ETV Bharat / international

Russia-Ukraine War: ପ୍ୟାରିସ୍‌କୁ ସ୍ତାନାନ୍ତର UEFA ଚାମ୍ପିଆନ୍ସ ଲିଗ୍‌ ଫାଇନାଲ ମ୍ୟାଚ

author img

By

Published : Feb 25, 2022, 10:33 PM IST

ୟୁନିଅନ୍‌ ୟୁରୋପୀୟ ଫୁଟବଲ୍ ଆସୋସିଏସନ୍‌ (Union of European Football Associations) ଚାମ୍ପିଆନ୍ସ ଲିଗ୍‌ ସ୍ତାନାନ୍ତର । ଆସାନ୍ତା ମଇ ମାସ ୨୮ ତାରିଖରେ ହେବାକୁ ଥିବା ଏହି ଲୋକପ୍ରିୟ ଲିଗ୍‌କୁ ସେଣ୍ଟ ପିଟରସ୍‌ବର୍ଗରୁ ପରିବର୍ତ୍ତେ ଫ୍ରାନସର ସେଣ୍ଟ ଡେନିସ୍‌ରେ ଅନୁଷ୍ଠିତ ହେବ । ଅଧିକ ପଢନ୍ତୁ

Russia Ukraine War: ପ୍ୟାରିସ୍‌କୁ ସ୍ତାନାନ୍ତର ୟୁଇଏଫଏ ଚାମ୍ପିଆନ୍ସ ଲିଗ୍‌ ଫାଇନାଲ ମ୍ୟାଚ୍‌

ନୂଆଦିଲ୍ଲୀ: ୟୁନିଅନ୍‌ ୟୁରୋପୀୟ ଫୁଟବଲ୍ ଆସୋସିଏସନ୍‌(Union of European Football Associations) ଚାମ୍ପିଆନ୍ସ ଲିଗ୍‌ ସ୍ତାନାନ୍ତର । ଆସାନ୍ତା ମଇ ମାସ ୨୮ ତାରିଖରେ ହେବାକୁ ଥିବା ଏହି ଲୋକପ୍ରିୟ ଲିଗ୍‌କୁ ସେଣ୍ଟ ପିଟରସ୍‌ବର୍ଗରୁ ପରିବର୍ତ୍ତେ ଫ୍ରାନସର ସେଣ୍ଟ ଡେନିସ୍‌ରେ ଅନୁଷ୍ଠିତ ହେବ । ଏନେଇ ଆଜି ୟୁଇଏଫଏ (Union of European Football Associations) କାର୍ଯ୍ୟନିର୍ବାହୀ କମିଟି ବେଠକରେ ଏହି ନିଷ୍ପତ୍ତି ନିଆଯାଇଛି । ତେବେ ଋଷର ୟୁକ୍ରେନ ଉପରେ ଆକ୍ରମଣ ପରେ ମ୍ୟାଚର ସୁରକ୍ଷା ନେଇ ଏହି ବୈଠକ ବସିଥିଲା ।

ତେବେ ୟୁରୋପ ମହାଦେଶରେ ବର୍ତ୍ତମାନ ସୁରକ୍ଷା ବ୍ୟବସ୍ଥା ଠିକ୍‌ ନଥିବାରୁ ଫାଇନାଲ ମ୍ୟାଚ୍‌ ସ୍ତାନନ୍ତର ହେବା ପାଇଁ ନିଷ୍ପତ୍ତି ହୋଇଛି । ସେହିପରି ଋଷିଆ ଓ ୟୁକ୍ରେନ କ୍ଲବ ଏବଂ ଜାତୀୟ ଫୁଟବଲ ଟିମ୍‌ ସେମାନଙ୍କ ଘରୋଇ ମ୍ୟାଚ୍‌ ଗୁଡିକ ନିରପେକ୍ଷ ସ୍ଥାନରେ ଖେଳିବା ପାଇଁ ୟୁଇଏଫଏ କାର୍ଯ୍ୟନିର୍ବାହୀ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଫ୍ରାନସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍‌ଙ୍କ ବ୍ୟକ୍ତିଗତ ସାହଯ୍ୟ ଓ ସହଯୋଗ ପାଇଁ ୟୁଇଏଫଏ ପକ୍ଷରୁ ଧନ୍ୟବାଦ ଜଣାଯାଇଛି ।

ଅନ୍ୟପଟେ ୟୁକ୍ରେନରେ ଥିବା ଖେଳାଳୀ ଓ ପରିବାର ଲୋକଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦିଆଯିବ ସହ ଉଦ୍ଧାର ପାଇଁ ବ୍ୟବସ୍ଥା କରାଯିବ ବୋଲି ୟୁଇଏଫଏ ପକ୍ଷରୁ କୁହାଯାଇଛି । ତେବେ ଏନେଇ ଆଜି ୟୁଇଏଫଏ ଅଫିସିଆଲ ୱେବସାଇେଟ୍‌ରେ ପ୍ରେସ ବିବୃତି ମାଧ୍ୟମରେ ପ୍ରକାଶ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.