ଲଣ୍ଡନ: କୋଭିଡ-19 ଲକଡାଉନରୁ ମୁକୁଳିବା ପରେ ସୋମବାର ଠାରୁ ଇଂଲଣ୍ଡରେ ଖୋଲିଛି ସମସ୍ତ ପ୍ରାଥମିକ ବିଦ୍ୟାଳୟ । ତେବେ ସମସ୍ତ ଅଞ୍ଚଳରେ ସ୍କୁଲ ଖୋଲିବା ପାଇଁ ସରକାର ଅନୁମତି ଦେଇଥିବା ବେଳେ କେତେକ ଅଞ୍ଚଳରେ ସ୍କୁଲ ଆଦି ଖୋଲିବା ପାଇଁ ମନା କରିଛନ୍ତି ସମ୍ପୃକ୍ତ ଅଧିକାରୀ । ଏବେ ବି କୋରୋନା କବଳରୁ ଦେଶ ସୁରକ୍ଷିଚ ହୋଇନଥିବା ବେଳେ ପିଲାମାନଙ୍କୁ ସ୍କୁଲ ପଠାଇବାର ପରିଣତି ଅତି ଭୟଙ୍କର ହୋବ ବୋଲି ଭାବି ସମସ୍ତେ ସ୍କୁଲ ଖୋଲିବା ପାଇଁ ସହମତି ପ୍ରକାଶ କରିନାହାନ୍ତି ।
ବର୍ତ୍ତମାନ ଲାଗୁ ନିୟମ ଅନୁଯାୟୀ ପ୍ରଥମରୁ ଷଷ୍ଠ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ସ୍କୁଲ ଯିବା ପାଇଁ ଅନୁମତି ଦିଆଯାଇଛି । ଏନେଇ ଶିକ୍ଷା ବିଭାଗ ସଚିବ ଗ୍ୟାଭିନ ୱିଲିୟମସନ କହିଛନ୍ତି କି ପିଲାମାନଙ୍କୁ ସ୍କୁଲ ଛାଡିବା ନେଇ ଅଭିଭାବକମାନେ ଚିନ୍ତା ପ୍ରକାଶ କରନ୍ତୁ ନାହିଁ । ପିଲାମାନେ ନିଜର ଶିକ୍ଷକ ଶିକ୍ଷୟିତ୍ରୀ ଓ ସାଙ୍ଗମାନଙ୍କୁ ସହ ସୁରକ୍ଷିତ ରହିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ଅପରପାର୍ଶ୍ବରେ ଦେଶରେ ଏବେ 6 ଜଣ ଲୋକେ ଖୋଲାରେ ସମୟ ବିତାଇବାର ଅନୁମତି ମଧ୍ୟ ଦିଆଯାଇଛି ।
ତେବେ ଏହି ଲକଡାଉନ ନିୟମ କୋହଳ ପ୍ରକ୍ରିୟାରେ ଅନେକ ଦୋକାନ ବଜାର ଓ ଉଦ୍ୟୋଗ ଖୋଲିବା ପାଇଁ ଅନୁମତି ମିଳିଥିଲା । ଏନେଇ ବ୍ୟବସାୟ ସଚିବ ଆଲୋକ ଶର୍ମା କହିଛନ୍ତି କି ସରକାରଙ୍କୁ ଦେଶର ସ୍ଥିତି ବେଶ ଭଲ ଭାବେ ଜଣା । ଏମିତିରେ ଲକଡାଉନ କୋହଳ କରି ଦେଶର ଅର୍ଥନୀତିକୁ ବଞ୍ଚାଇବା ଚେଷ୍ଟା କରୁଥିବା ବେଳେ ସେ ଅନେକ ସତର୍କତାମୂଳକ ପଦକ୍ଷେପ ମଧ୍ୟ ନେଇଛନ୍ତି । ତେଣୁ ଭୟ ନକରି ଲୋକେ ସହଯୋଗ ହାତ ବଢାଇବାର ଆବଶ୍ୟକତା ରହିଛି ।
@IANS