ETV Bharat / international

ରୁଷର ଦାବି: କୋରୋନା ଟୀକା ପ୍ରସ୍ତୁତିରେ ସଫଳତା, ସୈନିକଙ୍କ ଉପରେ ପ୍ରୟୋଗ - ରୁଷର ଦାବି

କୋରୋନା ସଂକ୍ରମଣ ବିରୁଦ୍ଧରେ ପ୍ରଭାବଶାଳୀ ଔଷଧ ଓ ଟୀକା ବିକଶିତ କରିବା ପ୍ରୟାସରେ ବିଶ୍ବରେ ଏକ ବୈଜ୍ଞାନିକ ପ୍ରତିଯୋଗିତା ଚାଲିଛି । ଏହି ପ୍ରତିଯୋଗିତାରେ ରୁଷର ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ଗୁରୁତ୍ବପୂର୍ଣ୍ଣ ଦାବି କରିଛି । ଅଧିକ ପଢନ୍ତୁ...

covid vaccine
କୋରୋନା ଟୀକା
author img

By

Published : Jun 3, 2020, 5:18 PM IST

ମସ୍କୋ: କୋରୋନା ସଂକ୍ରମଣ ବିରୁଦ୍ଧରେ ପ୍ରଭାବଶାଳୀ ଔଷଧ ଓ ଟୀକା ବିକଶିତ କରିବା ପ୍ରୟାସରେ ବିଶ୍ବର ବୈଜ୍ଞାନିକମାନେ ରାତିଦିନ ଏକ କରିଦେଇଛନ୍ତି । ତେବେ ରୁଷର ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ଗୁରୁତ୍ବପୂର୍ଣ୍ଣ ଦାବି କରିଛି । ରୁଷର ତାର ସୈନିକଙ୍କ ଉପରେ କୋଭିଡ-19 ଟୀକା ପରୀକ୍ଷା ଆରମ୍ଭ କରିଛି । ଆସନ୍ତା ମାସ ଶେଷ ସୁଦ୍ଧା ଏହାର ଫଳାଫଳ ସାମ୍ନାକୁ ଆସିବ ।

ରୁଷର ପ୍ରତିରକ୍ଷା ବିଭାଗ ଅନୁଯାୟୀ, ଜୁନ 3ରେ ପ୍ରଥମ ବ୍ୟାଚ୍ ସାମରିକ ସ୍ବେଚ୍ଛାସେବୀମାନେ 48 ଟି କେନ୍ଦ୍ରୀୟ ଅନୁସନ୍ଧାନ କେନ୍ଦ୍ରରେ ପହଞ୍ଚିଛନ୍ତି । ଏହି ପରୀକ୍ଷଣ ପାଇଁ 5 ଜଣ ମହିଳାଙ୍କ ସମେତ 50 ଜଣ ସୈନିକଙ୍କୁ ଚୟନ କରାଯାଇଛି । ସମସ୍ତଙ୍କ ଡାକ୍ତରୀ ପରୀକ୍ଷା ପରେ ଟୀକାର ଡୋଜ ପ୍ରସ୍ତୁତ ହେବେ । ରୁଷର ବୈଜ୍ଞାନିକମାନେ ନୂତନ ଟିକାର ପରୀକ୍ଷାମୂଳକ ନମୁନା ଜୁନ 1ରେ ସମାପ୍ତ କରିଥିଲେ ।

ରୁଷର ପ୍ରତିରକ୍ଷା ମୁଖପାତ୍ରଙ୍କ ଅନୁଯାୟୀ, ଏହି ସମସ୍ତ ସାମରିକ କର୍ମଚାରୀ ଆଧୁନିକ ଔଷଧର ପରୀକ୍ଷଣରେ ଭାଗ ନେବାକୁ ସ୍ବେଚ୍ଛାକୃତ ଭାବରେ ରାଜି ହୋଇଥିଲେ। ସରକାରୀ ବିବୃତ୍ତି ଅନୁଯାୟୀ ଜୁଲାଇ ଶେଷ ସୁଦ୍ଧା ନୂତନ ଟିକା ପାଇଁ କ୍ଲିନିକାଲ୍ ପରୀକ୍ଷା ଶେଷ ହେବ ।

ଏହି ସମୟରେ ରୁଷରେ ମଧ୍ୟ ଆଣ୍ଟି ଭାଇରାଲ ଔଷଧ ସହିତ ପରୀକ୍ଷା ଚାଲିଛି, ଭାରତ ମଧ୍ୟ ପରୀକ୍ଷା କରୁଛି । ଫେଭିପିରାଭିର ନାମକ ଔଷଧରୁ ନିର୍ମିତ ଏଫିଭିରକୁ ନେଇ ରୁଷର ଡାକ୍ତରଖାନା ଗୁଡିକରେ ପରୀକ୍ଷା ଆରମ୍ଭ ହୋଇଛି । ଏହା ଗୁରୁତ୍ବପୂର୍ଣ୍ଣ ଯେ ଭାରତରେ ମଧ୍ୟ କେନ୍ଦ୍ରୀୟ ଶିଳ୍ପ ଅନୁସନ୍ଧାନ ପରିଷଦ ଓ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ସିପଲା ଆଣ୍ଟି ଭାଇରାଲ୍ ଔଷଧ ଫେଭିପିରାଭିର ଉପରେ ପରୀକ୍ଷା କରୁଛି । ଏହି ଔଷଧ ସିପ୍ଲାନଜା ନାମରେ ବଜାରକୁ ଆସିବ ବୋଲି ଆଶା କରାଯାଉଛି।

ଏହି ଔଷଧରୁ ଭାରତୀୟ ବୈଜ୍ଞାନିକମାନଙ୍କର ବହୁତ ଆଶା ଅଛି । ଯଦି ଏହି ଔଷଧର ପରୀକ୍ଷା ସଫଳ ହୁଏ, ତେବେ ଭାରତରେ ଏହାର ଉତ୍ପାଦନ କେବଳ ସହଜରେ ଆରମ୍ଭ ହେବ ନାହିଁ ବରଂ ଏହାକୁ ସୁଲଭ ମୂଲ୍ୟରେ ଓ ବହୁ ପରିମାଣରେ ଉତ୍ପାଦନ କରିବା ସମ୍ଭବ ହେବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.