ଲଣ୍ଡନ: କୋରୋନା ସତ୍ତ୍ବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ଚଳିତବର୍ଷ ହେବାକୁ ଥିବା ଜି7 ସମ୍ମିଳନୀ । ପ୍ରଥମେ ଭିଡିଓ କନଫରେନ୍ସିଂରେ ଏହି ସମ୍ମିଳନୀ ଆୟୋଜନ ପାଇଁ ପ୍ରସ୍ତାବ ରହିଥିବା ବେଳେ ଏବେ ଏହାକୁ ସେପ୍ଟେମ୍ବର କିମ୍ବା ନଭେମ୍ବରରେ ରାଷ୍ଟ୍ରପତି ନିର୍ବାଚନ ପରେ ୱାଶିଂଟନରେ ଆୟୋଜନ ପାଇଁ ସ୍ଥିର କରାଯାଇଛି । ଏଥିରେ ୟୁକେ ଓ କାନାଡା ନିଜ ଉପସ୍ଥିତି ଜାହିର କରିସାରିଥିବା ବେଳେ ଜର୍ମାନୀ ଆରମ୍ଭରୁ ଓହରିଛି ।
ତେବେ ଏହି ସମ୍ମିଳନୀରେ ଋଷିଆର ସାମିଲ ନେଇ ବିରୋଧ ପ୍ରକାଶ କରିଛନ୍ତି ଉଭୟ ୟୁକେ ଓ କାନାଡା । ମେ’ 30ରେ ଆମେରିକା ରାଷ୍ଟ୍ରପତି ଚଳିତବର୍ଷ ହୋଷ୍ଟ ଭାବେ ଅଧିକ ଦେଶକୁ ସାମିଲ କରିବା ପାଇଁ ଘୋଷଣା କରିଥିଲେ । ଯେଉଁଥିରେ ରହିଥିଲେ ଭାରତ, ଋଷିଆ, ଅଷ୍ଟ୍ରେଲିଆ ଓ ଦକ୍ଷିଣ କୋରିଆ । ତେବେ ଋଷିଆକୁ ଆମନ୍ତ୍ରଣ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡିଓ କହିଛନ୍ତି କି ପୂର୍ବରୁ ଅନ୍ତର୍ଜାତୀୟ ନିୟମ ଉଲଙ୍ଘନ କରିଥିବାରୁ ଋଷିଆକୁ ସମ୍ମିଳନୀରୁ ବାଦ ଦିଆଯାଇଥିଲା । ଆଗକୁ ମଧ୍ୟ ଏହି କଟକଣା ଋଷିଆ ପାଇଁ ଲାଗୁ ରହିବା ଦରକାର ।
ସେପଟେ ସମ୍ପୃକ୍ତ ପ୍ରସଙ୍ଗରେ ୟୁକେ ନିଜ ଭିଟୋ ପାୱାର ବା ଅଧିକାରର ବ୍ୟବହାର କରି ଆମେରିକା ଦ୍ବାରା ଋଷିଆକୁ ଆମନ୍ତ୍ରଣକୁ ରବ୍ଦ କରିପାରିବ ବୋଲି ପ୍ରକାଶ କରିଛି । ତେବେ ଅନ୍ୟ ଅତିଥି ରାଷ୍ଟ୍ରଙ୍କ ମଧ୍ୟକରୁ ଦକ୍ଷିଣ କୋରିଆ ଓ ଅଷ୍ଟ୍ରେଲିଆ ସମ୍ମିଳନୀରେ ଅଂଶଗ୍ରହଣ ପାଇଁ ଇଚ୍ଛା ପ୍ରକାଶ କରିଥିବା ଜଣା ପଡିଛି ।
@IANS