ETV Bharat / international

Russia Ukraine War: ବ୍ରିଟେନରେ ନୂଆ ଶରଣାର୍ଥୀ ଯୋଜନା ଆରମ୍ଭ - ଋଷ ଓ ୟୁକ୍ରେନ ମହାଯୁଦ୍ଧ

ୟୁକ୍ରେନ ନାଗରିକଙ୍କ ପାଇଁ ନୂଆ ଶରଣାର୍ଥୀ ଯୋଜନା ଆଣିଲେ ବ୍ରିଟେନ ସରକାର । ତେବେ ଏହି ଯୋଜନା ସୋମବାର ଠାରୁ ବ୍ରିଟେନ ସରକାର ଘୋଷଣା କରିଥିଲେ । ଅଧିକ ପଢନ୍ତୁ

Russia Ukraine War: ବିଟ୍ରେନର ନୂଆ ଶରଣାର୍ଥୀ ଯୋଜନା ଆରମ୍ଭ
ବ୍ରିଟେନରେ ନୂଆ ଶରଣାର୍ଥୀ ଯୋଜନା ଆରମ୍ଭ
author img

By

Published : Mar 15, 2022, 10:08 PM IST

ନୂଆଦିଲ୍ଲୀ: ୟୁକ୍ରେନ ନାଗରିକଙ୍କ ପାଇଁ ନୂଆ ଶରଣାର୍ଥୀ ଯୋଜନା ଆଣିଲେ ବ୍ରିଟେନ ସରକାର । ତେବେ ଏହି ଯୋଜନା ଗତକାଲି ଠାରୁ ବ୍ରିଟେନ ସରକାର ଘୋଷଣା କରିଥିଲେ । ଏହି ଯୋଜନା ଅଧିନରେ ୟୁକ୍ରେନ ନାଗରିକଙ୍କୁ ଭିସା ପ୍ରଦାନ କରିବା ସହ ମାସିକ ୩୫୦ ପାଉଣ୍ଡ ଦେବାକୁ ପଡିବ ବୋଲି ଗତକାଲି ଘୋଷଣା ହୋଇଥିଲା ।

ସେହିପରି ଏହି ଯୋଜନା ଘୋଷଣା ହେବା ପରେ ପ୍ରାୟ ୧ଲକ୍ଷ ବ୍ରିଟେନ ନାଗରିକ ଏଥିପାଇଁ ନାମ ପଞ୍ଜୀକରଣ କରିଛନ୍ତି । ତେବେ ଶରଣାର୍ଥୀ ନେବାକୁ ଚାହୁଁ ଥିବା ୟୁକ୍ରେନ ନାଗରିକଙ୍କୁ ମାସିକ ୩୫୦ ପାଉଣ୍ଡ ପ୍ରଦାନ କରିବା ପଡିବ ବୋଲି ଏଥିରେ ଉଲ୍ଲେଖ କରାଯାଇଛି । ବ୍ରିଟେନର ନାଗରିକ ଏଥିପାଇଁ ଉତ୍ସାହ ଦେଖାଇବା ସହ ୧ ଲକ୍ଷ ଏହି ଯୋଜନାରେ ସାମିଲ ହେବା ପାଇଁ ଆବେଦନ କରିଛନ୍ତି ।

ସେହିଭଳି ବିଟ୍ରେନରେ ରହିବା ଲାଗି ୧୧ ହଜାରରୁ ୮୮ ହଜାର ୭୧୨ ଜଣ ବ୍ରିଟେନ ନାଗରିକ ଏଥିଲାଗି ନାମ ପଞ୍ଜୀକରଣ କରିଛନ୍ତି । ଏଥିସହ କେତେ ୟୁ୍କ୍ରେନ ନାଗରିକ ଭିସା ପାଇଁ ଆବେଦନ କରାଯାଇଛି ପରେ ଜଣାଇ ଦିଆଯିବ ବୋଲି ବ୍ରିଟେନ ସରକାରଙ୍କ ପକ୍ଷରୁ କହୁଯାଇଛି । ଏହା ସହିତ କେତେ ୟୁକ୍ରେନ ନାଗରିକ ଓ ତାଙ୍କ ପରିବାର ଲୋକଙ୍କ ଭିସା ପ୍ରଦାନ କରିବା ଲାଗି ଆବେଦନକୁ ମଞ୍ଜୁରୀ ମିଳିଛି ତାହା ପ୍ରକାଶ କରାଯିବ ।

ଏତଦ୍‌ବ୍ୟତିତ୍‌ ବିଟ୍ରେନରେ ରହୁଥିବା ୟୁକ୍ରେନ ନାଗରିକ ଓ ସେମାନଙ୍କ ପରିବାର ସଦସ୍ୟ ନାଗରିକ ଭାବରେ ରହିବା ଏହି ଯୋଜନା ଆରମ୍ଭ କରାଯାଇଛି । ତେବେ ଭାରତୀୟ ସମୟ ଅପରାହ୍ନ ୪ଟା ସୁଦ୍ଧା ମିଳିଥିବା ସୂଚନା ଅଧାରରେ ୪ ହଜାର ୬ ଶହ ୟୁକ୍ରେନ ନାଗରିକଙ୍କ ଭିସାକୁ ମଞ୍ଜୁରୀ ମିଳିଥିବା ବିଟ୍ରେନ ସରକାରଙ୍କ ଗୃହ ବିଭାଗ ପକ୍ଷରୁ କୁହାଯାଇଛି ।

ଅନ୍ୟପଟେ ବ୍ରିଟେନ ସରକାରଙ୍କ ପକ୍ଷରୁ କରାଯାଇଥିବା ୱେବସାଇଟ୍‌ ପ୍ରକାଶ ପାଇଥିବା ତଥ୍ୟ ଆଧାରରେ ୧୭ ହାଜାର ୬ ଶହ ଆବେଦନ ପଞ୍ଜୀକରଣ କରାଯାଇଛି । ଏହା ସହିତ ୧୦ ହଜାର ୯ ଶହ ଆବେଦନକୁ ଭିସା ପାଇଁ ପାସପୋର୍ଟ ଅଫିସକୁ ପଠାଯାଇଛି ବୋଲି ବିଟ୍ରେନ ସରକାରଙ୍କ ଗୃହ ବିଭାଗ ପକ୍ଷରୁ କୁହାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.