ମସ୍କୋ: ଋଷର ଜରୁରୀକାଳୀନ ସେବା ବିଭାଗ ମଙ୍ଗଳବାର ସନ୍ଧ୍ୟାରେ 536 ଜଣ ମତ୍ସଜୀବୀଙ୍କୁ ଉଦ୍ଧାର କରିଛି । ପୂର୍ବ ସାଇବେରିଆର ଶାଖଲିନ୍ ଦ୍ବୀପରୁ ଏକ ବଡ ବରଫ ଖଣ୍ଡ ଭାଙ୍ଗି ଅଲଗା ହୋଇଯାଇଥିଲା । ଏହି ବରଫ ଖଣ୍ଡ ଉପରେ ଫସିଥିଲେ 536 ମତ୍ସଜୀବୀ । ପ୍ରାୟ 60 ଲୋକ ଫେରିଥିବା ବେଳେ ବାକି ଲୋକଙ୍କୁ ଉଦ୍ଧାର କରିବାକୁ ଜରୁରୀକାଳୀନ ବିଭାଗ ପହଞ୍ଚିଥିଲା । ଏହି ଉଦ୍ଧାର କାର୍ଯ୍ୟ ପାଖାପାଖି 7 ଘଣ୍ଟା ଜାରି ରହିଥିଲା ।
କିଛି ମତ୍ସଜୀବୀଙ୍କ ମତରେ, ବରଫ ମଧ୍ୟରେ ସେମାନଙ୍କୁ ଉଦ୍ଧାର କରିବା ସମୟରେ ବରଫ ଖଣ୍ଡ କୂଳଠାରୁ 200 ମିଟର ଦୂରରେ ଥିଲା । ଏହା ସପ୍ତାହର ତୃତୀୟ ଥର ମତ୍ସଜୀବୀଙ୍କୁ ବରଫ ମଧ୍ୟରୁ ଉଦ୍ଧାର କରାଯାଇଛି । ଗତ ଶନିବାର 300 ମତ୍ସଜୀବୀ ଫସିଥିବା ବେଳେ 600 ମତ୍ସଜୀବୀ ରବିବାର ଫସିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ