ETV Bharat / international

ୟୁକ୍ରେନ ପରମାଣୁ ପ୍ଲାଣ୍ଟରେ ଆକ୍ରମଣ କଲା ଋଷିଆ - ପରମାଣୁ ପ୍ଲାଣ୍ଟ ଉପରେ ଆକ୍ରମଣ

ୟୁକ୍ରେନରେ ଥିବା ୟୁରୋପର ସବୁଠୁ ବଡ ପରମାଣୁ ପ୍ଲାଣ୍ଟ ଉପରେ ଋଷର ଆକ୍ରମଣ । ଅଧିକ ପଢନ୍ତୁ

ୟୁକ୍ରେନର ପରମାଣୁ ପ୍ଲାଣ୍ଟ ଉପରେ ଆକ୍ରମଣ କଲା ଋଷିଆ

author img

By

Published : Mar 4, 2022, 8:15 AM IST

Updated : Mar 4, 2022, 1:41 PM IST

କିଭ୍‌: ୟୁକ୍ରେନର ନ୍ୟୁକ୍ଲିଅର ପାୱାର ପ୍ଲାଣ୍ଟରେ ଆକ୍ରମଣ । ୟୁରୋପର ସବୁଠୁ ବଡ ପରମାଣୁ ପ୍ଲାଣ୍ଟ ଉପରେ ଆଜି ଋଷ ଆକ୍ରମଣ କରିଛି । ୟୁକ୍ରେନର ଜାପୋରିଝରିଆ ନିକଟରେ ଥିବା ସର୍ବବୃହତ୍ ପରମାଣୁ ପ୍ଲାଣ୍ଟରେ ଆକ୍ରମଣ ହୋଇଛି । ଇଣ୍ଟରନ୍ୟାସନାଲ ଆଟମିକ୍ ଏନର୍ଜି ଏଜେନ୍ସି(IAEA) ଘଟଣା ସମ୍ପର୍କରେ ଟ୍ବିଟ୍ କରି ସ୍ପଷ୍ଟ କରିଛି । ଏଥିସହ ୟୁକ୍ରେନ କର୍ତ୍ତୃପକ୍ଷକ୍ଷଙ୍କ ସହ ସ୍ଥିତି ସମ୍ପର୍କରେ କଥା ହୋଇଛନ୍ତି IAEF ଡିଜି ରାଫେଲ ମାରିଆୋ ଗ୍ରୋସି । ଯଦି ପ୍ଲାଣ୍ଟରେ ବିକିରଣ ହୁଏ ତାହାଲେ ସ୍ଥିତି ଅତ୍ୟନ୍ତ ଭୟାନକ ହେବ ବୋଲି IAEA ସତର୍କ କରାଇଛି । ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ପ୍ଲାଣ୍ଟରେ ଆକ୍ରମଣ ସମୟର ଏକ ଭିଡିଓ ଟ୍ବିଟ୍ କରିଛନ୍ତି ।

ୟୁକ୍ରେନର ପରମାଣୁ ପ୍ଲାଣ୍ଟରେ ଆକ୍ରମଣ କଲା ଋଷ

ଯାହା ସୂଚନା ରହିଛି, ଋଷ ସେନାର ବୋମା ମାଡ ଯୋଗୁଁ ଜାପୋରିଝରିଆ ପରମାଣୁ ପ୍ଲାଣ୍ଟରେ ନିଆଁ ଲାଗିଛି । ଋଷୀୟ ସେନା ପ୍ଲାଣ୍ଟର ଚାରିପଟୁ ଘନ ଘନ ଗୁଳିମାଡ କରୁଛନ୍ତି । ଏହାଦ୍ବାରା ଯଦି ସମ୍ପୂର୍ଣ୍ଣ ପ୍ଲାଣ୍ଟରେ ନିଆଁ ଲାଗିଯିବ ଅଥବା ବିସ୍ଫୋରଣ ହେବ ତେବେ ସ୍ଥିତି ଚେର୍ଣ୍ଣୋବିଲ ଡିଜାଷ୍ଟରର ୧୦ ଗୁଣା ହେବ ବୋଲି କୁହାଯାଉଛି । ଏଣୁ ନ୍ୟୁକ୍ଲିଅର ପାୱାର ପ୍ଲାଣ୍ଟ ଉପରେ ତୁରନ୍ତ ଆକ୍ରମଣ ବନ୍ଦ କରିବା ପାଇଁ ବୈଦେଶିକ ମନ୍ତ୍ରୀ ଦିମିତ୍ରୋ କୁଲେବାଙ୍କ ନିବେଦନ କରିଛନ୍ତି ।

  • Russian army is firing from all sides upon Zaporizhzhia NPP, the largest nuclear power plant in Europe. Fire has already broke out. If it blows up, it will be 10 times larger than Chornobyl! Russians must IMMEDIATELY cease the fire, allow firefighters, establish a security zone!

    — Dmytro Kuleba (@DmytroKuleba) March 4, 2022 " class="align-text-top noRightClick twitterSection" data=" ">

ପ୍ରକାଶଥାଉ କି, ୟୁକ୍ରେନ-ଋଷ ମଧ୍ୟରେ ଆରମ୍ଭ ଘମାଘୋଟ ଯୁଦ୍ଧ ଆଜି(ଶୁକ୍ରବାର) ନବମ ଦିନରେ ପହଞ୍ଚିଛି । ରାଜଧାନୀ କିଭ୍‌କୁ ଦଖଲ କରିବାକୁ ଆକ୍ରମଣକୁ ଜୋରଦାର କରିଛି ଋଷିଆ । ଋଷ ସେନାର ବୋମା ମାଡ ଓ ଗୁଳି ବର୍ଷାରେ ଏବେ ୟୁକ୍ରେନର ଅନେକ ଅଞ୍ଚଳ ମାଟିରେ ମିଶିଯାଇଛି । ଆବାସିକ ଅଞ୍ଚଳରେ କ୍ଷେପଣାସ୍ତ୍ର ମାଡ ଯୋଗୁଁ ମୃତ୍ୟୁସଂଖ୍ୟା ବି ବଢିବାରେ ଲାଗିଛି । ଏପରି ସ୍ଥିତିରେ ଜାପୋରିଝରିଆ ପରମାଣୁ ପ୍ଲାଣ୍ଟରେ ଆକ୍ରମଣ ସ୍ଥିତି ଅଧିକ ଭୟଙ୍କର ରହିଛି ।

@ANI

Last Updated : Mar 4, 2022, 1:41 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.