ETV Bharat / international

କାନାଡା ପ୍ରଧାନମନ୍ତ୍ରୀଙ୍କ ମା ଡାକ୍ତରଖାନାରେ ଭର୍ତ୍ତି

author img

By

Published : Apr 29, 2020, 10:55 AM IST

କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ମା ମାର୍ଗେଟ୍ ଟ୍ରୁଡୋଙ୍କୁ ଗତକାଲି ବିଳମ୍ବିତ ରାତିରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।

କାନାଡା ପ୍ରଧାନମନ୍ତ୍ରୀଙ୍କ ମା ଡାକ୍ତରଖାନାରେ ଭର୍ତ୍ତି
କାନାଡା ପ୍ରଧାନମନ୍ତ୍ରୀଙ୍କ ମା ଡାକ୍ତରଖାନାରେ ଭର୍ତ୍ତି

ଓଟ୍ଟାୱା: କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ମା ମାର୍ଗେଟ୍ ଟ୍ରୁଡୋଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବିଶେଷ ସୁତ୍ରରୁ ସୂଚନା ମିଳିଛି ।

ଗତକାଲି ତାଙ୍କ ବାସଭବନରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା । ଫଳରେ ସେ ନିଶ୍ବାସ ନେବାରେ ଅସୁବିଧା ଅନୁଭବ କରିଥିଲେ । ପରେ ରାତା ରାତି ତାଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା ।ଏହାପରେ କିଛି ସ୍ଥାନୀୟ ଗଣମାଧ୍ୟମରେ ଏନେଇ ଖବର ପ୍ରସାରଣ ହେବାପରେ ଘଟଣାଟି ସାମନାକୁ ଆସିଥିଲା ।

ତେବେ ତୁରନ୍ତ ଏନେଇ ପ୍ରଧାନମନ୍ତ୍ରୀଙ୍କ ପ୍ରତିକ୍ରିୟା ପାଇଁ ଅନୁରୋଧ କରାଯାଇଥିଲେ ବି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଏନେଇ କୌଣସି ସୂଚନା ଦିଆଯାଇ ନଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.