ETV Bharat / international

ଆଷ୍ଟ୍ରାଜେନିକା ଟିକା ନେଲେ ବ୍ରିଟେନ ପ୍ରଧାନମନ୍ତ୍ରୀ

author img

By

Published : Mar 20, 2021, 12:07 PM IST

ଆଷ୍ଟ୍ରାଜେନେକା ଟିକା ନିରାପତ୍ତା ନେଇ ପ୍ରଶ୍ନ ଉଠିଥିବାବେଳେ ଟିକା ନେଲେ ବ୍ରିଟେନ ପ୍ରଧାନମନ୍ତ୍ରୀ । କୋଭିଡ ଟିକାର ପ୍ରଥମ ଡୋଜ ନେଇଛନ୍ତି । ଅଧିକ ପଢନ୍ତୁ...

ଆଷ୍ଟ୍ରାଜେନିକା ଟିକା ନେଲେ ବ୍ରିଟେନ ପ୍ରଧାନମନ୍ତ୍ରୀ
ଆଷ୍ଟ୍ରାଜେନିକା ଟିକା ନେଲେ ବ୍ରିଟେନ ପ୍ରଧାନମନ୍ତ୍ରୀ

ଲଣ୍ଡନ: ଅକ୍ସଫୋର୍ଡ- ଆଷ୍ଟ୍ରାଜେନିକା ଟିକା ନେଲେ ବ୍ରିଟେନ ପ୍ରଧାନମନ୍ତ୍ରୀ । କୋଭିଡ ଟିକାର ପ୍ରଥମ ଡୋଜ ନେଇଛନ୍ତି । ଆଷ୍ଟ୍ରାଜେନିକା ଟିକାର ନିରାପତ୍ତା ଉପରେ ପ୍ରଶ୍ନ ଉଠିବା ପରେ ଅନେକ ୟୁରୋପୀୟ ଦେଶ ଆଷ୍ଟ୍ରାଜେନିକା ଟୀକାକରଣ ଉପରେ ରୋକ ଲଗାଇଥିଲେ । ଏହି ସମୟରେ କୋଭିଡ ଟିକା ନେଇଛନ୍ତି ବୋରିସ ।

ଆଷ୍ଟ୍ରାଜେନେକା ଟିକା ନେଲେ ରକ୍ତ ଜମାଟ ବାନ୍ଧିବାର ଆଶଙ୍କା ରହିଛି ବୋଲି ରିପୋର୍ଟ ପ୍ରକାଶ ପାଇଥିଲା। ଯାହାକୁ ନେଇ ଅନେକ ଦେଶ ଏହାର ବ୍ୟବହାର ଉପରେ ରୋକ ଲଗାଇଥିଲେ । ୟୁରୋପିଆନ ମେଡିସିନ ରେଗୁଲେଟର ଅକ୍ସଫୋର୍ଡ ଟିକା ନିରାପତ୍ତା କହିବା ପରେ ପୁଣି ଥରେ ବିଭିନ୍ନ ଦେଶ ଟୀକାକରଣ ଆରମ୍ଭ କରିଛି । ପୂର୍ବରୁ ବ୍ରିଟେନ ଅକ୍ସଫୋର୍ଡ ଟିକାକୁ ସୁରକ୍ଷିତ ବୋଲି କହିଥିଲା । ଆଜି ବ୍ରିଟେନ ପିଏମ ଏହି ଟିକା ନେଇ ଏହା ନିରାପତ୍ତା ବୋଲି ପ୍ରମାଣ ଦେବାକୁ ଚେଷ୍ଟା କରିଛନ୍ତି । ସେପଟେ ବୋରିସ ଜନସନ ଟିକା ନେବା ପରେ ନିଜ ଦେଶବାସୀଙ୍କୁ ଟୀକାକରଣ କାର୍ଯ୍ୟକ୍ରମରେ ସାମିଲ ହେବାକୁ କହିଛନ୍ତି । ଟିକା ନେବା ପରେ ସେ କୌଣସି ଅସୁସ୍ଥତା ଅନୁଭବ କରୁନଥିବା କହିଛନ୍ତି । ଏଥିପାଇଁ ସେ ଅକ୍ସଫୋର୍ଟ- ଅଷ୍ଟ୍ରାଜେନିକାର ବୈଜ୍ଞାନିକ, ଏନଏଚଏଲ ଷ୍ଟାଫ ଓ ସ୍ବେଚ୍ଛାଚାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀଙ୍କୁ ଲଣ୍ଡନରେ ଥିବା ସେଣ୍ଟ ଥୋମାସ ହସ୍ପିଟାଲରେ ଟିକା ଦିଆଯାଇଛି । ଟିକା ନେବା ପରେ ସେ କହିଛନ୍ତି, ‘‘ ସେ କୌଣସି ଅସହଜ ମନେ କରୁନାହାଁନ୍ତି । ଟିକା ପାଇଁ ଯୋଗ୍ୟ ବିବେଚିତ ହେବା ପରେ ସମସ୍ତେ ଏହାର ଡୋଜ ନିଅନ୍ତୁ । ସମସ୍ତଙ୍କ ସ୍ବାସ୍ଥ୍ୟ ପକ୍ଷେ ଏହା ସୁରକ୍ଷିତ ହେବା ସହ ପରିବାର ଓ ସମାଜ ପାଇଁ ମଧ୍ୟ ଶୁଭଙ୍କର ସାବ୍ୟସ୍ତ ହେବ ’’ ।

ସୂଚନାଯୋଗ୍ୟ, ଗତ ବୋରିସ ଜନସନ କୋରୋନା ଆକ୍ରାନ୍ତ ହୋଇଥିଲେ । ତାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ଆଜି ସେହି ହସ୍ପିଟାଲର ଜଣେ ନର୍ସ ତାଙ୍କୁ କୋଭିଡ ଟିକା ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.