ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ଆଜି ୧୩ ଦିନ ପୂରିଛି । ସେହିପରି ଯୁଦ୍ଧ ବନ୍ଦ କରିବା ଲାଗି ଋଷ ଉପରେ ବିଭିନ୍ନ ଦେଶ ପକ୍ଷରୁ ଆର୍ଥିକ କଟକଣା ଲଗାଯାଇଛି । ସେହିପରି ବିମାନ ଉଡାଣ ନେଇ ଋଷ ଉପରେ ବିଭିନ୍ନ ରାଷ୍ଟ୍ର ପକ୍ଷରୁ ପ୍ରତି ବନ୍ଧକ ମଧ୍ୟ ଲାଗିଛି ।
ତେବେ ଋଷ ଏହି ସବୁ ପ୍ରତିବନ୍ଧକକୁ ଖାତିରି ନକରି ଯୁ୍ଦ୍ଧ ଜାରି ରଖିଛି । ମାତ୍ର ଏହି ଯୁଦ୍ଧକୁ ପ୍ରତିହିତ କରିବା ଲାଗି ଆଜି ତୈଳ କମ୍ପାନୀ ସେଲ(Shell) ପକ୍ଷରୁ ଋଷ ଉପରେ ପ୍ରତିବନ୍ଧକ ଲଗାଇଛି । ଋଷର ସମସ୍ତ ତୈଳ ଓ ଗ୍ୟାସ୍ କାରବାର ଲାଗି କରାଯାଇଥିବା ଚକ୍ତିକୁ ପ୍ରତ୍ୟାହାର କରିଛି ସେଲ ।
ଏପଟେ ଯୁଦ୍ଧ ସଂକଟ ଭିତରେ ରୁଷ ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା । ଋଷଠୁ ତେଲ, ଗ୍ୟାସ ଓ ଏନର୍ଜି ଆମଦାନୀ ବନ୍ଦ କଲା ଆମେରିକା । ଏହାଦ୍ୱାରା ରୁଷର ଆର୍ଥିକ ବ୍ୟବସ୍ଥା ଉପରେ ପ୍ରଭାବ ପଡ଼ିବ । ପୁଟିନ୍ଙ୍କ ଏକଛତ୍ରବାଦ ପାଇଁ ପ୍ରତିବନ୍ଧକ ଜରୁରୀ କହିଲେ ବାଇଡେନ୍ । ଏପଟେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ନେଦରଲ୍ୟାଣ୍ଡ ପିଏମ Mark Rutte ଙ୍କ ସହ ଫୋନଯୋଗେ କଥା ହୋଇ ସମ୍ପ୍ରତି ୟୁକ୍ରେନ-ଋଷ ଯୁଦ୍ଧ ସ୍ଥିତି ନେଇ ଆଲୋଚନା କରିଛନ୍ତି ।
ସେହିପରି ନୂତନ ସରକାରୀ ନିର୍ଦ୍ଦେଶନାମା ସହିତ ସମାନ୍ତରାଳ ଭାବେ ଏହି ନିୟମ କାର୍ଯ୍ୟକାରୀ ହେବ ବୋଲି ସେଲ ପକ୍ଷରୁ କୁହାଯାଇଛି । ଏଥିସହ ଆମେ ପ୍ରଥମେ ପଦକ୍ଷେପରେ ଋଷ ଅଶୌଧିତ ତୈଳ କିଣିବା ଉପରେ ରୋକ ଲଗାଇଛୁ । ଏହା ସହିତ ଷ୍ଟେସନରୁ ଆସୁଥିବା ତୈଳ ସେବା ବନ୍ଦ କରାଯିବ ବୋଲି ସେଲ ପକ୍ଷରୁ କୁହାଯାଇଛି ।
ଅନ୍ୟପଟେ ବିମାନ ଚଳାଚଳ ଇନ୍ଧନ ଏବଂ ଲୁବିକ୍ରାଣ୍ଟ ପରିବହନ କାର୍ଯ୍ୟ ମଧ୍ୟ ବନ୍ଦ କରାଯାଇଛି । ଯଦି ଋଷ ଏଥିରୁ ବିରତ ନ ହେଲେ ଆଗମୀ ଦିନରେ ଏହାକୁ ଆହୁରି କଡାକଡି କରାଯିବ ବୋଲି ସେଲ ସ୍ପଷ୍ଟ କରିଛି । ତେବେ ଏହା ଋଷ ଉପରେ କେତେ ପ୍ରଭାବ ପକାଉଛି ତାହା ପରବର୍ତ୍ତୀ ସମୟରେ ଜଣାପଡିବ ।
@ANI