ETV Bharat / international

ଗୋଟିଏ ଦିନରେ ଋଷରେ ସର୍ବାଧିକ କୋରୋନା ମୃତ୍ୟୁ ରେକର୍ଡ

ଶୁକ୍ରବାର ଋଷରେ ନୂଆ 9000 କୋରୋନା କେସ ବାହାରିଛି । ଲଗାତାର 3 ଦିନ ଧରି ଏହି କେସ 9000 ପାଖାପାଖି ଥିବା ଜଣାପଡିଛି । ଅଧିକ ପଢନ୍ତୁ...

author img

By

Published : May 22, 2020, 10:30 PM IST

ଗୋଟିଏ ଦିନରେ ଋଷରେ ସର୍ବାଧିକ ମୃତ୍ୟୁ ରେକର୍ଡ
ଗୋଟିଏ ଦିନରେ ଋଷରେ ସର୍ବାଧିକ ମୃତ୍ୟୁ ରେକର୍ଡ

ମସ୍କୋ: ଋଷରେ କୋରୋନାଜନିତ ମୃତ୍ୟୁସଂଖ୍ୟା ବଢିବାରେ ଲାଗିଛି । ଶୁକ୍ରବାର ଗୋଟିଏ ଦିନରେ ଦେଶରେ ସର୍ବାଧିକ ମୃତ୍ୟୁ ରେକର୍ଡ ହୋଇଛି । ସ୍ବାସ୍ଥ୍ୟ ଅଧିକାରୀଙ୍କ ସୂଚନାନୁସାରେ ଏଠାରେ ଗତ 24 ଘଣ୍ଟାରେ 150 ଲୋକଙ୍କ ମୃତ୍ୟୁ ହୋଇଛି । ଫଳରେ ଦେଶରେ ମୋଟ ମୃତ୍ୟୁସଂଖ୍ୟା 3249 ଛୁଇଁଛି ।

ତେବେ ଋଷର ଆକ୍ରାନ୍ତଙ୍କ ତୁଳନାରେ ମୃତ୍ୟୁସଂଖ୍ୟା ଖୁବ୍ କମ ରହିଛି । ଯାହାକୁ ନେଇ ପାଶ୍ଚାତ୍ୟ ଦେଶମାନେ ଋଷକୁ ଟାର୍ଗେଟ କରିଛନ୍ତି । ଋଷ ସରକାର ପ୍ରକୃତ ତଥ୍ୟ ଲୁଚାଉଥିବାର ଏମାନେ ଅଭିଯୋଗ କରିଛନ୍ତି । ପ୍ରକୃତ ସଂଖ୍ୟା ଅଧିକ ବୋଲି ଅନ୍ୟ ଦେଶମାନେ ଦାବି କରିଛନ୍ତି । ହେଲେ ଋଷ ସ୍ବାସ୍ଥ୍ୟ ଅଧିକାରୀ ଏହାକୁ ଖଣ୍ଡନ କରିଛନ୍ତି । ସରକାରଙ୍କ ଦୃଢ ପଦକ୍ଷେପ ଯୋଗୁଁ ଏହି ସଂଖ୍ୟା କମ ରହିଥିବା ଅଧିକାରୀ କହିଛନ୍ତି ।

ଶୁକ୍ରବାର ଦେଶରେ ନୂଆ 9000 କୋରୋନା କେସ ବାହାରିଛି । ଲଗାତାର 3 ଦିନ ଧରି ଏହି କେସ 9000 ପାଖାପାଖି ଥିବା ଜଣାପଡିଛି । ଏବେ ଯାଏଁ ଋଷରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 3 ଲକ୍ଷ 26 ହଜାର ପାର କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.