ETV Bharat / international

ସ୍ପେନରେ ସାମାନ୍ୟ ଆଶ୍ବସ୍ତି, ହ୍ରାସ ପାଉଛି କୋରୋନା ମୃତ୍ୟୁହାର

ସ୍ପେନରେ କ୍ରମାଗତ କୋରୋନାରେ ମୃତ୍ୟୁ ହାର କମ ଥିବା ଦେଖିବାକୁ ମିଳିଛି । ସ୍ପେନର ସ୍ବାସ୍ଥ୍ୟ ଅଧିକାରୀ ଏହାର ସୂଚନା ଦେଇଛନ୍ତି । ସୋମବାର 164 ଜଣଙ୍କ ମୃତ୍ୟୁ ହୋଇଥିଲା । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ସ୍ପେନରେ ସାମାନ୍ୟ ଆଶ୍ବସ୍ତୀ, ହ୍ରାସ ପାଉଛି କୋରୋନା ମୃତ୍ୟୁ ହାର

author img

By

Published : May 5, 2020, 7:46 PM IST

ମାଦ୍ରିଦ: ସ୍ପେନରେ କ୍ରମାଗତ ଦ୍ବିତୀୟ ଦିନ କୋରୋନାରେ ମୃତ୍ୟୁ ହାର କମ ଥିବା ଦେଖିବାକୁ ମିଳିଛି । ସ୍ପେନର ସ୍ବାସ୍ଥ୍ୟ ଅଧିକାରୀଙ୍କ ଅନୁଯାୟୀ କୋଭିଡ-19ରେ ସୋମବାର 164 ଜଣଙ୍କ ମୃତ୍ୟୁ ହୋଇଥିଲା । ଗତ ସପ୍ତାହକୁ ଆମେ ଯଦି ଲକ୍ଷ୍ୟ କରିବା ତାହେଲେ ଏହା ସର୍ବନିମ୍ନ ମୃତ୍ୟୁ ହାର । ସ୍ପେନରେ କୋରୋନା ଯୋଗୁଁ 25,428 ଜଣଙ୍କର ମୃତ୍ୟୁ ହୋଇଛି ।

ମୃତ୍ୟୁ ହାର ହ୍ରାସ ହେବା ସ୍ପେନ ଲୋକଙ୍କ ପାଇଁ ଏକ ଭଲ ଖବର । ଗତ 7 ସପ୍ତାହ ଧରି ଏଠାରେ ଲକଡାଉନ୍ ବଳବତ୍ତର ରହିଛି ଏବଂ ଏଥିରେ ଅନେକ କଡା ପ୍ରତିବନ୍ଧକ ଜାରି ରହିଛି । ତେବେ ସୋମବାର ଠାରୁ ଲକଡାଉନ୍ ସାମାନ୍ୟ ଢିଲା ଛଡାଯାଇଛି ଏବଂ 4 ସପ୍ତାହ ମଧ୍ୟରେ ପର୍ଯ୍ୟାୟକ୍ରମେ ସମ୍ପୂର୍ଣ୍ଣ ହେବ । ଆସନ୍ତା ଦୁଇ ମାସ ମଧ୍ୟରେ ବିଭିନ୍ନ ପର୍ଯ୍ୟାୟରେ ଲକଡାଉନ୍ ଉଠାଯିବ ବୋଲି ଆକଳନ କରାଯାଇଛି ।

ସ୍ପେନରେ ସୋମବାର ଲୋକମାନେ ଘରୁ ବାହାରକୁ ବାହାରିଥିବା ଦେଖିବାକୁ ମିଳିଥିଲା । କୋରୋନା ମହାମାରୀ ଆରମ୍ଭ ପରେ ପ୍ରଥମ ଥର ପାଇଁ ଲୋକମାନେ ଦୋକାନକୁ ଯାଇ ଖାଦ୍ୟ କିଣୁଥିବାର ନଜର ଆସିଛି । ତେବେ ସ୍ପେନର ଲୋକଙ୍କୁ କିଛି ସର୍ତ୍ତ ସହିତ ଛାଡ କରାଯାଇଛି । ଏଠାରେ ଅନେକ ଛୋଟ ଦୋକାନ ବନ୍ଦ ରହିଛି କାରଣ ସରକାରଙ୍କ ଦ୍ବାରା ଜାରି କରାଯାଇଥିବା ନୂତନ ନିର୍ଦ୍ଦେଶାବଳୀକୁ କିପରି କାର୍ଯ୍ୟକାରୀ କରାଯିବ ସେନେଇ ଦୋକାନୀମାନେ ନିଷ୍ପତ୍ତି ନେଉଛନ୍ତି । ରବିବାର ସ୍ପେନରେ ନୂତନ ନିର୍ଦ୍ଦେଶନାମା ଜାରି କରାଯାଇଛି ।

ସର୍ବସାଧାରଣ ଯାନରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଫେସ୍ ମାସ୍କ ଲଗାଇବା ବାଧ୍ୟତାମୂଳକ କରାଯାଇଛି । ଏଥିପାଇଁ ସରକାର ସମସ୍ତ ପ୍ରକାର ବ୍ୟବସ୍ଥା କରିଛନ୍ତି । ବିଭିନ୍ନ ପରିବହନରେ ସରକାର ପ୍ରାୟ 1.4 କୋଟି ଫେସ୍ ମାସ୍କ ବଣ୍ଟନ କରିଛନ୍ତି, ଯାହା ଦ୍ବାରା ଲୋକେ ନିଜକୁ ସଂକ୍ରମଣରୁ ରକ୍ଷା କରିପାରିବେ । ଏହାସହିତ ସ୍ପେନରେ ବିଭିନ୍ନ ରାଜନୈତିକ ଦଳ ଅଭିଯୋଗ, ବାଦ ପ୍ରତିବାଦ କରିବା ଆରମ୍ଭ କରିଦେଇଛନ୍ତି । ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ କୋରୋନା ମହାମାରୀକୁ ସଠିକ୍ ଭାବେ ପରିଚାଳନା କରୁନାହାଁନ୍ତି ବୋଲି ବିରୋଧୀ ଦଳ ଅଭିଯୋଗ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.