ETV Bharat / international

ବ୍ରିଟେନରେ ମେ' ମାସ ଯାଏଁ ବଢିପାରେ ଲକଡାଉନ ଅବଧି: ରିପୋର୍ଟ - କୋରୋନା ସତର୍କତା

ଏବେ ବ୍ରିଟେନର ମନ୍ତ୍ରୀମାନଙ୍କୁ ମେ ମାସ ଯାଏଁ ଲକଡାଉନ୍ ଅବଧି ବଢାଇବାକୁ ପ୍ରସ୍ତୁତ ହେବାକୁ କୁହାଯାଇଛି । ଗୁରୁବାର ଏକ ଗଣମାଧ୍ୟମ ରିପୋର୍ଟରେ ଏହା କୁହାଯାଇଛି। ବୁଧବାର ଡାଉନିଂ ଷ୍ଟ୍ରିଟ୍ ସଂକ୍ଷିପ୍ତ ବୈଠକରେ ଭାରତୀୟ ମୂଳ ଚାନସଲ ରଷି ସୁନାକ ଏହି ପ୍ରତିବନ୍ଧକକୁ ହଟାଇବା ପାଇଁ କୌଣସି ସୂଚନା ଦେବାକୁ ମନା କରି ଦେଇଛନ୍ତି । ଅଧିକ ପଢନ୍ତୁ...

ଫାଇଲ ଫଟୋ
ଫାଇଲ ଫଟୋ
author img

By

Published : Apr 9, 2020, 6:33 PM IST

ଲଣ୍ଡନ: କୋରୋନା ବିଶ୍ୱରେ ଆତଙ୍କ ପାଲଟିଛି । ବିଶ୍ୱର ଅନେକ ରାଷ୍ଟ୍ର ଏବେ ଲକଡାଉନ ଭିତରେ । ଏବେ ବ୍ରିଟେନର ମନ୍ତ୍ରୀମାନଙ୍କୁ ମେ ମାସ ଯାଏଁ ଲକଡାଉନ୍ ଅବଧି ବଢାଇବାକୁ ପ୍ରସ୍ତୁତ ହେବାକୁ କୁହାଯାଇଛି । ଗୁରୁବାର ଏକ ଗଣମାଧ୍ୟମ ରିପୋର୍ଟରେ ଏହା କୁହାଯାଇଛି। ବୁଧବାର ଡାଉନିଂ ଷ୍ଟ୍ରିଟ୍ ସଂକ୍ଷିପ୍ତ ବୈଠକରେ ଭାରତୀୟ ମୂଳ ଚାନସଲ ରଷି ସୁନାକ ଏହି ପ୍ରତିବନ୍ଧକକୁ ହଟାଇବା ପାଇଁ କୌଣସି ସୂଚନା ଦେବାକୁ ମନା କରି ଦେଇଛନ୍ତି ।

ଗୁରୁବାର ଦିନ ପରିସ୍ଥିତିର ସମୀକ୍ଷା ପାଇଁ କୋବ୍ରା ବୈଠକ ବସିବ । ଏହି ବୈଠକ ବୈଦେଶିକ ସଚିବ ଡୋମିନାର ରାବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ। କୋରୋନୋଭାଇରସ୍ କାରଣରୁ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଆଇସିୟୁରେ ଅଛନ୍ତି । ସୂଚନା ଯେ, ଏପ୍ରିଲ 18 ଦେଶର ସବୁଠାରୁ ଘାତକ ଦିନ ହୋଇପାରେ। ଏହାର ଅର୍ଥ ଅନ୍ତତଃ ପକ୍ଷେ ଆସନ୍ତା ମାସ ପାଇଁ ବ୍ରିଟେନ ଭିତରେ ରହିବାକୁ କୁହାଯିବ ।

ବ୍ରିଟେନରେ ଗୋଟିଏ ଦିନରେ 938 ଜଣଙ୍କର ମୃତ୍ୟୁ ପରେ ଏହି ଖବର ଆସିଛି | ବର୍ତ୍ତମାନ ଏଠାରେ ମୋଟ ମୃତ୍ୟୁ ସଂଖ୍ୟା 7,097 ରେ ପହଞ୍ଚିଛି । ଏଥି ସହିତ, କୋରୋନାଭାଇରସ୍ ସଂକ୍ରମଣର ମୋଟ ସଂଖ୍ୟା 61,474 କୁ ବୃଦ୍ଧି ପାଇଛି ।

@IANSଇନପୁଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.