ETV Bharat / international

କୋଭାକ୍ସିନ ଟିକାକୁ ମଞ୍ଜୁରୀ ଦେଲା ମେକ୍ସିକୋ

ଭାରତରେ ପ୍ରସ୍ତୁତ ପ୍ରଥମ ସ୍ବଦେଶୀ ଟିକାକୁ ମେକ୍ସିକୋର ମଞ୍ଜୁରି । ଟିକାକୁ ମଞ୍ଜୁରି ଦେବା ପୂର୍ବରୁ ଯାଞ୍ଚ କରିଥିଲା ଟେକ୍ନିକାଲ କମିଟିର ବିଶେଷଜ୍ଞ ଟିମ । ଅଧିକ ପଢନ୍ତୁ...

କୋଭିଡ ଟିକା କୋଭାକ୍ସିନକୁ ମଞ୍ଜୁରୀ ଦେଲା ମେକ୍ସିକୋ

author img

By

Published : Mar 6, 2021, 11:22 AM IST

ମେକ୍ସିକୋ: ଭାରତରେ ପ୍ରସ୍ତୁତ ପ୍ରଥମ ସ୍ବଦେଶୀ ଟିକାକୁ ମେକ୍ସିକୋର ମଞ୍ଜୁରି । ଟିକାକୁ ମଞ୍ଜୁରି ଦେବା ପୂର୍ବରୁ ଯାଞ୍ଚ କରିଥିଲା ଟେକ୍ନିକାଲ କମିଟିର ବିଶେଷଜ୍ଞ ଟିମ । ଏହା ପରେ ମେକ୍ସିକୋରେ ଏହି ଟିକାର ବ୍ୟବହାର କରାଯିବ । ଟିକାର ସମୀକ୍ଷା ପରେ ଏକ ବଡ ମନ୍ତବ୍ୟ ଦେଇଛି ବିଶେଷଜ୍ଞ ଟିମ ।

କମିଟି ଏହି ଟିକାର ଯାଞ୍ଚ କରିବା ପରେ ଅନୁମୋଦନ ପାଇଁ ଫେଡେରାଲ ମେଡିକାଲ ସୁରକ୍ଷା କମିଶନକୁ ପଠାଇଛି ।ଭାରତ ବାୟୋଟେକ ଦ୍ବାରା ପ୍ରସ୍ତୁତ ହୋଇଥିବା କୋଭାକ୍ସିନକୁ ମେକ୍ସିକୋ ପଠାଯାଇଥିଲା ଭାରତ । କମିଟି ଟିକା ସମୀକ୍ଷା ପରେ ରିପୋର୍ଟରେ କୋଭାକ୍ସିନ ଟିକା 81 ପ୍ରତିଶତ ପ୍ରଭାବଶାଳୀ ରହିବ ବୋଲି କହିଛି ।

ଫାର୍ମା କମ୍ପାନୀ ଭାରତ ବାୟୋଟେକ ଦ୍ବାରା ପ୍ରସ୍ତୁତ ହୋଇଥିବା ଏହି ଟିକାକୁ ବିନା ଟ୍ରାଏଲରେ ବ୍ୟବହାର ପାଇଁ ଅନୁମତି ଦିଆଯାଇଛି । ଜାନୁଆରୀରେ 16ରେ ଦେଶବ୍ୟାପୀ ଟିକାକରଣ ଆରମ୍ଭ ହୋଇଥିଲା । ଫଳରେ ଏଯାବତ 1.3 ମିଲିୟନ ଲୋକେ ଟିକା ନେଇସାରିଲେଣି ।

ଟୀକାକରଣର ପ୍ରଥମ ପର୍ଯ୍ୟାୟରେ ଦେଶର ସମସ୍ତ ସ୍ବାସ୍ଥ୍ୟକର୍ମୀଙ୍କୁ ପ୍ରଥମ ଡୋଜ ଦିଆଯାଇଥିଲା । ମାର୍ଚ୍ଚ 1ରୁ ବୟୋଜ୍ୟଷ୍ଠ ବ୍ୟକ୍ତି ଦିଆଯାଉଛି ଟିକା । ଯେଉଁଥିରେ 60 ବର୍ଷରୁ ଊର୍ଦ୍ଧ୍ବ ଏବଂ 45 ବର୍ଷୀୟ ଗୁରୁତର ରୋଗୀଙ୍କ ଟିକାକରଣ କରାଯାଉଛି । ଏହି କ୍ରମରେ ଦେଶର ପ୍ରଧାନମନ୍ତ୍ରୀଙ୍କ ଠାରୁ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ଟିକା ଲଗାଇଛନ୍ତି ।

ସେପଟେ, ସେପ୍ଟେମ୍ବର ସୁଦ୍ଧା ଭରତ ବାୟୋଟେକ 20 ମିଲିୟନ ଡୋଜ ଟିକା ଯୋଗାଇବାକୁ ବ୍ରାଜିଲ ସହିତ ଏକ ଚୁକ୍ତିନାମା ସ୍ବାକ୍ଷର କରିସାରିଛି । 5ମ ଟିକା ଭାବେ ମେକ୍ସିକୋରେ ଏହି ଟିକା ବ୍ୟବହାର କରିବାକୁ ଅନୁମୋଦିତ ହେବ । ମେକ୍ସିକୋକୁ 2.7 ନିୟୁତ ଡୋଜ ଦେବ ଭାରତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.