖୁବ କମ ସମୟରେ ଏଥିରେ ପୂର୍ଣ୍ଣଚ୍ଛେଦ ପଡିଥିଲା । ସେପଟେ ଦ୍ବିତୀୟ ପତ୍ନୀଙ୍କଠାରୁ ଛାଡପତ୍ର ମିଳିବା ପରେ ସେ ଗଣମାଧ୍ୟମରେ କ୍ୟାରି ସିମୋଣ୍ଡଙ୍କ ସହ ପ୍ରେମ ସମ୍ପର୍କ ଓ ନିର୍ବନ୍ଧ କଥା ପ୍ରକାଶ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.