ETV Bharat / international

ଲଣ୍ଡନର ଲକଡାଉନ କାହାଣୀ: ଘରୋଇ ହିଂସାରେ ପ୍ରତିଦିନ 100 ଗିରଫ - ଲକଡାଉନରେ ଘରୋଇ ହିଂସା

ଆଇସୋଲେସନ ଓ କ୍ବାରେଣ୍ଟାଇନରେ ଥିବାବେଳେ ମଧ୍ୟ ଅଧିକ ହିଂସା ଘଟିଛି । ସେହିପରି ଲଣ୍ଡନରେ 2ଟି ଘରୋଇ ହିଂସାଜନିତ ମର୍ଡର ଘଟିଥିବା ପୋଲିସ ସୂଚନା ଦେଇଛି । ଅଧିକ ପଢନ୍ତୁ...

ଲଣ୍ଡନର ଲକଡାଉନ କାହାଣୀ: ଘରୋଇ ହିଂସାରେ ପ୍ରତିଦିନ 100 ଗିରଫ

author img

By

Published : Apr 27, 2020, 6:54 PM IST

ଲଣ୍ଡନ: ଲକଡାଉନରେ ଲଣ୍ଡନରେ କୋରୋନା ସହ ବଢିଛି ଘରୋଇ ହିଂସା ମାମଲା । ଲଣ୍ଡନ ମେଟ୍ରୋପୋଲିଟାନ ପୋଲିସର ତଥ୍ୟ ଅନୁସାରେ ପ୍ରତିଦିନ ଏହି ଅଭିଯୋଗ ଆଧାରରେ ପ୍ରାୟ 100 ଲୋକ ଗିରଫ ହେଉଛନ୍ତି । ଏବେ ସୁଦ୍ଧା ମୋଟ 4093 ଜଣଙ୍କୁ ପୋଲିସ ଗିରଫ କରିସାରିଛି ।

ମାର୍ଚ୍ଚ 9 ପରଠାରୁ ଘରୋଇ ହିଂସା ସମ୍ବନ୍ଧୀୟ ମାମଲା ଓ ଫୋନ କଲ ପ୍ରାୟ 24 ପ୍ରତିଶତ ବଢିଛି । ଗତ 6 ସପ୍ତାହ ମଧ୍ୟରେ ଅନେକ ଫୋନ କଲ ଆସିବା ସହ ହଜାରରୁ ଅଧିକ ଲୋକ ଗିରଫ ହୋଇଛନ୍ତି । ସେହିପରି ଘରୋଇ ଘଟଣା ଯାହା ଅପରାଧ ଭାବେ ବିବେଚନା ହୋଇନାହିଁ ସେଥିରେ ମାର୍ଚ୍ଚ 9 ପରେ 9 ପ୍ରତିଶତ ବୃଦ୍ଧି ପାଇଛି । ପୂର୍ବବର୍ଷ ଏହା 3 ପ୍ରତିଶତ ରହିଥିଲା । ଲକଡାଉନ ଯୋଗୁଁ ଘରେ ରହିବା ଫଳରେ ଏହି ଘଟଣା ଅଧିକ ବୃଦ୍ଧି ପାଇଥିବା ଜଣାପଡିଛି ।

ଆଇସୋଲେସନ ଓ କ୍ବାରେଣ୍ଟାଇନରେ ଥିବାବେଳେ ମଧ୍ୟ ଅଧିକ ହିଂସା ଘଟିଛି । ସେହିପରି ଲଣ୍ଡନରେ 2ଟି ଘରୋଇ ହିଂସାଜନିତ ମର୍ଡର ଘଟିଥିବା ପୋଲିସ ସୂଚନା ଦେଇଛି । ତେବେ ଘରେ ରହିଥିବାରୁ ଏହି ଘଟଣା ନିକଟରେ ଅଧିକ ବଢିଛି । ତେବେ ପୋଲିସ ପକ୍ଷରୁ ପୀଡିତଙ୍କୁ ପରାମର୍ଶ ଦିଆଯାଇଛି ଯେ ହିଂସାକାଣ୍ଡରୁ ରକ୍ଷା ପାଇବା ପାଇଁ ସେମାନେ ଘରୁ ବାହାରକୁ ବାହାରିପାରନ୍ତି । ସେମାନଙ୍କ ଉପରେ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ । ହେଲେ ସାମାଜିକ ଦୂରତ୍ବ ରକ୍ଷା କରିବା ଜରୁରୀ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.