ETV Bharat / international

ପ୍ୟାରିସରେ ନୂଆ ସଂକ୍ରମଣର ଆଶଙ୍କା, ବଢିବ ଟେଷ୍ଟିଂ

author img

By

Published : Jun 22, 2020, 7:26 PM IST

ଫ୍ରାନ୍ସ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନାନୁସାରେ ପ୍ୟାରିସ ଏବଂ ସାରସେଲ୍ଲେସରେ ସଂକ୍ରମଣର ସଂଖ୍ୟା ବଢିଛି । ଏଠାରେ କିଛି ନୂଆ ମାମଲା ବାହାରିଥିବା ଖବର ରହିଛି । ଅଧିକ ପଢନ୍ତୁ...

ପ୍ୟାରିସରେ ନୂଆ ସଂକ୍ରମଣର ଆଶଙ୍କା, ବଢିବ ଟେଷ୍ଟିଂ
ପ୍ୟାରିସରେ ନୂଆ ସଂକ୍ରମଣର ଆଶଙ୍କା, ବଢିବ ଟେଷ୍ଟିଂ

ପ୍ୟାରିସ: କୋରୋନା ଯୋଗୁଁ ଗମ୍ଭୀର ରୂପ ନେଇଥିବା ଫ୍ରାନ୍ସରେ ପରିସ୍ଥିତି ସାମାନ୍ୟ ସୁଧୁରିବା ପରେ ଲକଡାଉନରେ କୋହଳ କରାଯାଇଛି । କଟକଣା ଢିଲା କରିବା ସହ ଫ୍ରାନ୍ସ ସରକାର ବିଭିନ୍ନ ଶିକ୍ଷାନୁଷ୍ଠାନ, ଅଫିସ, ସପିଂ ମଲ, ଧାର୍ମିକ ସ୍ଥଳୀ, ମ୍ୟୁଜିୟମ ଖୋଲିବାର ଅନୁମତି ଦେଇଛନ୍ତି । ତେବେ ନିକଟରେ ପୁଣିଥରେ କୋରୋନାର ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ ନେଇ ଆଶଙ୍କା ଦେଖାଦେଇଛି ।

ଫ୍ରାନ୍ସ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନାନୁସାରେ ପ୍ୟାରିସ ଏବଂ ସାରସେଲ୍ଲେସରେ ସଂକ୍ରମଣର ସଂଖ୍ୟା ବଢିଛି । ଏଠାରେ କିଛି ନୂଆ ମାମଲା ବାହାରିଥିବା ଖବର ରହିଛି । କିଛି ରାଜନୈତିକ ବ୍ୟକ୍ତି ଏବଂ ଡାକ୍ତରଙ୍କ ଦ୍ବାରା ଏନେଇ ସରକାରଙ୍କୁ ସତର୍କ କରାଯାଇଛି । ବିଶେଷ କରି ସାରସେଲ୍ଲେସରେ ଦ୍ବିତୀୟ ପର୍ଯ୍ୟାୟ କୋରୋନା ମାମଲା ବାହାରିବା ସହ ଏଠାରେ ବର୍ତ୍ତମାନ ଅଧିକ ପଜିଟିଭ ସ୍ପଷ୍ଟ ହୋଇଛି । ଆକ୍ରାନ୍ତଙ୍କ ସଂସ୍ପର୍ଶରେ ବହୁତ ଲୋକ ଆସିଥିବାର ସନ୍ଦେହ କରାଯାଉଛି ।

ଏଥିପାଇଁ ସରକାରଙ୍କ ପକ୍ଷରୁ ଟେଷ୍ଟିଂ ବଢାଯିବ ବୋଲି ସୂଚନା ରହିଛି । ଲ୍ଲେ ଡି ଫ୍ରାନ୍ସର ଆଞ୍ଚଳିକ ସ୍ବାସ୍ଥ୍ୟ ଅଧିକାରୀଙ୍କ ସୂଚନା ଅନୁସାରେ ନିକଟରେ ଟେଷ୍ଟିଂ ହୋଇଥିବା ସାମ୍ପଲରେ ହାରାହାରି ଠାରୁ ଅଧିକ ଆକ୍ରାନ୍ତ ବାହାରିଥବା ଜଣାପଡିଛି । ଫଳରେ ଏଠାରେ ସଂକ୍ରମଣର ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି । ପ୍ରକାଶ ଥାଉ କି ଲ୍ଲେ ଡି ଫ୍ରାନ୍ସ ଉଭୟ ପ୍ୟାରିସ ଏବଂ ସାରସେଲ୍ଲେସକୁ କଭର କରିଥାଏ । ଉଭୟ ସହରର ଏହା ଏକ ମୁଖ୍ୟ ଜାଗା । ଏଠାରେ ପ୍ରାୟ ଲକ୍ଷାଧିକ ଲୋକ ବସବାସ କରିଥାନ୍ତି ।

ଏହାର ମୁକାବିଲା ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ କୋଭିଡ 19 ମନିଟରିଂ ବ୍ୟବସ୍ଥାକୁ ତ୍ବରାନିତ କରାଯିବ । ଅଧିକ ମାତ୍ରାରେ ଟେଷ୍ଟିଂ ଏବଂ କଣ୍ଟ୍ରାକ୍ଟ ଟ୍ରେସିଂ ହେବ ବୋଲି ସୂଚନା ରହିଛି । ସ୍ବାସ୍ଥ୍ୟ ଅଧିକାରୀଙ୍କ ଅନୁସାରେ ସାରସେଲ୍ଲେସରେ ଅଧିକ ମନିଟରିଂ ବ୍ୟବସ୍ଥା କରାଯିବ । ଏଠାରେ ଅଧିକ ସଂକ୍ରମଣ ବାହାରୁଥିବାରୁ ପ୍ୟାରିସକୁ ଏହା ବ୍ୟାପିବାର ଆଶଙ୍କା ରହିଛି । ଉଲ୍ଲେଖଯୋଗ୍ୟ ଯେ ଫ୍ରାନ୍ସରେ ବିଶ୍ବର ପଞ୍ଚମ ସର୍ବାଧିକ କୋରୋନାଜନିତ ମୃତ୍ୟୁ ସଂଖ୍ୟା 29 ହଜାର 640 ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.