ETV Bharat / international

ପାକିସ୍ତାନରେ ଡେଙ୍ଗୁ ଆତଙ୍କ: ୧୫ ଦିନରେ ୮୦୫ ମାମଲା ଚିହ୍ନଟ

author img

By

Published : Nov 16, 2021, 10:36 AM IST

ପାକିସ୍ତାନରେ ଡେଙ୍କୁ ଆତଙ୍କ । ସିନ୍ଧ ପ୍ରଦେଶରେ ୧୫ ଦିନ ମଧ୍ୟରେ ଚିହ୍ନଟ ହେଲେ ୮୦୫ ଡେଙ୍ଗୁ ରୋଗୀ । ଅଧିକ ପଢନ୍ତୁ...

ପାକିସ୍ତାନରେ ଡେଙ୍ଗୁ ଆତଙ୍କ: ୧୫ ଦିନରେ ୮୦୫ଟି ମାମଲା  ଚିହ୍ନଟ

କରାଚି: ପାକିସ୍ତାନରେ ଡେଙ୍କୁ ଆତଙ୍କ । ୧୫ ଦିନ ମଧ୍ୟରେ ୮୦୫ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଏହି ସବୁ ରୋଗୀ ପାକିସ୍ତାନର ସିନ୍ଧ ପ୍ରଦେଶରେ ଚିହ୍ନଟ ହୋଇଛନ୍ତି । ଏନେଇ ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି ।

କରାଚିରେ ୫୦୭ଟି ଡେଙ୍ଗୁ ମାମଲା ଚିହ୍ନଟ ହୋଇଥିବାବେଳେ ଏହାର କେନ୍ଦ୍ରୀୟ ଜିଲ୍ଲାରେ ସର୍ବାଧିକ ୧୪୬ଟି ମାମଲା ଚିହ୍ନଟ ହୋଇଛନ୍ତି । ଏନେଇ ସ୍ବାସ୍ଥ୍ୟ ବିଭାଗ ସୁତ୍ରରୁ ସୂଚନା ମିଳିଛି । ସେହିପରି ପଞ୍ଜାବରେ ୧୦୩ ନୂଆ ମାମଲା, କରାଚିରେ ୧୩୪ ଓ କୋରାଙ୍ଗିରେ ୧୨୪ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି ।

ପଞ୍ଜାବର ସ୍ବାସ୍ଥ୍ୟ ସଚିବଙ୍କ ପ୍ରାଥମିକ ତଥା ମାଧ୍ୟମିକ ରିପୋର୍ଟ ଅନୁଯାୟୀ ଏପର୍ଯ୍ୟନ୍ତ ପ୍ରଦେଶରେ ୨୧ ହଜାର ୫୦୭ଟି ଡେଙ୍ଗୁ ମାମଲା ସାମ୍ନାକୁ ଆସିଛି । ସେଥିମଧ୍ୟରୁ ୧୫ ହଜାର ୭୩୨ଟି ମାମଲା କେବଳ ଲହୋରରୁ ଚିହ୍ନଟ ହୋଇଛନ୍ତି । ତେବେ ଡେଙ୍ଗୁ ରୋଗରେ ୯୩ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.