ETV Bharat / international

କୋରୋନା ରୋକିବ ଗବେଷକ ସନ୍ଧାନ କରିଥିବା ନୂଆ ଆଣ୍ଟିବଡି

କୋରୋନାର ମୁକାବିଲା ପାଇଁ ସାରା ବିଶ୍ବରେ ଯୁଦ୍ଧାକାଳୀନ ଭିତ୍ତିରେ ଜାରି ରହିଛି ପରୀକ୍ଷା ନିରୀକ୍ଷା ଓ ଗବେଷଣା । ଏମିତିରେ କିଛି ଗବେଷକ ଲ୍ୟାବରେ ଏକ ଏପରି ଆଣ୍ଟିବଡିର ସନ୍ଧାନ ପାଇଛନ୍ତି ଯାହା କୋରୋନା ଭୂତାଣୁକୁ ଶରୀରରେ କାର୍ଯ୍ୟକାରୀ ହେବାରୁ ରୋକିଥାଏ । ଅଧିକ ପଢ଼ନ୍ତୁ...

antibody for corona fight, new antibody to cut down corona, antibody, covid-19, corona vaccine, କୋରୋନା ମୁକାବିଲା ପାଇଁ ଆଣ୍ଟିବଡି, କୋରୋନା ରୋକିବ ନୂଆ ଆଣ୍ଟିବଡି, ଆଣ୍ଟିବଡି, କୋଭିଜ-19, କୋରୋନା ପ୍ରତିଷେଧକ
କୋରୋନା ରୋକିବ ଗବେଷକ ସନ୍ଧାନ କରିଥିବା ନୂଆ ଆଣ୍ଟିବଡି
author img

By

Published : May 5, 2020, 1:18 AM IST

ଲଣ୍ଡନ: କୋରୋନାର ମୁକାବିଲା ପାଇଁ ସାରା ବିଶ୍ବରେ ଯୁଦ୍ଧାକାଳୀନ ଭିତ୍ତିରେ ଜାରି ରହିଛି ପରୀକ୍ଷା ନିରୀକ୍ଷା ଓ ଗବେଷଣା । ଏମିତିରେ କିଛି ଗବେଷକ ଲ୍ୟାବରେ ଏକ ଏପରି ଆଣ୍ଟିବଡିର ସନ୍ଧାନ ପାଇଛନ୍ତି ଯାହା କୋରୋନା ଭୂତାଣୁକୁ ଶରୀରରେ କାର୍ଯ୍ୟକାରୀ ହେବାରୁ ରୋକିଥାଏ । ଅନ୍ୟ ଶବ୍ଦରେ କହିବାକୁ ହେଲେ ଏହା ମଣିଷକୁ କୋରୋନା ସଂକ୍ରମଣରୁ ବଞ୍ଚାଇପାରିବ । ଉଟ୍ରେଚ ୟୁନିଭର୍ସିଟି, ଏରାସମସ ମେଡିକାଲ ସେଣ୍ଟର ଓ ହାରବର ବାୟୋମେଡର ମିଳିତ ଉଦ୍ୟମରେ ପ୍ରସ୍ତୁତ ହୋଇଛି ଏହି ଆଣ୍ଟିବଡି ।

ପୂର୍ବରୁ ଏହି ଦଳ ଦ୍ବାରା 2002-2003 ମସିହାରେ ଏକ ଅଧ୍ୟୟନ କରାଯାଇଥିଲା । ଯାହା ସେହି ସମୟରେ ଦେଖାଦେଇଥିବା SARS-CoV ଭୂତାଣୁ ଉପରେ ଏକ ବିସ୍ତୃତ ଅଧ୍ୟୟନ ଥିଲା । ଏହି ସମୟରେ ଦଳ ଭୂତାଣରୁ ରକ୍ଷା ପାଇଁ କିଛି ଆଣ୍ଟିବଡି ପ୍ରସ୍ତୁତ କରିଥିଲା । ତେବେ 2020ରେ କୋରୋନା ବିପତ୍ତି ସୃଷ୍ଟି କରିଥିବା SARS-CoV2 ଭୂତାଣୁର ମୁକାବିଲା ପାଇଁ ପୂର୍ବରୁ ପ୍ରସ୍ତୁତ ଆଣ୍ଟିବଡିକୁ ମିଶାଇ ଏକ ନୂଆ ଆଣ୍ଟିବଡି ପ୍ରସ୍ତୁତ କରାଯାଇଥିଲା । ଯାହା ଭୂତାଣୁକୁ ଶରୀରରେ ନଷ୍ଟ କରିବାରେ ସଫଳ ହେଉଥିବା ଦେଖିବାକୁ ମିଳିଛି । ଏନେଇ ସୂଚନା ଦେଇଛନ୍ତି ଗବେଷଣାର ଉପମୁଖ୍ୟ ବେରେଣ୍ଡ-ଜାନ ବୋସ୍କ । ବୋସ୍କ ବର୍ତ୍ତମାନ ନେଦରଲାଣ୍ଡସ୍ଥିତ ଉଟ୍ରେଚ ୟୁନିଭର୍ସିଟିରେ ଆସୋସିଏଟ ପ୍ରଫେସର ଭାବେ କାର୍ଯ୍ୟରତ ।

ବୋସ୍କ କହିଛନ୍ତି କି ଏହି ନୂଆ ଆଣ୍ଟିବଡି ଉଭୟ SARS-CoV ଓ SARS-CoV2ର ମୁକାବିଲା ପାଇଁ ଉପଯୋଗୀ । ତେବେ ଏହି ଆଣ୍ଟିବଡିର କିଛି ସକାରାତ୍ମକ ଗୁଣ ରହିଛି । ଏହା SARS-CoV ସମ୍ବନ୍ଧୀୟ ଆଗକୁ ଆସିବାକୁ ଥିବା ଆହୁରି ଅନେକ ସଂକ୍ରମଣକୁ ମଧ୍ୟ ରୋକିପାରିବ ବୋଲି ଆଶା ରହିଛି । ହେଲେ ଏଥିରେ ବର୍ତ୍ତମାନ ଆଉ କିଛି ଡେଭେଲପମେଣ୍ଟର ଆବଶ୍ୟକତା ରହିଛି । ଯାହା ବିକଶିତ ହେବା ପରେ ଆଣ୍ଟିବଡିଟି ସମ୍ପୂର୍ଣ୍ଣ ରୂପେ କୋରୋନାକୁ ମୁକାବିଲା କରିବ ବୋଲି ଦାବି କରିଛନ୍ତି ଗବେଷକଗଣ ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.