ଜେନିଭା: ସମଗ୍ର ବିଶ୍ବରେ ଜାରି ରହିଛି କୋରୋନା ଜ୍ୱାଳା । ବଢୁଥିବା ସଂକ୍ରମଣକୁ ଦେଖି ପୁଣି ଚେତାଇଲା ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ । ୟୁରୋପୀୟ ମହାଦେଶ, ଲାଟିନ ଆମେରିକା, ଏସୀୟ ମହାଦେଶରେ ତୀବ୍ର ଗତିରେ ସଂକ୍ରମଣ ବୃଦ୍ଧି ଏବେ ଏକ ଚିନ୍ତାର ବିଷୟ ପାଲିଟିଛି । ୟୁରୋପରେ ଲକଡାଉନ କୋହଳ କରିବା ପରେ ଡବ୍ଲ୍ୟୁଏଚଓର ମହାନିର୍ଦ୍ଦେଶ କହିଛନ୍ତି ଏହି ମହାମାରୀ ଆମ ସହିତ ଦୀର୍ଘ ସମୟ ପର୍ଯ୍ୟନ୍ତ ରହିବ । ତେଣୁ ଯେତେ ସମ୍ଭବ ଦେଶରେ ଟେଷ୍ଟିଂ, ଆଇସୋଲେଟ ଏବଂ କୋରୋନା ଚିକିତ୍ସା ପାଇଁ ପଦକ୍ଷେପ ଉଠାଯାଉ । ଏପରିକି ଘରେ ରହିବା କିମ୍ବା ସାମାଜିକ ଦୂରତ୍ବ ଉପରେ ପ୍ରଶ୍ନ ନ ଉଠାଇ ଡବ୍ଲ୍ୟୁଏଚଓ ଗାଇଡଲାଇନକୁ ପାଳନ କରିବାକୁ ଅନୁରୋଧ କରିଛନ୍ତି ଟେଡ୍ରୋସ୍ ଆଡାନୋମ୍ ଗେବ୍ରେଇସ ।
WHO ଡିଜି ସ୍ପଷ୍ଟ ଭାବରେ କହିଛନ୍ତି ଏହି ଦେଶଗୁଡିକରେ ପରୀକ୍ଷା କ୍ଷମତା ବହୁତ କମ୍ ରହିଛି । ଫଳରେ ମୃତ ଓ ଅସୁସ୍ଥ ଲୋକଙ୍କ ସଠିକ୍ ଆକଳନ ଖୋଜିବା ବହୁତ କଷ୍ଟକର ହୋଇପଡିବ । ଇବୋଲା ଜୀବାଣୁ ସମୟରେ ଡବ୍ଲ୍ୟୁଏଚଓରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । କୋଭିଡ -19 କ୍ଷେତ୍ରରେ ମଧ୍ୟ ଆମେ ତାହା କରିବାକୁ ଯାଉଛୁ। ଏଥିପାଇଁ ଆମେ ସମସ୍ତ ଦେଶର ସହଯୋଗ ଆବଶ୍ୟକ ରହିଛି । ମହାନିର୍ଦ୍ଦେଶକ କହିଛନ୍ତି, ଆଶା କରୁଛୁ ଖୁବଶୀଘ୍ର କୋଭିଡ-19 ଟୀକା ପ୍ରସ୍ତୁତ ହୋଇଯିବ ।ବର୍ତ୍ତମାନ ସୁଦ୍ଧା ବିଶ୍ବବ୍ୟାପୀ 30 ଲକ୍ଷ ସଂକ୍ରମିତ ହୋଇଛନ୍ତି । ମୃତ୍ୟୁ ସଂଖ୍ୟା 2 ଲକ୍ଷରେ ପହଞ୍ଚିଛି ।