ମାଦ୍ରିଦ: ସ୍ପେନରେ କୋରୋନା ସ୍ଥିତିରେ ସାମାନ୍ୟ ସୁଧାର ଆସିଛି । ଲଗାତାର ଦ୍ବିତୀୟ ଦିନ ଏଠାରେ କୋରୋନା ମୃତ୍ୟୁ ଜିରୋ ରହିଛି । ବୁଧବାର ଦେଶର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ସୋମବାର ଓ ମଙ୍ଗଳବାର ଦେଶରେ କୋଭିଡ 19 ମୃତ୍ୟୁ ସଂଖ୍ୟା ଶୂନ ରହିଛି । ଲଗାତାର 2 ଦିନ ଧରି କୌଣସି ନୂଆ ଆକ୍ରାନ୍ତଙ୍କ କୋରୋନାରେ ମୃତ୍ୟୁ ହୋଇନାହିଁ । ଏବେ ସୁଦ୍ଧା ଦେଶରେ ମୋଟ୍ 27 ହଜାର 136 ଲୋକଙ୍କର କୋରୋନାରେ ମୃତ୍ୟୁ ହୋଇସାରିଛି । ସେହିପରି ଗତ 7 ଦିନ ଧରି ମାତ୍ର 56 ଜଣଙ୍କର ଏଥିରେ ମୃତ୍ୟୁ ହୋଇଛି । ଏଥିରୁ କେବଳ ମାଦ୍ରିଦରେ 23 ଜଣ ଥିବା ଜଣାପଡିଛି ।
ତେବେ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି । ମଙ୍ଗଳବାର 36ଟି ନୂଆ ମାମଲା ସ୍ପଷ୍ଟ ହୋଇଛି । ସୋମବାର 48ଟି କେସ ବାହାରିଥିବାବେଳେ ମଙ୍ଗଳବାର 84 ଜଣ ଚିହ୍ନଟ ହୋଇଛନ୍ତି । ଏବେ ସୁଦ୍ଧା ଦେଶରେ 2 ଲକ୍ଷ 41 ହଜାର 966 ଆକ୍ରାନ୍ତ ସ୍ପଷ୍ଟ ହୋଇଛି । ଗତ 7 ଦିନରେ 12 ଜଣଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ନୂଆ ପଜିଟିଭ ଚିହ୍ନଟ ପାଇଁ ସ୍ପେନ ସରକାର ଏବେ ପିସିଆର ଟେଷ୍ଟ କରୁଛନ୍ତି । ଏହାଦ୍ବାରା କୋରୋନା ଭୂତାଣୁ ଶରୀରରେ ଆକ୍ଟିଭ ଅଛି କି ନାହିଁ ଜଣାପଡିଯାଉଛି । ଏପରିକି ସୁସ୍ଥ ଲୋକଙ୍କ ଦେହରେ ମଧ୍ୟ ଏହି ଭୂତାଣୁ ପୁଣି ସକ୍ରିୟ ଥିବାର ଦେଖାଯାଇଛି ।
ଲଗାତାର ଦ୍ବିତୀୟ ଦିନ ସ୍ପେନରେ କୋରୋନା ମୃତ୍ୟୁସଂଖ୍ୟା ଶୂନ - Spain reported no corona death
ଲଗାତାର ଦ୍ବିତୀୟ ଦିନ ସ୍ପେନରେ କୋରୋନା ମୃତ୍ୟୁ ଜିରୋ ରହିଛି । ବୁଧବାର ଦେଶର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ....