ETV Bharat / international

ମେ 3 ଯାଏଁ ବଢିଲା ଇଟାଲୀରେ ଲକଡାଉନ

କୋରୋନାର ମୃତ୍ୟୁ ତାଣ୍ଡବରେ ଥରହର ଇଟାଲୀ । ଏମିତିରେ ପ୍ରଧାନମନ୍ତ୍ରୀ ଗ୍ୟୁସେପ୍ପେ କଣ୍ଟେ ଘୋଷଣା କରି କହିଛନ୍ତି କି ଦେଶରେ ଲକଡାଉନ ଆସନ୍ତା ମେ ମାସ 3 ତାରିଖ ପର୍ଯ୍ୟନ୍ତ ଲାଗୁ ରହିବ ।

lockdown in italy, corona status in italy, corona pandemic in italy, coronavirus news, corona update, ଇଟାଲୀରେ ଲକଡାଉନ, ଇଟାଲୀରେ କୋରୋନା ସ୍ଥିତି, କୋରୋନା ଭାଇରସ ନ୍ୟୁଜ୍‌, କୋରୋନା ଅପଡେଟ, ଇଟାଲୀରେ କୋରୋନା ସଂକ୍ରମଣ
ମେ 3 ଯାଏଁ ବଢିଲା ଇଟାଲୀରେ ଲକଡାଉନ
author img

By

Published : Apr 10, 2020, 6:33 PM IST

ରୋମ: କୋରୋନାର ମୃତ୍ୟୁ ତାଣ୍ଡବରେ ଥରହର ଇଟାଲୀ । କୋରୋନାର ବଳୟରେ ଦେଖୁ ଦେଖୁ ଆଣ୍ଠେଇବାକୁ ବସିଲେଣି ଦେଶବାସୀ । ଏମିତିରେ ପ୍ରଧାନମନ୍ତ୍ରୀ ଗ୍ୟୁସେପ୍ପେ କଣ୍ଟେ ଲକଡାଉନର ସମୟ ସୀମା ପରିବର୍ଦ୍ଧିତ କରିବା ପାଇଁ ଘୋଷଣା କରିଛନ୍ତି । ଶୁକ୍ରବାର ଏନେଇ ବିଧିବଦ୍ଧ ଭାବେ ଘୋଷଣା କରି ସେ କହିଛନ୍ତି କି ଦେଶରେ ଲକଡାଉନ ଆସନ୍ତା ମେ ମାସ 3 ତାରିଖ ପର୍ଯ୍ୟନ୍ତ ଲାଗୁ ରହିବ ।

ଏଥିସହ ପୂର୍ବରୁ ବଳବତ୍ତର ଲକଡାଉନ ପ୍ରତିବନ୍ଧକ ଆଦି ମେ ମାସ ପ୍ରଥମ ସପ୍ତାହ ଯାଏଁ ଜାରି ରହିବ । ଏନେଇ ଦେଶର ବୈଜ୍ଞାନିକ ଓ ଡାକ୍ତରମାନଙ୍କ ସହ ପରାମର୍ଶ କରି ଏପରି ନିଷ୍ପତ୍ତି ନିଆଯାଇଥିବା ପ୍ରକାର କରିଛନ୍ତି ପ୍ରଧାନମନ୍ତ୍ରୀ କଣ୍ଟେ । ଡାକ୍ତର ଓ ବୈଜ୍ଞାନିକମାନଙ୍କ କହିବା ମୁତାବକ ଦେଶରେ ଦ୍ବିତୀୟ କୋରୋନା ଲହରୀ ଆରମ୍ଭ ହେବା ପୂର୍ବରୁ ଲକଡାଉନର ସମୟ ସୀମା ବଢାଇବା ଅତି ଗୁରୁତ୍ବପୂର୍ଣ୍ଣ । ନହେଲେ ଦେଖୁ ଦେଖୁ ଦେଶ ମାଟିରେ ମିଶିଯିବ ।

ସୂଚନା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ଇଟାଲୀରେ 18,279ଜଣଙ୍କ ମୃତ୍ୟୁ ରେକର୍ଡ କରାଯାଇଛି । ଯାହା ବିଶ୍ବର ଅନ୍ୟ ଦେଶମାନଙ୍କ ତୁଳନାରେ ସର୍ବାଧିକ । ସେପଟେ କିଛି ଦିନ ହେବ ଇଟାଲୀରେ ଆକ୍ରାନ୍ତଙ୍କ ସଂଖ୍ୟାରେ ସାମାନ୍ୟ ଅବନତି ହୋଇଥିବା ଦେଖିବାକୁ ମିଳିଛି । ଏନେଇ ଆଗକୁ ଏହି ସଂଖ୍ୟାରେ ଅଧିକ ଅବନତି ସହ ପରିସ୍ଥିତିରେ ସୁଧାର ପାଇଁ ଆଶା ରଖିଛନ୍ତି ଦେଶ ଓ ବିଶ୍ବବାସୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.