ETV Bharat / international

କୋରାନ ଜଳାଇବାରୁ ସ୍ୱିଡେନରେ ଦଙ୍ଗା ପରିସ୍ଥିତି, 7 ଗିରଫ - Riot erupted in ssweden over burning of quran hundreds of people took to the streets

ଜଳୁଛି ବିଶ୍ୱର ସବୁଠୁ ଶାନ୍ତିପ୍ରିୟ ଦେଶ ସ୍ୱିଡେନ । ସ୍ୱିଡେନର ଜାତୀୟତାବାଦୀ ପାର୍ଟି ଷ୍ଟ୍ରାମ କୁର୍ସର ନେତା ରସମୁସ୍ ପାଲୁଦାନଙ୍କୁ ଗିରଫ କରାଯାଇଥିବା ହେତୁ ତାଙ୍କର କିଛି ସମର୍ଥକ ଏହାକୁ ବିରୋଧ କରି କୋରାନର କିଛି କପି ପୋଡି ଦେଇଥିଲେ । ଫଳରେ ବହୁ ସଂଖ୍ୟକ ଲୋକ କ୍ଷିଣ ସ୍ୱିଡେନର ମାଲମୋ ସହରରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ପୋଲିସକୁ ପଥର ଫିଙ୍ଗିଛନ୍ତି । ଫଳରେ ଦେଶରେ ଦଙ୍ଗା ପରିସ୍ଥିତି ସୃଷ୍ଟି ହୋଇଛି ।

କୁରାନ ଜଳାଇବାରୁ ସ୍ୱିଡେନରେ ଦଙ୍ଗା ପରିସ୍ଥିତି, 7 ଗିରଫ

author img

By

Published : Aug 30, 2020, 4:26 PM IST

ସ୍ୱିଡେନ: ଜଳୁଛି ବିଶ୍ୱର ସବୁଠୁ ଶାନ୍ତିପ୍ରିୟ ଦେଶ ସ୍ୱିଡେନ । ସ୍ୱିଡେନର ଜାତୀୟତାବାଦୀ ପାର୍ଟି ଷ୍ଟ୍ରାମ କୁର୍ସର ନେତା ରସମୁସ୍ ପାଲୁଦାନଙ୍କୁ ଗିରଫ କରାଯାଇଥିବା ହେତୁ ତାଙ୍କର କିଛି ସମର୍ଥକ ଏହାକୁ ବିରୋଧ କରି କୁୋରାନର କିଛି କପି ପୋଡି ଦେଇଥିଲେ । ଫଳରେ ବହୁ ସଂଖ୍ୟକ ଲୋକ କ୍ଷିଣ ସ୍ୱିଡେନର ମାଲମୋ ସହରରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ପୋଲିସକୁ ପଥର ଫିଙ୍ଗିଛନ୍ତି । ଏଥିଯୋଗୁଁ ଦେଶରେ ଦଙ୍ଗା ପରିସ୍ଥିତି ସୃଷ୍ଟି ହୋଇଛି ।

ପୋଲିସର ସୂଚନାନୁସାରେ, କୋରାନ ଜଳାଇଥିବାରୁ ପ୍ରାୟ 300 ଲୋକ ରାସ୍ତାରେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । କିଛି ଲୋକ ପଥର ଫିଙ୍ଗିବାରେ ମଧ୍ୟ ସାମାନ୍ୟ ଆହତ ହୋଇଥିଲେ। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସକୁ ବହୁ ସଂଘର୍ଷ କରିବାକୁ ପଡିଥିଲା। ପୋଲିସ ଏହି ଘଟଣାରେ 7 ଜଣଙ୍କୁ ଗିରଫ କରିଥିବା ଜଣାପଡିଛି ।

ସ୍ୱିଡେନର ଜାତୀୟତାବାଦୀ ପାର୍ଟି ଷ୍ଟ୍ରାମ କୁର୍ସର ନେତା ରସମୁସ୍ ପାଲୁଦାନଙ୍କୁ ସାକ୍ଷାତ କରିବାକୁ ଅନୁମତି ମିଳିବା ପରେ ଏହି ଦଙ୍ଗା ଆରମ୍ଭ ହୋଇଥିଲା । ତାଙ୍କୁ ସ୍ୱିଡେନ ସୀମାରେ ଅଟକାଇ ଦିଆଯାଇଥିଲା । ଯେତେବେଳେ ସେ ବଳପୂର୍ବକ ସହରକୁ ପ୍ରବେଶ କରିବାକୁ ଚେଷ୍ଟା କରିଥିଲା ସେତେବେଳେ ତାଙ୍କୁ ଗିରଫ କରାଯାଇଥିଲା । ଏହାପରେ ଶୁକ୍ରବାର ତାଙ୍କ ସମର୍ଥକମାନେ ମାଲମୋ ଛକଠାରେ କୋରାନର କିଛି ନକଲ ପୋଡି ଦେଇଥିଲେ । ପରେ ବିରୋଧ ଯୋଗୁଁ ଉକ୍ତ ସ୍ଥାନରେ ପରିସ୍ଥିତି ଉତ୍ତେଜିତ ହୋଇ ଦଙ୍ଗା ଆରମ୍ଭ ହୋଇଥିଲା ।

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.