କଲମ୍ବୋ: ଶ୍ରୀଲଙ୍କା ରାଜଧାନୀ ସିରିଜ୍ ବିସ୍ଫୋରଣ ପରେ ଚେତା ପଶିଛି ସରକାରଙ୍କର । ଦେଶରେ ବୁର୍ଖା ପରିଧାନ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଯୋଜନା କରୁଛନ୍ତି ଶ୍ରୀଲଙ୍କା ସରକାର । ଗତ 21ରେ କଲମ୍ବୋରେ ହୋଇଥିବା ସିରିଜ୍ ବିସ୍ପୋରଣରେ ପଛରେ କିଛି ବୁର୍ଖା ପିନ୍ଧିଥିବା ମହିଳାଙ୍କ ହାତ ନେଇ ସୂଚନା ମିଳିଛି ।
ଏନେଇ ସରକାର ମସଜିଦ୍ ଅଧିକାରୀଙ୍କ ସହ ବିଚାର ବିମର୍ଷ କରିବା ପରେ ବୁର୍ଖା ଉପରେ ପ୍ରତିବନ୍ଧକ ଲଗାଇବାକୁ ଯୋଜନା ଚଳାଇଛନ୍ତି । ପୂର୍ବରୁ ଅର୍ଥାତ୍ 1990 ମସିହା ଆରମ୍ଭରୁ ମୁସଲମାନ ମହିଳାଙ୍କ ପାରମ୍ପରିକ ବେଶଭୂଷା ବୁର୍ଖା ରଖାଯାଇ ନଥିଲା । ପରେ ମୁସଲମାନ ମହିଳାଙ୍କ ପାଇଁ ବୁର୍ଖା ପିନ୍ଧିବା ଆରମ୍ଭ ହୋଇଥିଲା ।
ତେବେ ପୂର୍ବରୁ ମଧ୍ୟ ଡେମୋଟାଗୋଡା ଘଟଣାରେ କେତେକ ବୁର୍ଖା ପରିଧାନ କରିଥିବା ମହିଳାଙ୍କ ସମ୍ପୃକ୍ତି ଥିଲା । ଯଦି ଶ୍ରୀଲଙ୍କାରେ ବୁର୍ଖା ବ୍ୟାନ କରାଯାଏ, ତେବେ ଏସିଆ, ଆଫ୍ରିକା ଯୁରୋପିୟ ଦେଶ ଗୁଡିକ ଏଥିରେ ସାମିଲ ହେବେ । ସାଧାରଣତଃ ବିସ୍ଫୋରଣ ଘଟାଇବା ପାଇଁ ଆତଙ୍କବାଦୀମାନେ ବୁର୍ଖାର ବ୍ୟବହାର କରିଥାନ୍ତି ବୋଲି ପୋଲିସ କହିଛି ।
ପୂର୍ବରୁ ଚାଡ, କେମରୁନ୍, ମରକ୍କୋ, ଡେନମାର୍କ, ବୁଲଗେରିଆ, ଫ୍ରାନ୍ସ, ବେଲଜିୟମ ଓ ଉତ୍ତର ପଶ୍ଚିମ ଚିନରେ ବୁର୍ଖା ପିନ୍ଧିବା ଉପରେ ପ୍ରତିବନ୍ଧକ ଲଗାଯାଇଛି ।