ETV Bharat / international

କୌଣସି ଜୈବିକ ଅସ୍ତ୍ର ପ୍ରସ୍ତୁତ କରୁନୁ, ଋଷ ଦାବିକୁ ଖଣ୍ଡନ କଲା ଆମେରିକା

ଦିନକୁ ଦିନ ଜଟିଳ ହେଉଛି ଋଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ମହାସମର । ଗୋଟିଏ ପଟେ ଋଷ ଉପରେ ଆମେରିକା ସମେତ ବିଭିନ୍ନ ରାଷ୍ଟ୍ର ଆର୍ଥିକ କଟକଣା ଲାଗୁ କରିଛନ୍ତି । ଅଧିକ ପଢନ୍ତୁ

ଜୈବିକ ଅସ୍ତ୍ର ପ୍ରସ୍ତୁତ କରୁନୁ: ଆମେରିକା
ଜୈବିକ ଅସ୍ତ୍ର ପ୍ରସ୍ତୁତ କରୁନୁ: ଆମେରିକା
author img

By

Published : Mar 12, 2022, 8:42 AM IST

ନୂଆଦିଲ୍ଲୀ: ଦିନକୁ ଦିନ ଜଟିଳ ହେଉଛି ଋଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ମହାସମର । ଗୋଟିଏ ପଟେ ଋଷ ଉପରେ ଆମେରିକା ସମେତ ବିଭିନ୍ନ ରାଷ୍ଟ୍ର ଆର୍ଥିକ କଟକଣା ଲାଗୁ କରିଛନ୍ତି । ଏପଟେ ଶୁକ୍ରବାର ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ନିଜର ପ୍ରତିକ୍ରିୟା ରଖିଛି ଆମେରିକା । ୟୁ୍କ୍ରେନ କୌଣସି ଜୈବିକ ଅସ୍ତ୍ର କାର୍ଯ୍ୟକ୍ରମ କରୁନାହିଁ ବୋଲି ଆମେରିକା କହିଛି ।

ଏଥିସହ ୟୁ୍କ୍ରେନରେ କୌଣସି ଜୈବିକ ଅସ୍ତ୍ର ପ୍ରସ୍ତୁତି ପରୀକ୍ଷାଗାରା ନାହିଁ ଜାତିସଂଘ ସୁରକ୍ଷା ପରିଷଦରେ ଆମେରିକା ପ୍ରତିନିଧି ପ୍ରତିକ୍ରିୟାରେ କହିଛନ୍ତି । ଏହା ସହ ୟୁ୍କ୍ରେନ କିମ୍ବା ଋଷିଆ ସୀମାରେ କୌଣସି ଜୈବିକ ଅସ୍ତ୍ର ପ୍ରସ୍ତୁତି ତଥା ପରୀକ୍ଷାଗାରା ପାଇଁ ଆର୍ଥିକ ସହାୟତା ପ୍ରଦାନ କରୁନାହିଁ ବୋଲି କହିଛି ।

ଅନ୍ୟପଟେ ଗତ କିଛି ଦିନ ଜୈବିକ ଅସ୍ତ୍ର ପ୍ରସ୍ତୁତି ଓ ଗବେଷଣା କରାଯାଉଛି ବୋଲି ଋଷ ଦାବି କରିଥିଲା । ତେବେ ଏସବୁ ଆମେରିକା ସହାୟତାରେ ହେଉଛି ବୋଲି ଋଷ କହିଥିବା ବେଳେ ଏହା ବିଶ୍ବ ପାଇଁ ସାଙ୍ଘାତିକ ହେବ ବୋଲି ଋଷିଆ କହିଥିଲା । ମାତ୍ର ଆଜିର ଋଷିଆର ଏହି ଦାବି ଉପରେ ଆମେରିକା ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ସ୍ପଷ୍ଟ କରିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.