ETV Bharat / international

କୋରୋନା ଯୁଦ୍ଧରେ ଗୁପ୍ତ ହେଲ୍ପ ଲାଇନ ଭଲ୍ୟୁଣ୍ଟିୟର ଯୁବରାଜ ୱିଲିଅମ - ହେଲ୍ପ ଲାଇନ ଭଲ୍ୟୁଣ୍ଟିୟର ଯୁବରାଜ ୱିଲିୟମ

ୟୁକେର ଯୁବରାଜ ୱିଲିୟମ ନିକଟରେ କରିଛନ୍ତି ଏକ ବଡ ଖୁଲାସା । କୋରୋନା ମହାମାରୀ ସମୟରେ ସେ ଗୁପ୍ତ ଭାବେ ଲୋକଙ୍କ ସହାୟତା ପାଇଁ ଏକ ହେଲ୍ପ ଲାଇନରେ ଭଲ୍ୟୁଣ୍ଟିୟର ଭାବେ କାର୍ଯ୍ୟରତ ଥିଲେ ବୋଲି ପ୍ରକାଶ କରିଛନ୍ତି ।

prince william, helpline volunteer prince william, volunteer week in uk, ଯୁବରାଜ ୱିଲିୟମ, ହେଲ୍ପ ଲାଇନ ଭଲ୍ୟୁଣ୍ଟିୟର ଯୁବରାଜ ୱିଲିୟମ, ୟୁକେରେ ଭଲ୍ୟୁଣ୍ଟିୟର ସପ୍ତାହ
କୋରୋନା ଯୁଦ୍ଧରେ ଗୁପ୍ତ ହେଲ୍ପ ଲାଇନ ଭଲ୍ୟୁଣ୍ଟିୟର ଯୁବରାଜ ୱିଲିଅମ
author img

By

Published : Jun 7, 2020, 12:58 AM IST

ଲଣ୍ଡନ: ୟୁକେର ଯୁବରାଜ ୱିଲିୟମ ନିକଟରେ କରିଛନ୍ତି ଏକ ବଡ ଖୁଲାସା । କୋରୋନା ମହାମାରୀ ସମୟରେ ସେ ଗୁପ୍ତ ଭାବେ ଲୋକଙ୍କ ସହାୟତା ପାଇଁ ଏକ ହେଲ୍ପ ଲାଇନରେ ଭଲ୍ୟୁଣ୍ଟିୟର ଭାବେ କାର୍ଯ୍ୟରତ ଥିଲେ ବୋଲି ପ୍ରକାଶ କରିଛନ୍ତି । ସେ ଶାଉଟ 85258ରେ କାର୍ଯ୍ୟରତ ଥିଲେ ବୋଲି ଖୁଲାସା କରି ଶନିବାର କହିଛନ୍ତି । ଲୋକେ ବ୍ୟକ୍ତିଗତ ଅସୁବିଧାରେ ଥିବା ସମୟରେ ଏହି ହେଲ୍ପ ଲାଇନ ସଂସ୍ଥା ମେସେଜ ମାଧ୍ୟମରେ ସାହାଯ୍ୟ କରିଥାଏ ।

କେମ୍ବ୍ରିଜ, ଡ୍ୟୁକ୍‌ ଓ ଡଚ୍‌ଙ୍କ ସହାୟତାରେ ଏହି ହେଲ୍ପ ଲାଇନ ଗତବର୍ଷ ପ୍ରତିଷ୍ଠା ହୋଇଥିଲା । ଯେଉଁଥିରେ ରାଜପରିବାରର 3 ମିଲିୟନ ପାଉଣ୍ଡ ସହାୟତା ସାମିଲ ହୋଇଥିଲା । ତେବେ ଗତବର୍ଷଠାରୁ ଏବର୍ଷ ମଧ୍ୟରେ ଏଯାବତ୍‌ 3 ଲକ୍ଷ ମେସେଜରେ ଯୋଗାଯୋଗ ସମ୍ଭବ ହୋଇପାରିଛି । ଏଥିରେ ପ୍ରାୟ 65 ପ୍ରତିଶତ ଲୋକେ 25 ବର୍ଷୀୟ ହୋଇଥିବା ଏକ ସର୍ଭେରୁ ଜଣା ପଡିଥିଲା । ଏହି ଯୁବବର୍ଗ ମୁଖ୍ୟତଃ ମାନସିକ ଶାନ୍ତି ପାଇଁ ସାହାଯ୍ୟ ମାଗୁଥିବା ଦେଖିବାକୁ ମିଳିଛି ।

ଏହି ସମସ୍ୟାର ସମାଧାନ ପାଇଁ ମେଣ୍ଟାଲ ହେଲଥ ଚ୍ୟାରିଟି ଦ୍ବାରା ତାଲିମ ଗ୍ରହଣ କରିବା ପରେ ଯୁବରାଜ ୱିଲିୟମ ଏହି ସଂସ୍ଥାରେ ମେସେଜର ଉତ୍ତର ଦେଇ ଲୋକଙ୍କୁ ସାହାଯ୍ୟ କରୁଛନ୍ତି । ଚଳିତସପ୍ତାହ ୟୁକେରେ ଭଲ୍ୟୁଣ୍ଟିୟର ସପ୍ତାହ ପାଳନ ଚାଲିଥିବା ବେଳେ ରାଜପରିବାର ପକ୍ଷରୁ ଯୁବରାଜଙ୍କ ଏହି ଅବଦାନ ଘୋଷଣା କରାଯାଇଥିଲା ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.