ETV Bharat / international

ଆଇଫିଲ ଟାୱାରରେ ବୋମା ! ଖାଲି କରାଇଲା ପ୍ୟାରିସ ପୋଲିସ

author img

By

Published : Sep 23, 2020, 7:05 PM IST

ଧମକପୂର୍ଣ୍ଣ ଫୋନ କଲ୍‌ ପରେ ଆଇଫିଲ ଟାୱାରକୁ ଖାଲି କରାଯିବା ସହ ଏହାର ଆଖାପାଖ ଅଞ୍ଚଳରେ ଲୋକଙ୍କ ଯାତାୟାତ ଉପରେ ରୋକ ଲଗାଇଛି ପ୍ୟାରିସ ପୋଲିସ । ଅଧିକ ପଢନ୍ତୁ...

ଆଇଫିଲ ଟାୱାରରେ ବୋମା ! ଖାଲି କରାଇଲା ପ୍ୟାରିସ ପୋଲିସ
ଆଇଫିଲ ଟାୱାରରେ ବୋମା ! ଖାଲି କରାଇଲା ପ୍ୟାରିସ ପୋଲିସ

ପ୍ୟାରିସ: ବିଶ୍ବ ପ୍ରସିଦ୍ଧ ଆଇଫିଲ ଟାୱାରରେ ବୋମା ଥିବା ନେଇ ଧମକପୂର୍ଣ୍ଣ ଫୋନ କଲ୍‌ । ଏହି ଧମକପୂର୍ଣ୍ଣ ଫୋନ କଲ୍‌ ପରେ ଆଇଫିଲ ଟାୱାରକୁ ଖାଲି କରାଯିବା ସହ ଏହାର ଆଖାପାଖ ଅଞ୍ଚଳରେ ଲୋକଙ୍କ ଯାତାୟାତ ଉପରେ ରୋକ ଲଗାଇଛି ପ୍ୟାରିସ ପୋଲିସ ।

ବୁଧବାର ସକାଳେ ଜଣେ ଅଜ୍ଞାତ ବ୍ୟକ୍ତି ପୋଲିସକୁ ଫୋନ୍ କରି ଟାୱାର ଭିତରେ ଏକ ବୋମା ରଖାଯାଇଥିବା କହିଥିଲା । ପରେ ଟାୱାର ଭିତରେ ଥିବା ସମସ୍ତ ପର୍ଯ୍ୟଟକଙ୍କୁ ଅଞ୍ଚଳ ଖାଲି କରାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

ପ୍ରାୟ ଦୁଇ ଘଣ୍ଟା ପରେ ବ୍ୟାରିକେଡ୍ ଉଠାଇବା ଆରମ୍ଭ କରିଛି ପୋଲିସ । ଘଟଣାସ୍ଥଳରେ ଥିବା ଜଣେ ଅଧିକାରୀ କହିଛନ୍ତି ଯେ ପୋଲିସ ଧମକପୂର୍ଣ୍ଣ ଫୋନ କଲ୍‌କୁ ନେଇ କୌଣସି ସୁରାକ ପାଇନାହିଁ । ପୋଲିସ ଅପରେସନ ସମୟରେ କିଛି ପର୍ଯ୍ୟଟକ ଏହି ଅଞ୍ଚଳରେ ବୁଲୁଥିଲେ ।

131 ବର୍ଷ ପୁରୁଣା ଟାୱାର ଦେଖିବା ପାଇଁ ଦୈନିକ ପ୍ରାୟ 25,000 ପର୍ଯ୍ୟଟକ ଆସିଥାନ୍ତି । ହେଲେ କୋରୋନା କଟକଣା ଯୋଗୁଁ ପର୍ଯ୍ୟଟକଙ୍କ ସଂଖ୍ୟା ହ୍ରାସ ପାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.