ETV Bharat / international

ବୁର୍ଖା ପିନ୍ଧିବା ଉପରେ ବ୍ୟାନ୍ ଲାଗିବ କି ନାହିଁ, ନିଷ୍ପତ୍ତି ନେବେ ସ୍ବିଜରଲ୍ୟାଣ୍ଡ ଜନତା - switzerland citizens

ୟୁରୋପୀୟ ଦେଶ ସ୍ବିଜରଲ୍ୟାଣ୍ଡରେ ବୁର୍ଖାକୁ ନେଇ ବିବାଦ ଲାଗିଛି । ସାର୍ବଜନିକ ସ୍ଥାନରେ ବୁର୍ଖା ପିନ୍ଧା ଯିବ କି ନାହିଁ ଏନେଇ ଏବେ ନିଷ୍ପତ୍ତି ନେବେ ସ୍ୱିଜରଲ୍ୟାଣ୍ଡ ଜନତା । ଏଥିପାଇଁ ଉପନିର୍ବାଚନ କରାଯାଉଛି, ଯେଉଁଥିରେ ସମଗ୍ର ଦେଶର ଲୋକମାନେ ମାର୍ଚ୍ଚ 7 ରେ ଭୋଟ୍ ଦେବେ । ଅଧିକ ପଢନ୍ତୁ...

ବୁର୍ଖା ପିନ୍ଧିବା ଉପରେ ବ୍ୟାନ୍ ଲାଗିବ କି ନାହିଁ, ନିଷ୍ପତି ନେବେ ସ୍ବିଜରଲ୍ୟାଣ୍ଡ ଜନତା

author img

By

Published : Mar 3, 2021, 10:05 AM IST

ବେର୍ଣ୍ଣ: ୟୁରୋପୀୟ ଦେଶ ସ୍ବିଜରଲ୍ୟାଣ୍ଡରେ ବୁର୍ଖାକୁ ନେଇ ବିବାଦ ଲାଗିଛି । ସାର୍ବଜନିକ ସ୍ଥାନରେ ବୁର୍ଖା ପିନ୍ଧାଯିବ କି ନାହିଁ ଏନେଇ ଏବେ ନିଷ୍ପତ୍ତି ନେବେ ସ୍ୱିଜରଲ୍ୟାଣ୍ଡ ଜନତା । ଏଥିପାଇଁ ଉପନିର୍ବାଚନ କରାଯାଉଛି, ଯେଉଁଥିରେ ସମଗ୍ର ଦେଶର ଲୋକମାନେ ମାର୍ଚ୍ଚ 7ରେ ଭୋଟ୍ ଦେବେ ଏବଂ ବୁର୍ଖା ଉପରେ ପ୍ରତିବନ୍ଧକ ଲଗାଯିବ କି ନାହିଁ ତାହା ସ୍ଥିର କରିବେ । ଏହା ସହିତ ଦେଶର ପ୍ରମୁଖ ଗଣତାନ୍ତ୍ରିକ ବ୍ୟବସ୍ଥାରେ କିଛି ପରିବର୍ତ୍ତନ ପାଇଁ ଜନସାଧାରଣଙ୍କ ମତାମତ ମଧ୍ୟ ନିଆଯାଇଛି, ମାର୍ଚ୍ଚ 7ରେ ହେବାକୁ ଥିବା ଉପନିର୍ବାଚନରେ ଜନସାଧାରଣ ସେହି ସବୁ ପ୍ରସଙ୍ଗରେ ଭୋଟ୍ ଦେବେ।

ସୂଚନା ଅନୁସାରେ ସ୍ବିଜରଲ୍ୟାଣ୍ଡରେ ମୁସଲିମ ଜନସଂଖ୍ୟାକୁ ନେଇ ଅନେକ ସମୟରୁ ଚର୍ଚ୍ଚା ଚାଲିଆସୁଛି । ଏଥର ଜନମତ ସଂଗ୍ରହ ସମୟରେ ଲୋକଙ୍କୁ ପଚରାଯାଇଥିଲା କି ପବ୍ଲିକ ପ୍ଲେସରେ କେହି ବି ନିଜ ଚେହେରା ଢାଙ୍କିବେନି, ଏଥିରେ ଆପଣଙ୍କ ରାୟ କଣ ? କହିରଖୁଛୁ ୟୁରୋପର ଅନେକ ଦେଶ ଯଥା ନେଦରଲ୍ୟାଣ୍ଡ, ଜର୍ମାନୀ, ଫ୍ରାନ୍ସ, ଅଷ୍ଟ୍ରିଆ, ବେଲିଜିୟମ ଓ ଡେନମାର୍କରେ ବୁର୍ଖା ପିନ୍ଧିବା ଉପରେ ପ୍ରତିବନ୍ଧକ ରହିଛି । ତେବେ ସ୍ବିଜରଲ୍ୟାଣ୍ଡରେ ଯେଉଁ ପ୍ରସ୍ତାବ ରଖାଯାଇଛି ତାକୁ ମୁସଲିମ ମହିଳାଙ୍କ ବିରୁଦ୍ଧ ବୋଲି କୁହାଯାଉଛି । ତେବେ ଏମିତି ମଧ୍ୟ କିଛି ଲୋକ ଅଛନ୍ତି ଯେଉଁମାନେ ଚାହୁଁଛନ୍ତି କି ଧାର୍ମିକ ସ୍ଥଳ ବା ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଭୋଗୁଥିବା ଲୋକମାନଙ୍କୁ ବୁର୍ଖା ପିନ୍ଧିବାରେ ଆଶ୍ବସ୍ତି ମିଳୁ ।

କହିରଖୁଛୁ ସ୍ବିଜରଲ୍ୟାଣ୍ଡର ଜନସଂଖ୍ୟାର ୫ ପ୍ରତିଶତ ଭାଗ ମୁସଲିମ । ଯଦିଓ ସାରା ଦେଶର ଜନସଂଖ୍ୟା ୮୬ ଲକ୍ଷ । ତେବେ ୟୁରୋପରେ କ୍ରମାଗତ ଭାବରେ ଇସଲାମ ଆତଙ୍କବାଦ ବୃଦ୍ଧି ପାଇବାରେ ଲାଗିଛି। ସେଥିପାଇଁ ବୁର୍ଖା ବିରୁଦ୍ଧରେ ଲୋକଙ୍କ ଭାବନାକୁ ବାହାର କରିବା ପାଇଁ ଏହି ଉପନିର୍ବାଚନ ଏକ ମାଧ୍ୟମ ବୋଲି ବିଶ୍ବାସ କରାଯାଏ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.