ETV Bharat / international

Russia Ukraine War: ସ୍ବେଚ୍ଛାକୃତ ଋଷ ସେନାରେ ଯୋଗଦାନ ଲାଗି ପୁଟିନ୍‌ଙ୍କ ଆହ୍ବାନ - ଋଷ ଓ ୟୁକ୍ରେନ ମହାଯୁଦ୍ଧ

ୟୁକ୍ରେନ ବିରୋଧରେ ସ୍ବେଚ୍ଛାକୃତ ଭାବେ ଋଷ ସେନାରେ ଯୋଗ ଦେବାକୁ ଚାହୁଁଥିବା ଇଚ୍ଛୁକଙ୍କୁ ଅନୁମୋଦନ ଦେଲେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ଏଥିସହ ମଧ୍ୟ ପୂର୍ବ ଦେଶ ଓ ଏହାର ଆଖପାଖ ଦେଶର ନାଗରିକ ସ୍ବେଚ୍ଛାକୃତ ଭାବେ ଋଷିଆ ସେନାରେ ଯୋଗ ଦେବା ଲାଗି ପୁଟିନ୍‌ ଆହ୍ବାନ ଦେଇଛନ୍ତି । ଅଧିକ ପଢନ୍ତୁ

Russia Ukraine War
Russia Ukraine War
author img

By

Published : Mar 11, 2022, 4:45 PM IST

ହାଇଦ୍ରାବାଦ: ୟୁକ୍ରେନ ବିରୋଧରେ ସ୍ବେଚ୍ଛାକୃତ ଭାବେ ଋଷ ସେନାରେ ଯୋଗ ଦେବାକୁ ଚାହୁଁଥିବା ଇଚ୍ଛୁକଙ୍କୁ ଅନୁମୋଦନ ଦେଲେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ । ଏଥିସହ ମଧ୍ୟ ପୂର୍ବ ଦେଶ ଓ ଏହାର ଆଖପାଖ ଦେଶର ନାଗରିକ ସ୍ବେଚ୍ଛାକୃତ ଭାବେ ଋଷ ସେନାରେ ଯୋଗ ଦେବା ଲାଗି ପୁଟିନ ଆହ୍ବାନ ଦେଇଛନ୍ତି । ତେବେ ୟକ୍ରେନକୁ ସାମରିକ ସହାୟତା ଠାରୁ ଆରମ୍ଭ କରି ଆର୍ଥିକ, ମାନବୀୟ ସାହଯ୍ୟ ବିଭିନ୍ନ ଦେଶରୁ ମିଳୁଥିବା ବେଳେ ଋଷର ଏହି ପଦକ୍ଷେପ ଯୁଦ୍ଧକୁ ଆହୁରି ଶାଣିତ କରିବ ।

ସେହିପରି ଋଷ ଜାରି କରିଥିବା ଏହି ବିବୃତି ଯୁ୍ଦ୍ଧକୁ ପ୍ରଶମିତ କରିବା ପରିବର୍ତ୍ତେ ଅଧିକ ଭୟଙ୍କର ହେବାକୁ ଲାଗିଛି । ତେବେ ଯେଉଁ ଯୋଦ୍ଧା ସିରିଆର ଇସାଲମିକ୍‌ ଷ୍ଟେଟ୍‌ ଗ୍ରୁପ୍‌ ବିରୋଧରେ ଲଢୁଛନ୍ତି ସେମାନେ ଏହି ଯୁଦ୍ଧରେ ଋଷ ସପକ୍ଷରେ ଯୋଗଦେବା ପାଇଁ ଆହ୍ବାନ ଦେଇଛନ୍ତି ପୁଟିନ୍‌ । ଏପଟେ ଋଷ ଓ ୟୁ୍କ୍ରେନ ମଧ୍ୟରେ ଜାରି ମହାଯୁ୍ଦ୍ଧକୁ ଆଜି ୧୬ ଦିନ ପୁରିଛି ।

ଅନ୍ୟପଟେ ଋଷ ଓ ୟୁ୍କ୍ରେନ ମଧ୍ୟରେ ଜାରି ଯୁଦ୍ଧର କୌଣସି ସମାଧାନ ହୋଇ ପାରିନାହିଁ । ଏଥିସହ ଗତକାଲି ଉଭୟ ରାଷ୍ଟ୍ର ପକ୍ଷରୁ ତୁର୍କୀରେ ଶାନ୍ତି ଆଲୋଚନା ହୋଇଥିଲା । ମାତ୍ର ଏହି ଆଲୋଚନାରେ କୌଣସି ସୁଫଳ ମିଳି ପାରି ନଥିବା ବେଳେ ଦୁଇ ଦେଶ ମଧ୍ୟରେ ଜାରି ରହିଥିବା କଳହ ଓ ଯୁଦ୍ଧ କେବେ ପ୍ରଶମିତ ହେବ ତାହା ଦେଖିବାକୁ ବାକି ଅଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.