ETV Bharat / international

98 ଦିନ ପରେ ହଟିବ ସ୍ପେନରେ ଲକଡାଉନ - ସ୍ପେନରେ କୋରୋନା ଅପଡେଟ

ଦୀର୍ଘ 98 ଦିନ ଧରି ସ୍ପେନରେ ଲାଗୁ ରହିଥିବା ଦେଶବ୍ୟାପୀ ଲକଡାଉନ ତଥା ଆପାତକାଳୀନ ସ୍ଥିତିରେ ଲାଗିବାକୁ ଯାଉଛି ବିରାମ । ଶନିବାର ମଧ୍ୟରାତ୍ରରେ ଏହି ନିୟମର ଅବଧି ଶେଷ ହୋଇଛି ।

lockdown in spain, corona situation in spain, corona update in spain, lockdown to be lifted in spain, ସ୍ପେନରେ ଲକଡାଉନ, ସ୍ପେନରେ କୋରୋନା ସ୍ଥିତି, ସ୍ପେନରେ କୋରୋନା ଅପଡେଟ, ସ୍ପେନରେ ଲକଡାଉନ ଅବଧି ଶେଷ
98 ଦିନ ପରେ ହଟିବ ସ୍ପେନରେ ଲକଡାଉନ
author img

By

Published : Jun 21, 2020, 9:12 AM IST

ମାଦ୍ରିଦ: ଦୀର୍ଘ 98 ଦିନ ଧରି ସ୍ପେନରେ ଲାଗୁ ରହିଥିବା ଦେଶବ୍ୟାପୀ ଲକଡାଉନ ତଥା ଆପାତକାଳୀନ ସ୍ଥିତିରେ ଲାଗିବାକୁ ଯାଉଛି ବିରାମ । ଶନିବାର ମଧ୍ୟରାତ୍ରରେ ଏହି ନିୟମର ଅବଧି ଶେଷ ହୋଇଛି । ଏହି ସମୟ ମଧ୍ୟରେ ଅନେକ ଥର ନିୟମରେ ପରିବର୍ତ୍ତନ ହୋଇଛି ସତ ହେଲେ ଇତିହାସରେ ଏହା ସବୁଠାରୁ ଦୀର୍ଘତମ ଲକଡାଉନ ରହିଥିବା ଜଣାପଡିଛି ।

କିଛି ସପ୍ତାହ ତଳେ ଦେଶରେ ଲକଡାଉନ କୋହଳ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏହି ସମୟ ମଧ୍ୟରେ ସ୍ପେନର ଗଳିକନ୍ଦି ଧିରେ ଧିରେ ସ୍ବାଭାବିକ ହେବା ଆରମ୍ଭ କରିଥିଲା । ଦେଶର ତମାମ ଦୋକାନ, ବଜାର, ଉଦ୍ୟୋଗ ଓ ବ୍ୟାବସାୟିକ ଅନୁଷ୍ଠାନ ଆଦି ଧିରେ ଧିରେ ଖୋଲିବାରେ ଲାଗିଥିଲା । ରାସ୍ତାଘାଟରେ ମଧ୍ୟ ଲୋକେ ଚଳପ୍ରଚଳ କରୁଥିଲେ ।

ସୂଚନା ମୁତାବକ ମାର୍ଚ୍ଚ 14ରୁ ସ୍ପେନରେ ଆପାତକାଳୀନ ସ୍ଥିତି ଲାଗୁ କରିଥିଲେ ପ୍ରଧାନମନ୍ତ୍ରୀ ପେଡ୍ରୋ ସାନଚେଜ । ସ୍ପେନର ଇତିହାସରେ ଏହା ଦ୍ବିତୀୟ ଥର ପାଇଁ ହୋଇଥିଲା କି ଏପରି ଏକ ବଡ ପଦକ୍ଷେପ ନିଆଯାଇଥିଲା । ଏହା ପୂର୍ବରୁ 2010 ମସିହାରେ ଦେଶରେ ଏୟାର ଟ୍ରାଫିକ ନିୟନ୍ତ୍ରଣ କରିବା ପାଇଁ ସମାନ ପଦକ୍ଷେପ ନିଆଯାଇଥିଲା । କିନ୍ତୁ ଏହା ମାତ୍ର 15 ଦିନ ପାଇଁ ଲାଗୁ କରାଯାଇଥିଲା । ସେପଟେ କୋରୋନା ପାଇଁ ପ୍ରଥାମିକ ସ୍ତରରେ ମାତ୍ର 15 ଦିନ ପାଇଁ ଲକଡାଉନ ଲାଗୁ କରାଯାଇଥିଲା । ହେଲେ ଧିରେ ଧିରେ ପରିସ୍ଥିତିକୁ ନଜରରେ ରଖି ଏହାର ଅବଧି ବୃଦ୍ଧି କରାଯାଇଥିଲା ।

ଦେଶରେ ବର୍ତ୍ତମାନ ଲକଡାଉନ ଅବଧି ଶେଷ ହୋଇଛି ସତ ହେଲେ କିଛି ନିୟମ ଯେପରିକି ମାସ୍କର ବ୍ୟବହାର ଓ ସାମାଜିକ ଦୂରତା ଆଦି ଆଗକୁ ବି ବାଧ୍ୟତାମୂଳକ ରହିବ । ଦେଶରେ ଏଯାବତ୍‌ ଆକ୍ରାନ୍ତ ସଂଖ୍ୟା 2,45,575 ରହିଥିବାବେଳେ ମୃତ୍ୟୁ ସଂଖ୍ୟା 28,315ରେ ସ୍ଥିର ରହିଛି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.