ଲଣ୍ଡନ: ବ୍ରିଟେନ ପ୍ରଧାନମନ୍ତ୍ରୀ ଥେରେସା ମେ ପଞ୍ଜାବରେ ହୋଇଥିବା ଜାଲିଆନାୱାଲାବାଗ ଗଣହତ୍ୟାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି। 1919ରେ ଅମୃତସରରେ ହୋଇଥିବା ଏହି ନରସଂହାର ଘଟଣାକୁ ନିନ୍ଦନୀୟ ବୋଲି କହିଛନ୍ତି ମେ। ଏହା ଭାରତ-ବ୍ରିଟେନ ସମ୍ପର୍କରେ ଏକ କଳଙ୍କିତ ଅଧ୍ୟାୟ ବୋଲି ସେ କହିଛନ୍ତି।
-
AFP: British Prime Minister Theresa May in British Parliament today expressed regret for #JallianwalaBaghMassacre; said, "We deeply regret what happened and the suffering caused." pic.twitter.com/F5CWvDfObg
— ANI (@ANI) April 10, 2019 " class="align-text-top noRightClick twitterSection" data="
">AFP: British Prime Minister Theresa May in British Parliament today expressed regret for #JallianwalaBaghMassacre; said, "We deeply regret what happened and the suffering caused." pic.twitter.com/F5CWvDfObg
— ANI (@ANI) April 10, 2019AFP: British Prime Minister Theresa May in British Parliament today expressed regret for #JallianwalaBaghMassacre; said, "We deeply regret what happened and the suffering caused." pic.twitter.com/F5CWvDfObg
— ANI (@ANI) April 10, 2019
ଜାଲିଆନାୱାଲାବାଗ୍ ହତ୍ୟାକାଣ୍ଡର ଶହେ ବର୍ଷ ପୂର୍ତ୍ତି ଅବସରରେ ବ୍ରିଟେନ ପ୍ରଧାନମନ୍ତ୍ରୀ ଏହାର ସ୍ମୃତିଚାରଣ କରିଛନ୍ତି । ସାଧାରଣ ଗୃହରେ ପ୍ରଧାନମନ୍ତ୍ରୀଙ୍କ ସାପ୍ତାହିକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଆରମ୍ଭରେ ସେ ଏହି ବିବୃତି ରଖିଛନ୍ତି। ଏହାକୁ ଏକ ଦୁଃଖଦ ଘଟଣା ବୋଲି ବର୍ଣ୍ଣନା କରି ସେ କହିଛନ୍ତି ଯେ, ବ୍ରିଟେନ ସରକାର ଏହି ଘଟଣା ପାଇଁ ଅନୁତପ୍ତ। ଏହା ଏକ ନିନ୍ଦନୀୟ କାର୍ଯ୍ୟ। ଏହା ଭାରତ-ବ୍ରିଟେନ ସମ୍ପର୍କର ଏକ କଳଙ୍କିତ ଅଧ୍ୟାୟ।
ଅତୀତରେ ଭାରତ ସହ ବ୍ରିଟେନର ସମ୍ପର୍କ କେତେ ଖରାପ ଥିଲା ତାହା ଏହି ଘଟଣା ସୂଚିତ କରୁଛି । ଏଥିପାଇଁ ବ୍ରିଟିଶ ସରକାର ଆଗରୁ କ୍ଷମା ପ୍ରାର୍ଥନା କରିସାରିଛନ୍ତି । ଏବେ ମଧ୍ୟ ଏହି ଘଟଣା ପାଇଁ ଭାରତ ନିକଟରେ ଆମ ସରକାର କ୍ଷମା ମାଗୁଛନ୍ତି ବୋଲି ଥେରେସା କହିଛନ୍ତି । 1997ରେ ଜାଲିଆନାୱାଲାବାଗ୍ ଭ୍ରମଣରେ ଯିବା ପୂର୍ବରୁ ରାଣୀ ଏଲିଜାବେଥ୍ ଦ୍ବିତୀୟ ଏହି ଘଟଣା ଉପରେ ନିଜ ମନ୍ତବ୍ୟ ରଖି ଦୁଃଖ ପ୍ରକାଶ କରିଥିଲେ।
ସୂଚନାଯୋଗ୍ୟ ଯେ, 1919 ଏପ୍ରିଲରେ ଅମୃତସରରେ ଥିବା ଜାଲିଆନାୱାଲାବାଗ୍ରେ ବ୍ରିଟିଶ ସେନା ଜେନେରାଲ ଡାୟାରଙ୍କ ନିର୍ଦ୍ଦେଶରେ ହଜାର ହଜାର ଭାରତୀୟଙ୍କ ଉପରକୁ ଆଖିବୁଜା ଗୁଳିବର୍ଷଣ କରିଥିଲେ । ଏଥିରେ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ଆହୁରି ହଜାରେ ଆହତ ହୋଇଥିଲେ।