ETV Bharat / international

ସ୍ପେନରେ କଡାକଡି ଫେସ ମାସ୍କ ନିୟମ, ଭାଙ୍ଗିଲେ ଗଣିବେ ତଣ୍ଡ - ସ୍ପେନରେ ନୂଆ ନିୟମ

ସ୍ପେନରେ କୋରୋନା ସ୍ଥିତିରେ ସମ୍ପୂର୍ଣ୍ଣ ସୁଧାର ନଆସିଥିଲେ ବି ଏହା ଅତି ଭୟଙ୍କର ସ୍ଥିତିରେ ରହିନାହିଁ । ଆସନ୍ତା ଜୁନ 21ରେ ଦେଶରେ ଲାଗୁ ରହିଥିବା ଲକଡାଉନ ଅବଧି ଶେଷ ହେବାକୁ ବସିଥିବା ବେଳେ ନିୟମ କୋହଳ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି ।

corona situation in spain, lockdown update in spain, new regulations in spain, face mask complusory in spain, ସ୍ପେନରେ କୋରୋନା ସ୍ଥିତି, ସ୍ପେନରେ ଲକଡାଉନ ଅପଡେଟ, ସ୍ପେନରେ ନୂଆ ନିୟମ, ସ୍ପେନରେ ଫେସ ମାସ୍କ ବାଧ୍ୟତାମୂଳକ
ସ୍ପେନରେ କଡାକଡି ଫେସ ମାସ୍କ ନିୟମ, ଭାଙ୍ଗିଲେ ଗଣିବେ ତଣ୍ଡ
author img

By

Published : Jun 8, 2020, 1:27 AM IST

ମାଦ୍ରିଦ: ସ୍ପେନରେ କୋରୋନା ସ୍ଥିତିରେ ସମ୍ପୂର୍ଣ୍ଣ ସୁଧାର ନଆସିଥିଲେ ବି ଏହା ଅତି ଭୟଙ୍କର ସ୍ଥିତିରେ ରହିନାହିଁ । ଆସନ୍ତା ଜୁନ 21ରେ ଦେଶରେ ଲାଗୁ ରହିଥିବା ଲକଡାଉନ ଅବଧି ଶେଷ ହେବାକୁ ବସିଥିବା ବେଳେ ନିୟମ କୋହଳ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ଏମିତିରେ ନିୟମରେ କ’ଣ ସବୁ ପରିବର୍ତ୍ତନ ହେବ ଓ ଏନେଇ ଆଭିମୁଖ୍ୟ କିପରି ରହିବ ତାହା ଉପରେ ପ୍ରସ୍ତୁତ ଯୋଜନାରେ ମୋହର ମାରିଛନ୍ତି ପ୍ରଧାନମନ୍ତ୍ରୀ ପେଡ୍ରୋ ସାନସେଜ୍‌ ।

ଏହି ନିୟମ ମଧ୍ୟରେ ଫେସ ମାସ୍କର ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି । ନୂଆ ନିୟମ ଅନୁଯାୟୀ କୌଣସି ଜନସାଧାରଣ ଅଞ୍ଚଳରେ ଯଦି କୌଣସି ନାଗରିକ ବିନା ଫେସ ମାସ୍କରେ ଧରା ପଡନ୍ତି, ତେବେ ତାଙ୍କୁ 100 ୟୁରୋ ବା 113 ଡଲାରର ଫାଇନ ଭରିବାକୁ ହେବ । ସମାନ ଭାବେ କର୍ମକ୍ଷେତ୍ରମାନଙ୍କରେ କର୍ମଚାରୀଙ୍କୁ ସ୍ବଚ୍ଛତା ଦିଗ ପ୍ରତି ବିଶେଷ ଧ୍ୟାନ ଦେବାକୁ ହେବ । ଏଥିସହ କର୍ମକ୍ଷେତ୍ରରେ କର୍ମଚାରୀମାନେ କିପରି ସୁରକ୍ଷିତ ସାମାଜିକ ଦୂରତ୍ବ ବଜାୟ ରଖିପାରିବେ ସେ ଦିଗରେ ଦୃଷ୍ଟି ଦେବାକୁ ପଡିବ ।

ଅଧିକ ଜନଗହଳିପୂର୍ଣ୍ଣ ଅଞ୍ଚଳକୁ ନଯିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି । ଏଥିସହ ଅତି ଜରୁରୀ ପରିସ୍ଥିତି ନହେବା ଯାଏଁ ଲୋକଙ୍କୁ ଘରୁ ବାହାରିବାକୁ ମଧ୍ୟ ମନା କରାଯାଇଛି । ଏତତ୍‌ବ୍ୟତୀୟ ଖାଦ୍ୟ ବଜାର ଓ ଅତ୍ୟାବଶ୍ୟକୀୟ ସାମଗ୍ରୀ ବଜାରର ସଠିକ୍‌ ପରିଚାଳନା ଉପରେ ମଧ୍ୟ ନୂଆ ନିୟମରେ ଗୁରୁତ୍ବାରୋପ କରାଯାଇଛି । ସେପଟେ ଅନ୍ତଃରାଜ୍ୟ ଯାତାୟତ ଓ ବିମାନସେବାରୁ ଅନୁମତି ଦେଇଛନ୍ତି ପେଡ୍ରୋ ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.