ETV Bharat / international

ସତର୍କ ଘଣ୍ଟି ସହ ସ୍ପେନରେ ସ୍ବାଭାବିକ ଜୀବନ ଯାତ୍ରା

author img

By

Published : Jun 22, 2020, 10:00 PM IST

ପ୍ରାୟ ତିନି ମାସ ଲକଡାଉନର କଡା କଟକଣାରେ ରହିବା ପରେ ଏବେ ସ୍ପେନରେ ଏବେ ଯାତାୟତ ସ୍ବାଭାବିକ ହେବା ସହ ବ୍ୟାବସାୟିକ ଅନୁଷ୍ଠାନ ଆଦି ଖୋଲିବା ଆରମ୍ଭ ହୋଇଛି । ଲକଡାଉନ ଅବଧି ଶେଷ ହେବା ସହ ଦେଶର ସମସ୍ତ ବସ ଓ ରେଳ ଷ୍ଟେସନରେ ଲୋକଙ୍କ ମାତ୍ରାଧିକ ଭିଡ ପରିଲକ୍ଷିତ ହେଉଛି । ଯାହା ଆଗକୁ ଯାଇ ଦେଶରେ ସଂକ୍ରମଣର ଦ୍ବିତୀୟ ଲହରୀ ଆରମ୍ଭ କରିବା ନେଇ ଆଶଙ୍କା ପ୍ରକାଶ ପାଇଛି ।

lockdown lifts in spain, corona situation in spain, lockdown update in spain, corona restriction in spain, ସ୍ପେନରେ ଲକଡାଉନ ଅବଧି ଶେଷ, ସ୍ପେନରେ କୋରୋନା ସ୍ଥିତି, ସ୍ପେନରେ ଲକଡାଉନ ଅପଡେଟ, ସ୍ପେନରେ କୋରୋନା କଟକଣା
ସତର୍କ ଘଣ୍ଟି ସହ ସ୍ପେନରେ ସ୍ବାଭାବିକ ଜୀବନ ଯାତ୍ରା

ମାଦ୍ରିଦ: 98 ଦିନର ବିରତି ପରେ ସ୍ବାଭାବିକ ସ୍ଥିତିକୁ ଫେରୁଛି ସ୍ପେନ । ହେଲେ ଲକଡାଉନ ଅବଧି ଶେଷ ସତ୍ତ୍ବେ ଦେଶରେ ସତର୍କ ଘଣ୍ଟି ଜାରି ରହିଛି । ଦେଶବାସୀ ଏହି ସମୟର ଲାଭ ଉଠାଇ ବେଖାତିର ନହୋଇ ଅଧିକ ସଚେତନ ହେବା ପାଇଁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି । ବର୍ତ୍ତମାନ ଦେଶରେ କୋରୋନାର ଦ୍ବିତୀୟ ଲହରୀ ଆରମ୍ଭ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ତେଣୁ ଲୋକଙ୍କ ଅଧିକ ସତର୍କ ରହିବାକୁ ହେବ ବୋଲି ସରକାରୀ ନିର୍ଦ୍ଦେଶ ରହିଛି ।

ପ୍ରାୟ ତିନି ମାସ ଲକଡାଉନର କଡା କଟକଣାରେ ରହିବା ପରେ ଏବେ ସ୍ପେନରେ ଏବେ ଯାତାୟତ ସ୍ବାଭାବିକ ହେବା ସହ ବ୍ୟାବସାୟିକ ଅନୁଷ୍ଠାନ ଆଦି ଖୋଲିବା ଆରମ୍ଭ ହୋଇଛି । ଲକଡାଉନ ଅବଧି ଶେଷ ହେବା ସହ ଦେଶର ସମସ୍ତ ବସ ଓ ରେଳ ଷ୍ଟେସନରେ ଲୋକଙ୍କ ମାତ୍ରାଧିକ ଭିଡ ପରିଲକ୍ଷିତ ହେଉଛି । ଯାହା ଆଗକୁ ଯାଇ ଦେଶରେ ସଂକ୍ରମଣର ଦ୍ବିତୀୟ ଲହରୀ ଆରମ୍ଭ କରିବା ନେଇ ଆଶଙ୍କା ପ୍ରକାଶ ପାଇଛି । ସେପଟେ ଦେଶରେ ପର୍ଯ୍ୟଟନ ବିଭାଗ ମଧ୍ୟ ନିଜ ବ୍ୟବସାୟ ସୋମବାରଠାରୁ ଆରମ୍ଭ କରିଛି । ଏହା ଦେଶର ଜିଡିପିରେ 12 ପ୍ରତିଶତରୁ ଅଧିକ ଯୋଗଦାନ ଦେବାରେ ସହାୟକ ।

ସୋମବାରଠାରୁ ଦେଶର ସୀମା କଟକଣା ମଧ୍ୟ ଶେଷ ହୋଇଛି । ଏଥିସହ ସେନଗେନ ରାଷ୍ଟ୍ରମାନଙ୍କ ପାଇଁ ମଧ୍ୟ କଟକଣା କୋହଳ କରାଯାଇଥିବା ଜଣା ପଡିଛି । ଏଥିରୁ କେବଳ ପର୍ତ୍ତୁଗାଲକୁ ଜୁଲାଇ 1ଯାଏଁ ବାଦ ଦିଆଯାଇଛି । ଦେଶରେ ଉଭୟ ଘରୋଇ ଓ ଅନ୍ତର୍ଜାତୀୟ ବିମାନ ସେବା ମଧ୍ୟ ସ୍ବାଭାବିକ ହୋଇଥିବା ଦେଖାଯାଇଛି । ଛୁଟି ସମୟରେ ବିଶ୍ବରେ ଦ୍ବିତୀୟ ବୃହତ୍ତମ ପର୍ଯ୍ୟଟନର ସ୍ଥାନ ହେଉଛି ସ୍ପେନ । ତେଣୁ ଅର୍ଥନୀତିକୁ ସୁଧାରିବା ପାଇଁ ଦେଶର ପର୍ଯ୍ୟଟନ ବିଭାଗ ଚେଷ୍ଟା ଆରମ୍ଭ କରିଛି ।

ସୂଚନା ଅନୁଯାୟୀ ଦେଶରେ ମୋଟ୍‌ 2,46,272 ଜଣ ଆକ୍ରାନ୍ତ ରହିଥିବା ବେଳେ ମୃତ୍ୟୁ ସଂଖ୍ୟା 28,323 ରେ ସ୍ଥିର ରହିଛି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.