ETV Bharat / international

Russia Ukraine War: ୟୁକ୍ରେନକୁ ସ୍ପେନର ସହାୟତା, ପଠାଇଲା ସାମରିକ ହାର୍ଡୱେର

author img

By

Published : Mar 2, 2022, 6:11 PM IST

ଋଷ ଓ ୟୁକ୍ରେନ ମଧ୍ୟରେ ଚାଲୁଥିବା ମହାଯୁଦ୍ଧ ଆହୁରି ଜଟିଳ ହେବାକୁ ଲାଗିଛି । ଏପଟେ ୟୁକ୍ରେନକୁ ବିଭିନ୍ନ ରାଷ୍ଟ୍ର ପକ୍ଷରୁ ଆର୍ଥକ, ସାମରିକ ଓ ମାନବିକତା ସହାୟତା ମିଳୁଛି । ଅଧିକ ପଢନ୍ତୁ

Russia Ukraine War: ୟୁକ୍ରେନକୁ ସ୍ପେନର ସହାୟତା, ପଠାଇଲା ସାମରିକ ହାର୍ଡୱେର
Russia Ukraine War: ୟୁକ୍ରେନକୁ ସ୍ପେନର ସହାୟତା, ପଠାଇଲା ସାମରିକ ହାର୍ଡୱେର

ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ ମଧ୍ୟରେ ଚାଲୁଥିବା ମହାଯୁ୍ଦ୍ଧ ଆହୁରି ଜଟିଳ ହେବାକୁ ଲାଗିଛି । ଏପଟେ ୟୁକ୍ରେନକୁ ବିଭିନ୍ନ ରାଷ୍ଟ୍ର ପକ୍ଷରୁ ଆର୍ଥକ, ସାମରିକ ଓ ମାନବିକତା ସହାୟତା ମିଳୁଛି । ସେହିଭଳି ସ୍ପେନ ମଧ୍ୟ ସାମରିକ ଅସ୍ତ୍ରଶସ୍ତ୍ର ୟୁକ୍ରେନକୁ ପଠାଇଛି ।

ଆଜି ଏନେଇ ସ୍ପେନ ପ୍ରଧାନମନ୍ତ୍ରୀ ପେଡ୍ରୋ ସାନେଜ୍ ସଂସଦରେ କହିଛନ୍ତି । ସ୍ପେନ ଆପତ୍ତିଜନକ ସାମରିକ ହାର୍ଡୱେର ପଠାଇବା ଦ୍ବାରା ୟୁକ୍ରେନ ସୈନ୍ୟ ବାହିନୀର ଦକ୍ଷତା ବୃଦ୍ଧି ପାଇବ ବୋଲି ସେ କହିଛନ୍ତି । ଏଥିସହ ସ୍ପେନ ସାମରିକ ସହାୟତା ପ୍ରଦାନ କରିବା ସହ ଆର୍ଥିକ ସାହାଯ୍ୟ ପ୍ରଦାନ କରିବ ବୋଲି ପ୍ରଧାନମନ୍ତ୍ରୀ ପେଡ୍ରୋ ସାନେଜ୍ କହିଛନ୍ତି ।

ଅନ୍ୟପଟେ ରବିବାର ୟୁରୋପୀୟ ରାଷ୍ଟ୍ର ସଙ୍ଘ ପକ୍ଷରୁ ବଡ ଧରଣର ଆର୍ଥିକ ପ୍ୟାକେଜ ୟୁକ୍ରେନକୁ ସହାୟତା ଲାଗି ଘୋଷଣା କରାଯାଇଥିଲା । ସେହିପରି ୟୁରୋପୀୟ ରାଷ୍ଟ୍ର ସଙ୍ଘ ୪୫୦ ୟୁରୋ ମିଲିୟନ ଟଙ୍କାର ସାମରିକ ଅସ୍ତ୍ରଶସ୍ତ୍ର ୟୁକ୍ରେନ ପାଇଁ କିଣିବା ରାଜି ହୋଇଥିଲେ । ତେବେ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଏଭଳି ପଦକ୍ଷେପକୁ ବିରୋଧ କରିଛନ୍ତି ସାନେଜ୍ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.