ETV Bharat / international

ତୁର୍କୀ ଭୂକମ୍ପରେ ମୃତ୍ୟୁ ସଂଖ୍ୟା 39କୁ ବୃଦ୍ଧି - ଭୂକମ୍ପରେ ମୃତ୍ୟୁ ସଂଖ୍ୟା 39

ପଶ୍ଚିମ ତୁର୍କୀରେ ହୋଇଥିବା ଶକ୍ତିଶାଳୀ ଭୂକମ୍ପରେ ମୃତ୍ୟୁ ସଂଖ୍ୟା 39କୁ ବୃଦ୍ଧି ପାଇଛି। ଏନେଇ ତୁର୍କୀ ବିପର୍ଯ୍ୟୟ ଏବଂ ଜରୁରୀକାଳୀନ ବିଭାଗ ପକ୍ଷରୁ ସୂଚନା ମିଳିଛି । ଅଧିକ ଖବର ପଢନ୍ତୁ...

ତୁର୍କୀ ଭୂକମ୍ପରେ ମୃତ୍ୟୁ ସଂଖ୍ୟା 39କୁ ବୃଦ୍ଧି

author img

By

Published : Nov 1, 2020, 9:44 AM IST

ଆଙ୍କରା: ପଶ୍ଚିମ ତୁର୍କୀରେ ହୋଇଥିବା ଶକ୍ତିଶାଳୀ ଭୂକମ୍ପରେ ମୃତ୍ୟୁ ସଂଖ୍ୟା 39କୁ ବୃଦ୍ଧି ପାଇଛି। ଏନେଇ ତୁର୍କୀ ବିପର୍ଯ୍ୟୟ ଏବଂ ଜରୁରୀକାଳୀନ ପରିଚାଳନା ସଭାପତି (AFAD) ଶନିବାର ଘୋଷଣା କରିଛି ।

ବିବୃତ୍ତିରେ କୁହାଯାଇଛି, "ମୃତ୍ୟୁ ସଂଖ୍ୟା 39 ଜଣକୁ ବୃଦ୍ଧି ପାଇଛି । ଉଦ୍ଧାରକାରୀମାନେ ଇଜମିରରେ ନଅଟି ନଷ୍ଟ ହୋଇଥିବା କୋଠାଘର ଉପରେ କାମ କରୁଛନ୍ତି।" ଭୂକମ୍ପରେ ପୂର୍ବରୁ ମୃତ୍ୟୁସଂଖ୍ୟା 37ରେ ଥିଲା ଓ 885 ଜଣ ଆହତ ହୋଇଥିଲେ। ।

ସୂଚନା ଅନୁସାରେ, ଶୁକ୍ରବାର ପଶ୍ଚିମ ତୁର୍କୀରେ 6.6 ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଅନୁଭୂତ ହୋଇଥିଲା ଏବଂ ଭୂକମ୍ପ କେନ୍ଦ୍ର ଇଜିମିର ପ୍ରଦେଶର ସେଫେରିହିସର ସହର ନିକଟ ଏଜି ସାଗରରେ ଅବସ୍ଥିତ । ଏହି ଭୂକମ୍ପ ସାମୋସ ସମେତ ନିକଟସ୍ଥ ଗ୍ରୀକ୍ ଦ୍ବୀପପୁଞ୍ଜକୁ ମଧ୍ୟ ପ୍ରଭାବିତ କରିଥିଲା ।

ଘଟଣାରେ ଉକ୍ତ ସ୍ଥାନରେ 2 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 20 ଜଣ ଆହତ ହୋଇଥିଲେ । ଗ୍ରୀକ୍ ଭୂକମ୍ପ ବିଶେଷଜ୍ଞମାନେ ଏହି ଭୂକମ୍ପର ମାତ୍ରା 6.9 ବୋଲି ଆକଳନ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.