ନୂଆଦିଲ୍ଲୀ: ଆସନ୍ତାକାଲି ଭାରତ ଆସୁଛନ୍ତି ଋଷ ବୈଦେଶିକ ବ୍ୟାପାର ମନ୍ତ୍ରୀ ସର୍ଜେ ଲାଭ୍ରୋଭ(Russian Foreign Affairs Minister Sergey Lavrov) । ଭାରତ-ଋଷ ୨+୨ ମନ୍ତ୍ରୀସ୍ତରୀୟ ବୈଠକ(2+2 Ministerial Dialogue)ରେ ଭାଗନେବେ । ସେ ୨ ଦିନ ଭାରତ ଗସ୍ତରେ ରହିବେ ବୋଲି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।
ତେବେ ଲାଭ୍ରୋଭ ଡିସେମ୍ବଲର ୫ ଏବଂ ୬ ଭାରତ ଗସ୍ତରେ ରହିବେ । ଏହି ଗସ୍ତ ସମୟରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ । ଏଥିସହ ଭାରତ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର(India Foreihn Minister)ଙ୍କୁ ମଧ୍ୟ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । ଭାରତ-ଋଷ ୨+୨ ମନ୍ତ୍ରୀସ୍ତରୀୟ ବୈଠକରେ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଆଲୋଚନା ହୋଇରେ । ବାଣିଜ୍ୟ ଏବଂ ଦୁଇ ଲାଷ୍ଟ୍ର ମଧ୍ୟରେ ସମ୍ପର୍କ ସୁଦୃଢ ଉପରେ ବିଶେଷ ଦୃଷ୍ଟି ଦେବ ଭାରତ ।
@ANI