ETV Bharat / international

Ukraine War: ଯୁଦ୍ଧରେ ଲାଗିବ ବିରାମ ! ଜେଲେନସ୍କି କହିଲେ NATOରେ ସାମିଲ ହେବୁନି, ଋଷ ସର୍ତ୍ତ ମାନିବୁ - ଋଷ ଓ ୟୁକ୍ରନ ମଧ୍ୟରେ ହୋଇଥିବା ଦ୍ବିପାକ୍ଷିକ ଆଲୋଚନା

ଥମିବ କି ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ମହାଯୁଦ୍ଧ ! ତେବେ ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁ୍ଦ୍ଧକୁ ଆଜି ୧୪ଦିନ ପୂରିଛି । ଅଧିକ ପଢନ୍ତୁ

Russia Ukraine War: ମହାଯୁଦ୍ଧରେ ଲାଗିବ କି ବିରାମ!

author img

By

Published : Mar 9, 2022, 8:13 PM IST

ନୂଆଦିଲ୍ଲୀ: ଥମିବ କି ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ମହାଯୁଦ୍ଧ ! ତେବେ ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ଆଜି ୧୪ଦିନ ପୂରିଛି । ଏଥିସହ ବେଲାରୁଷରେ ୩ଥର ଋଷ ଓ ୟୁକ୍ରନ ମଧ୍ୟରେ ହୋଇଥିବା ଦ୍ବିପାକ୍ଷିକ ଆଲୋଚନା ବିଫଳ ହୋଇଛି ।

ସେହିପରି ଯୁଦ୍ଧ ଥମିବା ନେଇ ଆଶ ପ୍ରକଟ କରିଛି ଋଷ । ଆଜି ଯୁଦ୍ଧରେ ବିରତି ହେବା ନେଇ କୁହାଯାଇଛି । ଏଥିସହ ଆମେ ୟୁକ୍ରେନ ସହ କଥା ବାର୍ତ୍ତା ଜାରି ରହିଛି ବୋଲି ଋଷ କହିଛି । ଏହାସହିତ ଋଷ କହିଛି, ୟୁକ୍ରେନ ରାଷ୍ଟ୍ରପତି ଆମ ସର୍ତ୍ତ ମାନିଲେ ଆମେ, ସରକାର ବଦଳାଇବୁ ନାହିଁ । ଏପଟେ ୟୁକ୍ରେନ ରାଷ୍ଟ୍ରପତି କହିଛନ୍ତି, ଆଉ ନାଟୋରେ ମିଶିବୁ ନାହିଁ । ଦେଶର ସୁରକ୍ଷା ପାଇଁ କାହା ଆଗରେ ଆଣ୍ଠୁମାଡି ବସିବି ନାହିଁ । ତେବେ ଆମେ ଋଷ ସର୍ତ୍ତ ମାନିବାକୁ ଆଲୋଚନା ଆରମ୍ଭ କରିଛୁ ।

ସେହିଭଳି ଏହା ଦ୍ବାର ଯୁଦ୍ଧ ଥମିବା ନେଇ ଏହି ଆଲୋଚନାରେ କିଛି ଅଗ୍ରଗତି ହୋଇଛି ବୋଲି ଋଷ ପକ୍ଷରୁ କୁହାଯାଇଛି । ଆମେ ୟୁକ୍ରେନ ସରକାର ଭାଙ୍ଗିବାକୁ ଚାହୁଁ ନାହୁଁ ତଥା ଗାଦିଚ୍ୟୁତ୍‌ କରିବା ଆମର ଲକ୍ଷ୍ୟ ନୁହେଁ ବୋଲି ଋଷ କହିଛି ।

ଏତଦ୍‌ବ୍ୟତିତ୍‌ ଯୁଦ୍ଧ ପରେ ବିଶ୍ବ ସମୁଦାୟ ଆମର ପୁନଃରୁଦ୍ଧାରକୁ ସମର୍ଥନ କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି । ଏଥିସହ ଯୁଦ୍ଧରେ ବିରାମ ଲଗାଇବା ପାଇଁ ମଧ୍ୟ ୟୁକ୍ରେନ ରାଜି ହୋଇଛି । ଏପଟେ ତୁର୍କୀରେ ହେବାକୁ ଥିବା ଋଷ ଓ ୟୁକ୍ରେନ ମଧ୍ୟରେ ୪ର୍ଥ ପର୍ଯ୍ୟାୟ ଶାନ୍ତି ଆଲୋଚନା ଉପରେ ସାରା ବିଶ୍ବ ବାସୀ ଅପେକ୍ଷାର ରହିଛନ୍ତି ।

ଅନ୍ୟପଟେ ଋଷ ସେନା ଆକ୍ରମଣରେ ଆଜି ୧୦ ଜଣ ନାଗରିକଙ୍କ ମୃ୍ତ୍ୟୁ ହୋଇଥିବା ୟୁକ୍ରେନ କହିଛି । ପୂର୍ବ ୟୁକ୍ରେନ ସହର ସେଭରୋଡୋନେଷ୍ଟକରେ ଋୁଷଆ ସେନା ଆକ୍ରମଣ ଏହି ନାଗରିକଙ୍କ ମୃତ୍ୟୁ ହୋଇଥିବା ଦାବି କରିଛି ୟୁକ୍ରେନ ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.