ETV Bharat / international

Air Strike in Kharkiv: ଖାର୍କିଭରେ ଏୟାର ଷ୍ଟ୍ରାଇକ କଲା ଋଷ, ୮ ମୃତ

ୟୁକ୍ରେନର ଦ୍ବିତୀୟ ବୃହତ୍ତମ ସହର ଖାର୍କିଭରେ ଏୟାର ଷ୍ଟ୍ରାଇକ କଲା ଋଷ । ୮ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା । ଅଧିକ ପଢନ୍ତୁ

Air Strike in Kharkiv: ଖାର୍କିଭରେ ଏୟାର ଷ୍ଟ୍ରାଇକ କଲା ଋଷିଆ, ୮ ମୃତ

author img

By

Published : Mar 2, 2022, 9:17 AM IST

କିଭ୍: ଦିନକୁ ଦିନ ଉଗ୍ର ରୂପ ନେଉଛି ୟୁକ୍ରେନ-ଋଷ ଯୁଦ୍ଧ । ଘନଘନ ବୋମା ମାଡକୁ ମିସାଇଲ ବର୍ଷାରେ ଖିନଭିନ ହୋଇଯାଉଛି ୟୁକ୍ରେନ । ଗତକାଲି(ମଙ୍ଗଳବାର) ରାତିରେ ଋଷ କିଭର ଟିଭି ଟାୱାର୍ସକୁ ଋଷ ଉଡାଇ ଦେଇଛି । ଏଥିସହ ୟୁକ୍ରେନର ଦ୍ବିତୀୟ ବୃହତ୍ତମ ସହର ଖାର୍କିଭରେ ଏୟାର ଷ୍ଟ୍ରାଇକ କରିଛି(Russia Air Strike in Kharkiv) । ଏହି ଏୟାର ଷ୍ଟ୍ରାଇକରେ ୮ ଜଣଙ୍କ ଜୀବନ ଯାଇଥିବାର ସୂଚନା ମିଳିଛି ।

ମଙ୍ଗଳବାର ଋଷ ଖାର୍କିଭର ପୂର୍ବ ସହରରେ ଥିବା ଏକ ସୁଉଚ୍ଚ ବିଲ୍ଡିଂ ଉପରେ ଏୟାର ଷ୍ଟ୍ରାଇକ କରିଛି । ଋଷୀୟ ମିସାଇଲ ମାଡରେ ଏକ ପ୍ରଶାସନିକ ବିଲ୍ଡିଂ ମଧ୍ୟ ଧ୍ବସ୍ତବିଧ୍ବସ୍ତ ହୋଇଯାଇଛି । ୟୁକ୍ରେନର ଜରୁରୀକାଳୀନ ସେବା(Ukraine's emergency service) ପକ୍ଷରୁ ପ୍ରାପ୍ତ ସୂଚନା ଅନୁଯାୟୀ, ଖାର୍କିଭ ଏୟାର ଷ୍ଟ୍ରାଇକରେ ୮ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୬ ଜଣ ଆହତ ହୋଇଛନ୍ତି । ଉଦ୍ଧାରକାରୀ ଟିମ୍ ବିଲ୍ଡିଂର ଭଗ୍ନାବଶେଷ ମଧ୍ୟରୁ ଦୁଇ ଜଣଙ୍କୁ ଜୀବିତ ଉଦ୍ଧାର କରିଛନ୍ତି ।

ଖାର୍କିଭ ୟୁକ୍ରେନର ଦ୍ବିତୀୟ ସର୍ବବୃହତ୍ ସହର ହୋଇଥିବା ବେଳେ ଏହା ଋଷିଆ ବର୍ଡର ନିକଟରେ ରହିଛି । ତେଣୁ ଏହିଠାରେ ବିଶେଷ ଭାବେ ଋଷ ସେନା ଏବଂ ୟୁକ୍ରେନ ସେନା ମୁହାଁମୁହିଁ ହେଉଛନ୍ତି । ଖାର୍କିଭ ଓ କିଭ୍ ଅକ୍ତିଆର କରିବାକୁ ଋଷ ସେନା ପ୍ରଚଣ୍ଡ ଆକ୍ରମଣ କରୁଛି । ବିଭିନ୍ନ ସ୍ଥାନରେ କ୍ଷେପଣାସ୍ତ୍ର ମାଡ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.