ETV Bharat / international

ଜାଲ ପାଇଲଟ ସ୍କାମ: 6 ମାସ ପାଇଁ ପାକ୍‌ ବିମାନକୁ ବ୍ୟାନ କଲା ୟୁରୋପ

author img

By

Published : Jul 1, 2020, 8:09 AM IST

ଜାଲ ପାଇଲଟ ଲାଇସେନ୍ସ ସ୍କାମ ପରେ 6 ମାସ ପାଇଁ ୟୁରୋପିଆନ ସଂଘରୁ ନିଲମ୍ବିତ ହେଲା ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ । PIA କହିଲା ୟୁରୋପରେ ଥିବା ସମସ୍ତ ବିମାନକୁ ସାମୟିକ ଭାବେ ବନ୍ଦ ରଖିବ । ଅଧିକ ପଢନ୍ତୁ...

6 ମାସ ପାଇଁ ପାକ୍‌ ବିମାନକୁ ବ୍ୟାନ ଲଗାଇଲା ୟୁରୋପ

ଲଣ୍ଡନ: କୋରୋନା ମହାମାରୀରେ ପୀଡିତ ପାକିସ୍ତାନ ପୁଣି ଥରେ ଅନ୍ତର୍ଜାତୀୟ ସ୍ତରରେ ଲଜ୍ଜାର ଶିକାର ହୋଇଛି। ଜାଲ ଲାଇସେନ୍ସ ସ୍କାମ ପରେ କଡା ପଦକ୍ଷେପ ନେଲା ୟୁରୋପିଆନ ୟୁନିଅନ ଏୟାର ସେଫ୍ଟି ଏଜେନ୍ସି (EASA) । ୟୁରୋପୀୟ ସଂଘରୁ ପାକିସ୍ତାନର ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ (PIA) କଲା ରଦ୍ଦ ।

ୟୁରୋପିଆନ ୟୁନିଅନ ଏୟାର ସେଫ୍ଟି ଏଜେନ୍ସି (EASA) ପକ୍ଷରୁ ପିଆଇଏ ଉପରେ 6 ମାସ ପାଇଁ ପ୍ରତିବନ୍ଧକ ଲଗାଯାଇଛି । ଏହା ପରେ ପିଆଇଏ ଏକ ବିବୃତ୍ତିରେ କହିଛି, EASA 1 ଜୁଲାଇ ,2020ରୁ ଆସନ୍ତା 6 ମାସ ପାଇଁ ୟୁରୋପୀୟ ସଂଘର ସଦସ୍ୟ ଦେଶରେ ବିମାନ ଚଳାଚଳ ଉପରେ ରୋକ ଲଗାଇଛି ।

ପିଆଇଏ ଆହୁରି କହିଛି, ସମସ୍ୟାର ସମାଧାନ ପାଇଁ ପିଆଇଏ EASA ସହିତ ନିରନ୍ତର ଯୋଗାଯୋଗରେ ଅଛି ଏବଂ ଆଶା କରୁଛି ଯେ ଶୀଘ୍ର ଆମଠାରୁ ଏହି ନିଲମ୍ବନ ପ୍ରତ୍ୟାହାର କରିନେବେ।

ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ ଏହା ମଧ୍ୟ କହିଛି ଯେ, PIA ୟୁରୋପରେ ଥିବା ସମସ୍ତ ବିମାନକୁ ସାମୟିକ ଭାବେ ବନ୍ଦ କରିବ।

262 ପାକିସ୍ତାନୀ ପାଇଲଟଙ୍କ ପାଖରେ ଜାଲ ଲାଇସେନ୍ସ ଜଣାପଡିବା ପରେ ୟୁରୋପୀୟ ୟୁନିଅନର ଏୟାର ସୁରକ୍ଷା ଏଜେନ୍ସି (EASA) ଏହି ନିଷ୍ପତ୍ତି ନେଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.