ମସ୍କୋ: ମଙ୍ଗଳବାର ଋଷରେ ପଞ୍ଜୀକୃତ ହୋଇଥିବା COVID-19 ଟିକା ଜାନୁଆରୀ 1, 2021 ସୁଦ୍ଧା ଜନସାଧାରଣଙ୍କ ପାଇଁ ଉପଲବ୍ଧ ହେବ ବୋଲି ଆଶା କରାଯାଉଛି ବୋଲି ପଞ୍ଜୀକରଣ ପ୍ରମାଣପତ୍ର ଦର୍ଶାଇ ଗଣମାଧ୍ୟମ ରିପୋର୍ଟ କରିଛି। ଋଷର ସ୍ୱାସ୍ଥ୍ୟମନ୍ତ୍ରୀ ମିଖାଇଲ ମୁରାଶକୋ କହିଛନ୍ତି ଯେ, ଗାମେଲିଆ ଅନୁସନ୍ଧାନ ପ୍ରତିଷ୍ଠାନ ଏବଂ ଋଷର ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ୱାରା ମିଳିତ ଭାବରେ ବିକଶିତ ହୋଇଥିବା COVID-19 ଟିକା ପ୍ରଥମେ ଶିକ୍ଷକ ଏବଂ ଡାକ୍ତରୀ କର୍ମଚାରୀଙ୍କୁ ଦିଆଯିବ ।
"ଆମେ ଟୀକାକରଣର ପର୍ଯ୍ୟାୟକ୍ରମେ ସାଧାରଣ ନାଗରିକ ମାନଙ୍କ ଠାରେ ବ୍ୟବହାର କରିବା ଆରମ୍ଭ କରିବୁ। ସର୍ବପ୍ରଥମେ, ଯେଉଁମାନେ ଡ୍ୟୁଟି ସମୟରେ ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସୁଛନ୍ତି ସେମାନଙ୍କୁ ଟୀକାକରଣ କରିବାକୁ ଚାହୁଁଛୁ। ସେଥିମଧ୍ୟରୁ ଡାକ୍ତରୀ କର୍ମଚାରୀ ଏବଂ ଶିଶୁଙ୍କ ସ୍ୱାସ୍ଥ୍ୟ ସଂସ୍ପର୍ଶରେ ଆସୁଥିବା ଶିକ୍ଷକମା''
ଏହି ଟିକା ଉତ୍ପାଦନ ପାଇଁ ଦୁଇଟି ସାଇଟ- ଗାମାଲେ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ଏବଂ ଫାର୍ମାସ୍ୟୁଟିକାଲ କମ୍ପାନୀ ବିନୋଫର୍ମ ଜେଏସସି ବ୍ୟବହାର କରାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି। ଋଷର ପ୍ରତ୍ୟକ୍ଷ ବିନିଯୋଗ ପାଣ୍ଠିର ମୁଖ୍ୟ କିରିଲ ଦିମିତ୍ରିଜ କହିଛନ୍ତି ଯେ, ଏହି ଟିକାକୁ ଏକ ବିଲିୟନ ଡୋଜ ପାଇଁ ଦେଶ ଅନୁରୋଧ ଗ୍ରହଣ କରିଛି।
"ଗାମେଲିଆ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ଦ୍ବାରା ଉତ୍ପାଦିତ ଋଷ ଟିକା ପ୍ରତି ଆମେ ବିଦେଶରେ ବହୁତ ଆଗ୍ରହ ଦେଖୁଛୁ । 20 ଟି ରାଜ୍ୟରୁ 1 ବିଲିୟନ ଡୋଜରୁ ଅଧିକ ଟିକା କ୍ରୟ ପାଇଁ ଆମେ ପ୍ରାଥମିକ ଅନୁରୋଧ ଗ୍ରହଣ କରିଛୁ" ବୋଲି ଦିମିତ୍ରିଜ କହିଛନ୍ତି। ସେ ଆହୁରି କହିଛନ୍ତି ଯେ, 5ଟି ଦେଶରେ ବିଦେଶୀ ଅଂଶୀଦାରଙ୍କ ସହ 500 ମିଲିୟନରୁ ଅଧିକ ଟିକା ଡୋଜ ଉତ୍ପାଦନ ନିଶ୍ଚିତ କରିବାକୁ ଦେଶ ପ୍ରସ୍ତୁତ ଅଛି।ତାସ ନ୍ୟୁଜ ଏଜେନ୍ସି ରିପୋର୍ଟ ଅନୁଯାୟୀ, ଋଷ ଏହାର ଉତ୍ପାଦନ କ୍ଷମତା ଆହୁରି ବୃଦ୍ଧି କରିବାକୁ ଯୋଜନା କରୁଛି ବୋଲି ସେ କହିଛନ୍ତି।
ୟୁଏସ ନ୍ୟାସନାଲ ଲାଇବ୍ରେରୀ ଅଫ ମେଡିସିନର କ୍ଲିନିକାଲ ଟ୍ରାଏଲ.ଗୋ ରେ ଉପଲବ୍ଧ ବିବରଣୀ ଅନୁଯାୟୀ, ବ୍ୟକ୍ତିଗତ ତଥା ସର୍ବସାଧାରଣଙ୍କ ଦ୍ୱାରା ଅନୁଦାନ ପ୍ରାପ୍ତ କ୍ଲିନିକାଲ ଅଧ୍ୟୟନର ଏକ ଡାଟାବେସ, ଗାମାଲିଆ ଅନୁସନ୍ଧାନ ପ୍ରତିଷ୍ଠାନ ଦ୍ୱାରା ବିକଶିତ “ଗାମ-କୋଭିଡ-ଭ୍ୟାକ”ର ଦୁଇଟି ଉପାଦାନ ଅଛି । ପ୍ରଥମ ଉପାଦାନଟି ମାନବ ଆଡେନୋଭାଇରସ ପ୍ରକାର 26 ଉପରେ ଆଧାରିତ ଏକ ପୁନଃ ସଂଯୋଜକ ଆଡେନୋଭାଇରସ ଭେକ୍ଟରକୁ ନେଇ ଗଠିତ, ଯେଉଁଥିରେ SARS-CoV-2 S ପ୍ରୋଟିନ ଜିନ ଥାଏ । SARS-CoV-2 ହେଉଛି COVID-19 ପାଇଁ ଦାୟୀ ଭୂତାଣୁ ଅଟେ ।
ଏବଂ ଦ୍ୱିତୀୟ ଉପାଦାନଟି SARS-CoV-2 S ପ୍ରୋଟିନ ଜିନ ଧାରଣ କରିଥିବା ମାନବ ଆଡେନୋଭାଇରସ ପ୍ରକାର 5 ଉପରେ ଏକ ଭେକ୍ଟର-ଆଧାରିତ । ଟୀକାକରଣର କ୍ଲିନିକାଲ ପରୀକ୍ଷା ସମୟରେ, ପରୀକ୍ଷାମୂଳକ ଅଂଶଗ୍ରହଣକାରୀମାନଙ୍କର ଏକ ଗୋଷ୍ଠୀ ବୁଷ୍ଟର ସଂସ୍କରଣରେ ଏହି ଔଷଧ ପ୍ରାପ୍ତ ହୋଇଥିଲା । ପ୍ରଥମ ଟୀକାକରଣର ତିନି ସପ୍ତାହ ପରେ ସେମାନଙ୍କୁ ଟୀକାକରଣର ଦ୍ୱିତୀୟ ଉପାଦାନ ଦିଆଯାଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ