ଇଂଲଣ୍ଡ: ଭୟ ବଢାଉଛି ଓମିକ୍ରନ (Omicron ) । ସାରା ବିଶ୍ବବାସୀଙ୍କ ମନରେ କୋରୋନାର ଏହି ନୂଆ ଭାରିଆଣ୍ଟ ଏବେ ପୁଣି ଭୟକୁ ଦ୍ବିଗୁଣିତ କରିଛି । ବିଶ୍ବର ଗୋଟିଏ ପରେ ଗୋଟିଏ ଦେଶରେ ଏବେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହାରି ମଧ୍ୟରେ UKରେ ଗୋଟିଏ ଦିନରେ ଏକାସାଙ୍ଗରେ ୮୬ ନୂଆ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ (Omicron in UK) ହୋଇଛନ୍ତି । ସେଥି ମଧ୍ୟରୁ ଇଂଲଣ୍ଡରୁ ୬୮ ଜଣ ରହିଥିବା ସୂଚନା ମିଳିଛି ।
-
#OmicronVariant latest information,
— UK Health Security Agency (@UKHSA) December 5, 2021 " class="align-text-top noRightClick twitterSection" data="
86 additional confirmed cases of the #Omicron variant of COVID-19 have been reported across the UK with 68 in England.
The total number of confirmed COVID-19 cases is now 246. pic.twitter.com/QXg1bKSZ6l
">#OmicronVariant latest information,
— UK Health Security Agency (@UKHSA) December 5, 2021
86 additional confirmed cases of the #Omicron variant of COVID-19 have been reported across the UK with 68 in England.
The total number of confirmed COVID-19 cases is now 246. pic.twitter.com/QXg1bKSZ6l#OmicronVariant latest information,
— UK Health Security Agency (@UKHSA) December 5, 2021
86 additional confirmed cases of the #Omicron variant of COVID-19 have been reported across the UK with 68 in England.
The total number of confirmed COVID-19 cases is now 246. pic.twitter.com/QXg1bKSZ6l
ଏହାକୁ ମିଶାଇ UKରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୪୬କୁ ବୃଦ୍ଧି ପାଇଥିବା ସ୍ବାସ୍ଥ୍ଯ ସୁରକ୍ଷା ଏଜେନ୍ସି ସୂଚନା ଦେଇଛି । ତେବେ ଶନିବାର ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟ ୧୬୦ ଥିବା ବେଳେ ଏକା ସଙ୍ଗେ ୮୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହା ପୂର୍ବ ମୋଟ ଆକ୍ରାନ୍ତଙ୍କ ୫୦ ପ୍ରତିଶତ ବୃଦ୍ଧି ହୋଇଛି ।
ଆହୁରି ପଢନ୍ତୁ:-ରାଜସ୍ଥାନରେ ୯, ମହାରାଷ୍ଟ୍ରରୁ ଆଉ ୬ Omicron ଆକ୍ରାନ୍ତ ଚିହ୍ନଟ
ତେବେ UK ରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଗତକାଲି ୪୩ ହଜାରରୁ ଉର୍ଦ୍ଧ୍ବ ସଂକ୍ରମିତ ଚିହ୍ନଟ ହେଇଛନ୍ତି । ସେହିପରି ୫୪ ଜଣ କୋରୋନା ଆକ୍ରାନ୍ତ ପ୍ରାଣ ହରାଇଥିବା ସୂଚନା ମିଳିଛି ।