ETV Bharat / international

Russia Ukraine War: ଋଷ ସେନା ମୁଖ୍ୟଙ୍କୁ ପୁଟିନଙ୍କ ନିର୍ଦ୍ଦେଶ, ଜରୁରୀକାଳୀନ ପରିସ୍ଥିତ ପାଇଁ ପ୍ରସ୍ତୁତ ରୁହ

author img

By

Published : Feb 27, 2022, 8:10 PM IST

ଜରୁରୀକାଳୀନ ପରିସ୍ଥିତ ପାଇଁ ପ୍ରସ୍ତୁତ ରହିବାକୁ ଋଷ ସେନା ମୁଖ୍ୟଙ୍କୁ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ନିର୍ଦ୍ଦେଶ । ପୁଟିନ କହିଛନ୍ତି ଯେ, ୟୁକ୍ରେନ ସାଥୀରେ ଆମର ଯୁଦ୍ଧ ଚାଲିଥିବାବେଳେ ପଶ୍ଚିମ ଦେଶ ବିରୋଧ କରୁଛନ୍ତି । ଅଧିକ ପଢନ୍ତୁ

Russia Ukraine War: ଋଷ ସେନା ମୁଖ୍ୟଙ୍କୁ ପୁଟିନଙ୍କ ନିର୍ଦ୍ଦେଶ, ଜରୁରୀକାଳୀନ ପରିସ୍ଥିତ ପାଇଁ ପ୍ରସ୍ତୁତ ରୁହ
Russia Ukraine War: ଋଷ ସେନା ମୁଖ୍ୟଙ୍କୁ ପୁଟିନଙ୍କ ନିର୍ଦ୍ଦେଶ, ଜରୁରୀକାଳୀନ ପରିସ୍ଥିତ ପାଇଁ ପ୍ରସ୍ତୁତ ରୁହ

ନୂଆଦିଲ୍ଲୀ: ଜରୁରୀକାଳୀନ ପରିସ୍ଥିତ ପାଇଁ ପ୍ରସ୍ତୁତ ରହିବାକୁ ଋଷ ସେନା ମୁଖ୍ୟଙ୍କୁ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ନିର୍ଦ୍ଦେଶ । ପୁଟିନ କହିଛନ୍ତି ଯେ, ୟୁକ୍ରେନ ସାଥୀରେ ଆମର ଯୁଦ୍ଧ ଚାଲିଥିବା ବେଳେ ପଶ୍ଚିମ ଦେଶ ବିରୋଧ କରୁଛନ୍ତି । ସେହିପରି ପଶ୍ଚିମ ଦେଶ ଗୁଡିକ ଆମ ସହ ବନ୍ଧୁତ୍ବପୂର୍ଣ୍ଣ ବ୍ୟବହାର କରୁନଥିବା କଥା କହିଛନ୍ତି ପୁଟିନ ।

ଅନ୍ୟପଟେ ସତର୍କ ସହ ପ୍ରସ୍ତୁତ ରହିବାକୁ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସେନା ମୁଖ୍ୟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଯୁଦ୍ଧ ଚାଲିଥିବା ବେଳେ ବିଭିନ୍ନ ଦେଶ ୟୁକ୍ରେନକୁ ଆର୍ଥିକ ଓ ସାମରିକ ସହାୟତା ପ୍ରଦାନ କରୁଛନ୍ତି । ସେହିପରି ଋଷର ଆର୍ଥିକ କାରବାର ବିଭିନ୍ନ ରାଷ୍ଟ୍ର ପକ୍ଷରୁ ବନ୍ଦ କରାଯାଇଛି । ସେହିଭଳି ଆଜି ଗୁଗଲ ମଧ୍ୟ ଋଷର କୌଣସି ମିଡିଆ ସଂସ୍ଥାକୁ ବିଜ୍ଞାପନ ଦେବେ ନାହିଁ ବୋଲି ଆଜି ସଫା ସଫା ମନା କରି ଦେଇଛି ।

ଅପରପକ୍ଷେ ଆଜି ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ଚାରିଦିନ ପୁରିଛି । ତେବେ ଉଭୟ ଦେଶ ବେଲାରୁଷରେ ଶାନ୍ତି ପାଇଁ କଥା ହେବାକୁ ରାଜି ହୋଇଥିବା ଜଣାପଡିଛି । ମାତ୍ର ଏଥିରେ କି ନିଷ୍କର୍ସ ବାହାରୁଛି ଏହାକୁ ସାରା ବିଶ୍ବ ବାସୀ ଅପେକ୍ଷା କରି ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.